ଅଭୂଲା ସେ ରାତି
ଅଭୂଲା ସେ ରାତି
ସେ' ତ ବିତି ଥିବା ରାତି
ତାତିର କାହାଣୀ ଯାହା
କିଛି ଅନୁଭୁତୀ ..
ପୁରୁଷ ମୁଁ ଭେଟି ଥିଲି ବହଳ ଅଂଧାରେ
ଅଲିଅଳୀ ଅଲାଯୁକୀ
ପ୍ରକୃତି ସାଥିରେ
ଦେହ ଧୁଷର ଦାଣ୍ଡରେ
ପହଂରା ମାରିଥିଲା ଯେବେ ଏଇ ଦୁଇ ହାତ
ଅଳ୍ପ ଅଳ୍ପ ଝଡୀ ଥିଲା ଲାଜର ଅଳନ୍ଧୁ
ଦୁଇ ଘଟ ହୋଇ ଥିଲା ବନ୍ଧନରୁ ମୁକ୍ତ ॥
ବଢିଲା ରାତିରେ ଦେହର ଉଜାଣୀଆ ତାତି
ଯୋଗୀ ଟିଏ ସଧିବାକୁ ଯୋଗ
ଲାଜ ଛାଡି ମଦନରେ ଯାଇଥିଲା ମାତି
ଉଦ୍ଧତ ଅଂଗ ସିତକାର ରଂଗ
ତଳି ପା' ଠୁ ମୁଦ୍ରିତ ନୟନର ଯାଏ
ସବୁତିକୁ ଅକ୍ତିଆର୍ କରି
ଦେଖିବାକୁ ବିଗଳିତ ବିରୂପା ଜୁଆର
ପ୍ରତି ଚୁମ୍ବନରେ ଚାହିଁ ରହିଥାଏ ॥
କାନ ପାଖେ ଯେବେ ଓଠୋ
ଗାଉଥିଲା ଚୁମ୍ବନର ଗାଥା
ଉଛୁଳା ବୁକୁ ତା'ର ଛଟ ପଟ ହୋଇ
କହୁଥିଲା ଦୁଇ କୋପତର
ଦୁଇ ହାତେ ବନ୍ଦୀ ହେବା ବ୍ୟଥା ॥
ବେଳ ଉପସ୍ଥିତ ଆଉ ନୁହେଁ ଆଉ ନୁହେଁ
କହିଗଲା ପ୍ରତିଟି ଜୁଆର
ଆପେ ଅପଶରି ଯାଏ ଦୁଇ ପାର୍ଶ୍ବ
ସାଗର ବି ମନ୍ଦରେ ହେବାକୁ ମଂଥିତ
ଆକୁଳ ପଣରେ ନିଜକୁ କରିଛି ତୟାର ॥
ଶୋଡସୀ ପଣ ଟା ସାଗର ର ଦୁଖ
ମନ୍ଦରେ ମିଳିପାରେ ବ୍ୟଥା ଅତିସୟ
ଆବସ୍ୟକ ଧରିବାକୁ କଛପର ଗତି
କରିବାକୁ ଯେବେ ଇଚ୍ଛା ଆନନ୍ଦ ବିଜୟ ॥
ବେଳେ ବେଳେ ଭାବୁଛି କିଛି ବ୍ୟଥା
ଭାରି ଭଲ ଲାଗେ
ମିଛା ବିରୋଧ ପଣରେ ବି
ଜଳିବାର ଇଚ୍ଛା ଲୁଚି ଲୁଚି ଜାଗେ ॥
