ବାପା
ବାପା
ମୋ ଜୀବନର ଆରମ୍ଭ ତୁମେ
ତୁମେ ହିଁ ମୋ ସୄଷ୍ଟି -କର୍ତ୍ତା
ତୁମେ ହିଁ ତ ବାପା
ମୋର ତୁଚ୍ଛ ଜୀବନର ସତ୍ତା ।
ସେ ତ ପିତା,
ନିଜର ସୁଖକୁ ଜଳାଞ୍ଜଳି ଦେଇ,
ବେଦନା,ଯନ୍ତ୍ରଣା କୁ ହୃଦୟରେ ଲୁଚାଇ,
ଆପଣା ଉଦରକୁ ସାନ୍ତ୍ବନା ଦେଇ,
କରିଚାଲେ ପରିଶ୍ରମ ସନ୍ତାନଙ୍କ ପାଇଁ ।
ତଥାପି,
ନୟନରେ ଲୋତକ ନଥାଏ,
ହୃଦୟରେ ସିନା କୋହ ଭରିଥାଏ,
ମୁହଁର ସେ ନକଲ ହସକୁ
ସୁସନ୍ତାନଟି ବୁଝିଯାଏ ।
ହଁ,
ଏଇୟା ବି ସତ ଯେ
ବାପାଙ୍କ ଲୁକ୍କାୟିତ ସ୍ନେହ
ଦେଖିପାରିବା ନୁହେଁ ତ ସହଜ
ବୁଝିପାରିବା କେତେ ଯେ କଠିନ ।
କାହାକୁ ଅଜଣା ?
ପ୍ରତି ପିତାଙ୍କର ତ୍ୟାଗର ସେ ଗାଥା,
ମୁହଁ ର ହସ ଆଉ ମରମର ବ୍ୟଥା,
ବାପା ଡାକ ଶୁଣିବାକୁ କାଟି ପାରନ୍ତି ସେ-
ଆପଣା ସ୍ବାର୍ଥର ମଥା ।
କିନ୍ତୁ,
ଆଜି ଆଉ ନାହିଁ ସେ ସୁଯୋଗ
ଦୌଡ଼ି ଯାଇ ଡାକିବାକୁ 'ବାପା'
ପାଦ ଛୁଇଁ ପାଇବାକୁ ମୋକ୍ଷ,
କରିବାକୁ ରାଗ-ରୁଷା ,ମିଛ ଅଭିନୟ ।
ଚାଲିଗଲ,
ମୋହ-ମାୟା ଦୁନିଆରୁ
ସ୍ମୃତି ସବୁ ଛାଡ଼ି ଦେଇ
ବିଧାତାଙ୍କ ଡାକରା ରେ
ଏଠି ମତେ ଏକା କରି ।
ଯେମିତି,
ବୋହିଯାଏ ନଦୀ ନୀଳ-ସମୁଦ୍ର କୁ
ଫେରିଯାଏ ମୌସୁମୀ ସମୟ ପୁରିଲେ
ପତ୍ର ସବୁ ଝଡିଯାଏ ବସନ୍ତ ଆସିଲେ
ଅସ୍ତ ହୁଏ ସୂର୍ଯ୍ୟ ସନ୍ଧ୍ୟା ହୋଇଗଲେ ।
ଫରକ୍ ଏତିକି,
ସାଗରର ଜଳ ଫେରିଆସେ ବର୍ଷା ହେଲେ,
ଫେରିଆସେ ମୌସୁମୀ ଋତୁ ବଦଲିଲେ,
ଥୁଣ୍ଟା ଗଛରେ ବି ପତ୍ର କଅଁଲେ,
ସୂର୍ଯ୍ୟର ଉଦୟ ପୁଣି ସକାଳ ହୋଇଲେ ।
ହେଲେ,
ଆଉକି ଆସିବ କୁହ ସ୍ନେହର ବରଷା ନେଇ
ସୁଖର ମୌସୁମୀ ସାଥିରେ,
ନୂଆ ଆଶା ସୄଷ୍ଟି କରି,
ସ୍ବପ୍ନ ସୂରୁଯକୁ ବାସ୍ତବିକ କରିବାକୁ ।
ନାହିଁ ନା ?
ଏହାର ଉତ୍ତର ପାଇସାରିଛି,
ଜୀବନ ଜୀଇଁବା ସିଖିସାରିଛି,
ତୁମେ ବିଦାୟ ନେବା ଆଗରୁ-
ତୁମଠୁ ବହୁତ କିଛି ଯାଣିସାରିଛି ।
ସତ କହୁଛି,
ତୁମେ ଦେଖେଇଥିବା ପଥ ରେ ପାଦ ରଖିଛି
ତୁମ ନିର୍ଦ୍ଦେଶ କୁ ଆଦେଶ ଭାବିଛି,
ତୁମେ ମୋର ପାଖେ ଅଛ ଅନୁଭବ ହେଉଛି
ତଥାବି ତୁମ ଅନୁପସ୍ଥିତି ମୋତେ କଷ୍ଟ ଦେଉଛି ।
