STORYMIRROR

Jyotsna Prusty

Others

2  

Jyotsna Prusty

Others

ଆର୍ତ୍ତ ହୃଦୟ କରୁଣା

ଆର୍ତ୍ତ ହୃଦୟ କରୁଣା

1 min
13.6K


   ଆର୍ତ୍ତ ହୃଦୟ କରୁଣା
***************

କଣ୍ଠରୁଦ୍ଧ କଣ୍ଠରେ ଆକୁଳେ ନିବେଦନ।
ପ୍ରାଣବାୟୁ ଉଡିଲା ହେ ଆହେ ତ୍ରିଭୁବନ।ା

ନିଶଦ୍ଦ ନିଷ୍କପଟ ନିଶଦ୍ଦ ଜୀବନେ।
ସଂସାରେ ରହିଛି ସିନା ତୁମ ଅପେକ୍ଷାରେ।ା

ନନ୍ଦିଘୋଷ ରଥାରୁଢ଼େ ଦିଶ ଶୋଭାବନ।
ତୁମ୍ଭର ସେ ରଥଯାତ୍ରା ତୁମ୍ଭେ ତ ଜୀବନ।ା

ସଙ୍ଗେ ଘେନି ଜ୍ୟେଷ୍ଠ ଭ୍ରାତା ଭଗିନୀ ସୁଭଦ୍ରା।
ବିଜେ ପ୍ରଭୁ ଶୁଣଥରେ ଏ ଦୁଃଖିନୀର ବ୍ୟଥା।ା

ଶଙ୍ଖ, ଚକ୍ର, ଗଦା, ପଦ୍ମ ହସ୍ତେ ବିରାଜିତ।
ଦୃଷ୍ଟିହୀନ ହୋଇଛି ଯେ ଆଜି ମୁଁ ବିସ୍ମିତ।ା

ଅନ୍ତର ବୁକୁରେ ଅନ୍ତର ଆତ୍ମାର କ୍ରନ୍ଦନ।
କେମିତି କହିବି ପ୍ରଭୁ ଆତ୍ମନିବେଦନ।ା

ସ୍ରଷ୍ଟା ତୁମ୍ଭେ ସୃଷ୍ଟି ତୁମ୍ଭ ବିଶ୍ୱ ଯେ ବିଷମ।
ଅବିରତ ସୃଷ୍ଟି ତୁମ୍ଭ କି ଅବା ପ୍ରୟୋଜନ।ା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍