STORYMIRROR

Dibyashree Bishwabandya

Others

4  

Dibyashree Bishwabandya

Others

ଅସ୍ଥିତ୍ଵର ସନ୍ଧାନେ

ଅସ୍ଥିତ୍ଵର ସନ୍ଧାନେ

1 min
9

ଦେଖିଛ ସିନା ତା ରୂପମାଧୁରୀକୁ,

ଉଙ୍କି ମାରିଛ କି ତା ମନ ଭିତରକୁ?

ଅନ୍ତରଟା ସିନା କ୍ଷତବିକ୍ଷତ,

ମୁଖଟା କିନ୍ତୁ ଭାରି ସଂଯତ।

 

ସୁନା ପଞ୍ଜୁରୀରେ ସୁନାର ଶାରୀ,

ପାଦରେ ବନ୍ଧା ତା ସୁନା ବାଜେଣି।

ଆଖିରେ ଭରିଛି ସ୍ଵପ୍ନ ଅସୁମାରି,

ଲଙ୍ଘି ଯିବାକୁ ଚାହେଁ ଦୂର ସାଗର ଗିରି।

 

ସୂର୍ଯ୍ୟ ଉଦୟେ ରାତ୍ରିର ମୃତ୍ୟୁ ,

ତନ୍ଦ୍ରା ଭାଙ୍ଗିଗଲେ ସ୍ଵପ୍ନର ମୃତ୍ୟୁ।

ଜାଣେନା ସେ କି ବା ବଣର ମଲ୍ଲୀ,

ଅବା ସେ କି ଏକ ଝରା ଶେଫାଳି!

 

ଦିଗର ସନ୍ଧାନେ ହୁଏ ଦିଶାହରା,

ଖୋଜୁଛି ଆଜି ସେ ନିଜ ଠିକଣା।

ଆଶ୍ଵାସନା ହୁଏ ମିଥ୍ୟା ପ୍ରତିଶୃତି,

ଆଇନା ଦେଖାଏ ମିଛ ପ୍ରତିଛବି।


କଳ୍ପିତ ନାଟକେ ସାଜେ ଅଭିନେତ୍ରୀ,

ଅନ୍ୟର ଯାତ୍ରାରେ ସାଜେ ସହଯାତ୍ରୀ।

ଅନ୍ୟ ପରିଚୟେ ହୁଏ ପରିଚିତା,

ଅସ୍ଥିତ୍ଵ ହରା ସେ ଖୋଜେ ଅସ୍ମିତା।

 

 

 

 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍