ଅମାନିଆ ବର୍ଷା
ଅମାନିଆ ବର୍ଷା

1 min

476
ଅମାନିଆ ବର୍ଷାଟା ଭାରି ଜିଦି କରେ,
ତା' ଇଛାରେ ଲୁହ ପରି ଟପ୍ ଟପ୍ ଝରେ ।
ଚୁପ୍ ଚୁପ୍ ରହେ କେବେ ବାଦଲ ବାହୁରେ,
ରିମ୍ ଝିମ୍ ଝରେ କେବେ ପର୍ବତ ମଥାରେ।
ଦୁମ୍ ଦୁମ୍ ନାଚେ କେବେ ଲିପା ଅଗଣାରେ,
ଟୁପ୍ ଟାପ୍ ଝରେ କେବେ ନୁଆଁଣି ଚାଳ ରେ।
ଝିଲ୍ ମିଲ୍ ହୁଏ କେବେ ସବୁଜ ପତ୍ର ରେ,
ଖିଲ୍ ଖିଲ୍ ହସେ କେବେ ଫୁଲ ପାଖୁଡାରେ।
ଦୁଲ୍ ଦୁଲ୍ ଝୁଲେ କେବେ ଝଡ ତୋଫାନରେ,
ଗୋଲ୍ ଗୋଲ୍ କଥା କହେ ଭିଜିଲାନ୍ସ ଓଠରେ।
ବର୍ଷା ତ ବରଷେ ଆପଣା ଇଚ୍ଛାରେ,
ସେ ବର୍ଷା ରେ ଭିଜୁ ଆମେ ନିଜର ଢଙ୍ଗରେ।।