STORYMIRROR

SOUMYA'S ACADEMY

Others

4  

SOUMYA'S ACADEMY

Others

ଅଧୋପତନ

ଅଧୋପତନ

1 min
289

ଗାଆଁ ଭିଟାମାଟି ଭୁଲିଲେ ଆମେରେ

ସହରରେ ମନ ଲାଗିଲା 

ଘରଡିହ ସବୁ ପଡିଆ ପଡ଼ିଲା 

ବିଲୁଆ ସେଠାରେ ରଡିଲା।


ବାହାଘର ପରେ ଶାଶୂ ଶ୍ଵଶୁରଙ୍କୁ ନିଜର କଲେରେ

ବାପା ମାଆ ଦେଲେ ପାଶୋରି 

ଭାଇଭଉଣୀଙ୍କୁ ଭୁଲିଲେ ଆମେରେ

ଶଳା ଶାଳୀ ହେଲେ ଆମରି।


ଗାଆଁ ଚାଟଶାଳୀ ଭୁଲିଲେ ଆମେରେ

ଇଂରାଜୀ ଶିକ୍ଷାରେ ମାତିଲେ 

ଆମ ପିଲାମାନେ ଓଡ଼ିଆକୁ ଛାଡ଼ି 

ଇଂରାଜୀ ଭାଷାକୁ ଚଷିଲେ।


ଶାଗ ପଖାଳକୁ ଭୁଲିଲେ ଆମରେ

ମାଗି ଚାଓମିନ ଖାଇଲେ।

ଲିମ୍ବ କରଞ୍ଜର ଦାନ୍ତକାଠି ଛାଡ଼ି

ବୁରୁଷୁରେ ଦାନ୍ତ ଘସିଲେ।


ଖୁଦୁରୁକୁଣୀକୁ ଭୁଲିଲେ ଆମେରେ

ଦୋଳଯାତ୍ରା ଭୁଲିଗଲେ 

ରଜମଉଜକୁ ଭୁଲିଯାଇ ଆମେ

ଭାଲେଣ୍ଟାଇନ ଡେ ପାଳିଲେ।


ମଣ୍ଡା ଏଣ୍ଡୁରୀକୁ ଭୁଲିଲେ ଆମେରେ

ପୋଡ଼ପିଠା ଦେଲେ ପାଶୋରି 

କଣ୍ଟା ଚାମୋଚରେ ଫୋଡ଼ିଫୋଡି କରି

ଖାଇଲେ ଚିକେନ ତନ୍ଦୁରି।


ଛଉ ଦଣ୍ଡନାଟ ଭୁଲିଲେ ଆମେରେ

ଓଡ଼ିଶୀକୁ ଭୁଲିଗଲେ 

କବାଡି ପୁଚିକୁ ଆମ ପିଲେ ଛାଡ଼ି

ଫ୍ରି ଫାୟାର ଯେ ଖେଳିଲେ।


ଓଡ଼ିଆ ସଂସ୍କୃତି ଭୁଲିଲେ ଆମେରେ 

ମଡର୍ନ ଟ୍ରେଣ୍ଡ ବାଛିଲେ 

ଆଧୁନିକତାର ଦ୍ୱାହି ଦେଇ ଆମେ

ଅଧୋପତନକୁ ଡାକିଲେ।



Rate this content
Log in