ଅନ୍ତଃସ୍ୱର
ଅନ୍ତଃସ୍ୱର
1 min
14K
ମତେ କିଛି କଥା ଦିଅ
ମୁଁ ତାକୁ କବିତା କରିବି,
ବ୍ୟଥାକୁ ମୁଁ କରିବି ବସନ
ରାଗ ଦେଲେ ଅନୁରାଗେ ନେବି
ଘୃଣା ଦେଲେ ଭାବିନେବି ପ୍ରେମ।
ସମ୍ପର୍କର ଦୁର୍ଗଟି ଭୁଷୁଡିଲା ପରେ ବି,
କୋଉଠି ଗୋଟେ,ମୁଁ ଜୁଳୁଜୁଳୁ କରି ଚାହିଁ ରହିଥିବି
ଶିଳା ଖଣ୍ଡେ ହୋଇ,ଜନମ ଜନମ.......।
Mamata Bebarta Pattnaik
