STORYMIRROR

Satyabrata Das

Others

2  

Satyabrata Das

Others

ଫେସବୁକ୍ ବନ୍ଧୁ (ନିଜସ୍ଵ ଅନୁଭୂତି

ଫେସବୁକ୍ ବନ୍ଧୁ (ନିଜସ୍ଵ ଅନୁଭୂତି

4 mins
186

୨୦୧୦ -୧୧ ମସିହା ବେଳେ ନୂଆ ନୂଆ ଫେସବୁକ୍ ବିଷୟରେ ଜାଣିବାକୁ ପାଇଲି l ମୋ ବୟସର ପିଲା ମାନେ ସବୁ ଆକାଉଣ୍ଟ ଖୋଲି ନିଜ ନିଜ ସାଙ୍ଗ (କିଛି ଦେଖା କିଛି ଅଦେଖା) ଙ୍କ ସାଙ୍ଗେ ଚାଟିଙ୍ଗ ରେ ମାତିଥା’ନ୍ତି l ମୁଁ ମଧ୍ୟ ପଡିଗଲି ସେ ମୋହ ରେ l କମ୍ପ୍ୟୁଟର ଶିକ୍ଷାର ଫେକେଲଟି ଥାଇ ସୁଦ୍ଧା ମୁଁ ଅଗୋଚର ଥିଲି ଫେସବୁକ ମୋହରୁ l ମୋର ଜଣେ ଛାତ୍ରର ସହଯୋଗରେ ଖୋଲିଥିଲି ଫେସବୁକ୍ ଆକାଉଣ୍ଟ l ସେଇ ପିଲା ପାଖରୁ ଶିଖିଲି କେମିତି ଚଳେଇବାକୁ ହୁଏ ଫେସବୁକ l ସେତେବେଳେ ଫେସବୁକ୍ ରେ ସାଙ୍ଗ ବନେଇବା ପାଇଁ ଥିଲା ତିନିଟି ରାସ୍ତା । ଗୋଟେ ଚିହ୍ନା ସାଙ୍ଗକୁ ରିକୁଏଷ୍ଟ ଆଉ ଅନ୍ଯଟି ସଜେଷ୍ଟ ଫ୍ରେଣ୍ଡ ସେମିତି ଅନ୍ୟ ଏକ ମାଧ୍ୟମ ହେଉଛି ଚେହେରା ଦେଖି ବନ୍ଧୁ କରିବା ।
ଯେହେତୁ ମୁଁ ଅଜ୍ଞ ତେଣୁ ସେ ପିଲାର ସାହାଯ୍ୟରେ ୨ ଆଉ ୩ ନମ୍ବର ରାସ୍ତା ଦେଇ ସାଙ୍ଗ ବନେଇବା ଆରମ୍ଭ କଲି l ଆଉ ମୁଁ ଚେହେରା ଦେଖି(ପ୍ରକୃତ ଡିପି ) ଗୁଡାଏ ରିକୁଏଷ୍ଟ ପଠାଏ କିଛି ଗ୍ରହଣ ହୁଏ ବେଶି ଖାରଜ ହୁଏ l
ସେମିତିରେ ଜଣେ ସୁନ୍ଦରୀ ତରୁଣୀ ଗ୍ରହଣ କଲେ ମୋ ରିକୁଏଷ୍ଟ l ସେ ସମୟ ରେ ରିକୁଏଷ୍ଟ ଗ୍ରହଣ ହବା ମାନେ ଗଡ ଜିତିଲା ପରି ଲାଗୁଥିଲା l ଆଉ ପୁଣି ଯଦି ସୁନ୍ଦରୀ ଝିଅର ତେବେ ତ କଥା ପୁରା ଅଲଗା ପ୍ରକାର l ବନ୍ଧୁତା ହେଲା ପରେ ସେ ଝିଅର ୱାଲର ଫଟୋରେ କମେଣ୍ଟ ଦବା, ରିପ୍ଳାଏରେ ଧନ୍ୟବାଦ ଏମିତି କଟୁଥିଲା ଫେସବୁକ ସେବେ l ସେମିତି ଦିନେ ସେ ତରୁଣୀ ର କୋଉ ଗୋଟେ ଫୋଟୋ ରେ କମେଣ୍ଟ ଦେଲା ପରେ ଦେଖିଲି କେହିଜଣେ ମୋ କମେଣ୍ଟ କୁ ସମର୍ଥନ କରି “ଠିକ୍ କଥା” ବୋଲି ଲେଖି ମୋ କଥାକୁ ଦୋହରାଇ ଥିଲେ l ମୋ ଭଳି ଚିନ୍ତା ଧାରା ଥିବା ଆଉ ଜଣକୁ ଦେଖି ତାଙ୍କ ସାଙ୍ଗେ କଥା ହବାକୁ ଆଗ୍ରହ ବଢିଲା l ଆଉ ସେଠି ସେ ତରୁଣୀର ପୋଷ୍ଟ ହେଇଗଲା ଆମ ପାଇଁ ଇନବକ୍ସ , ଅଜଣା ଝିଅଟି ସାଥିରେ କିଛି ସମୟ କଥା ହେଲା ପରେ ଆମେ ଦୁହେଁ ଜାଣି ସାରିଥିଲୁ ଆମ ଭିତରେ କିଛି କିଛି ସମାନତା ଅଛି ଯାହା ବାଧ୍ୟ କରିଥିଲା ଆମକୁ ଫେସବୁକ୍ ରେ ବନ୍ଧୁ ହେଇ ରହିବାକୁ l
ମନ ଖୁସିଥିଲା କାରଣ ସେ କମେଣ୍ଟ ବକ୍ସ ତରୁଣୀ ସାଜି ସାରିଥିଲା ମୋ ଫେସବୁକ୍ ର ଆଉ ଜଣେ ବାନ୍ଧବୀ l ସେ ଉପୋରକ୍ତ କୌଣସି ଶ୍ରେଣୀ ର ସାଙ୍ଗ ନଥିଲା, ଆମେ ବନ୍ଧୁ ହେଇଥିଲୁ ଆମ ସମାନ ମନୋଭାବ ଯୋଗୁଁ l ସେବେ ଠୁ ସାଙ୍ଗ ହେଇଛୁ ଯେ ହେଇଛୁ ଆଜି ଯାଏଁ l ଦୀର୍ଘ ୮ ବର୍ଷ ର ସମ୍ପର୍କ ଆମର, ସବୁ ଠୁ ମଜା କଥା ହେଲା ଏତେ ଦିନ ର ସମ୍ପର୍କ ଭିତରେ କେହି କାହାରିକୁ ଭେଟିନୁ ଆଜି ଯାଏଁ l ଆମର ଏତେ ଦିନ ର ସମ୍ପର୍କ ଭିତରେ କେତେ ଥର ଝଗଡ଼ା ହେଇଛି, କଥା କଟାକଟି, ମନାନ୍ତର ,ମତାନ୍ତର, ଝଗଡା କରି କିଛି ଦିନ କିଛି ମାସ କଥା ହେଇନୁ ଆମେ l ତା’ପରେ ପୁଣି ସାଙ୍ଗ, ପୂର୍ବବତ୍ କଥା ହବା କଲ୍, ମେସେଜ୍, ଫେସବୁକ୍, ୱ୍ହାଟଶ୍ଆପ lନିଜ ଜୀବନ ରେ ଘଟୁଥିବା ସବୁ କଥା ନହେଲେ ପ୍ରାୟତଃ ଅଧିକାଂଶ କଥା ବଖାଣି ବସୁ ଦୁହେଁ ଦିହିଙ୍କ ଆଗେ, ସେ ସୁଖ ହଉ ବା ଦୁଃଖ କେବେ ସଙ୍କୋଚ କରୁନା କହିବାକୁ ମନ ଭିତରର କଥା କୁ ପରସ୍ପର କୁ l ହଜାରେ ଦୁଃଖ ଆସିଛି ଏଇ ୮ ବର୍ଷର ବନ୍ଧୁତା ଭିତରେ l ଗୁଡାଏ ସାଙ୍ଗ ବନେଇଛି ମୁଁ କିଛି ଚିହ୍ନା କିଛି ଫେସବୁକ୍ ରେ, ହେଲେ ସେଇ ୮ ବର୍ଷ ତଳେ ବନେଇଥିବା ସାଙ୍ଗ ପାଖରେ ମନ ଭିତରେ ଥିବା ସବୁ କୋହକୁ ଫୋପାଡି ଦେଇ ହାଲୁକା ହେଇ ଯାଏ , କିନ୍ତୁ ସବୁ ସାଙ୍ଗଙ୍କ ପାଖେ କରି ପାରେନି ସେମିତି କେଜାଣି କାହିଁକି ?
ସିଏ ବି ସେମିତି ତା’ ଜୀବନ ର ଅତୀତ କାହାଣୀକୁ ବଖାଣିଛି ମୋ ଆଗରେ । ତା’ ପରେ ସେବେ ର ବର୍ତ୍ତମାନ ମାନେ ଏବେ ର ଅତୀତ ସବୁ ବଖାଣି ବସେ । କେତେ ପ୍ରଶ୍ନ ପଚାରେ ତା’ ଜୀବନ କୁ ନେଇ ମାତ୍ର କିଛି ଉତ୍ତର ଆଶାରେ l ହସେ, କାନ୍ଦେ, ଅଭିମାନ କରେ ମୋ ଉପରେ ,ମୋତେ ଭାରି ନିଜର ନିଜର ଲାଗେ ସେ ଏମିତି କଲେ l ମୁଁ ବି ରାଗେ ତା’ ଉପରେ କେବେ ସତସତିକା କେବେ ମିଛରେ ହେଲେ ସେ ବୁଝି ପାରେନି, “ପାଗେଳୀ ଟେ” l ଅଭିମାନ କରେ, ବାରମ୍ବାର ଚେଷ୍ଟା କରେ କଥା ହେବା ପାଇଁ ସୋସିଆଲ ମିଡିଆରେ ରିପ୍ଳାଏ ପାଇଁ, ମୁଁ ବି ବେଳେ ବେଳେ ବଦମାସି କରେ କଥା ହୁଏନି ଜାଣି ଶୁଣି l ସମୟ ଥିଲା ଯେତେବେଳେ ଚାଟିଙ୍ଗ ଚାଲୁଥିଲା ଅହରହ l ଫେସବୁକ୍, ୱ୍ହାଟସ୍ ଆପ ଖୋଲିଲେ ମେସେଜ ଆଉ ରିପ୍ଳାଏ l ଦିନୁଟିଏ ଏମିତି ଯାଇନି ଯୋଉ ଦିନ ଆମେ କଥା ନ ହଉ ଆଉ କେବେ କେବେ କଲ ବି l
ମୁଁ କିନ୍ତୁ ବଦମାସ, ତା’ ଜନ୍ମ ଦିନ ର ମାସେ ଦେଢ ମାସ ଆଗରୁ ତା’ ସାଙ୍ଗେ କଥା ବାର୍ତ୍ତା ବନ୍ଦ କରିଦିଏ ବିନା କାରଣରେ, କେବଳ ତାକୁ ଜନ୍ମ ଦିନର ଶୁଭେଚ୍ଛା ଜଣେଇବା ପାଇଁ l ସେ କିନ୍ତୁ ବ୍ୟସ୍ତ ହେଇ ପଡେ ମୋର ସେ ବ୍ୟବହାର କୁ ନେଇ ରାଗେ ଖୁବ, ହେଲେ ତା’ ଜନ୍ମ ଦିନ ଦିନ କଲ୍ କରି ୱିଶ କରିଦେଲେ ତା’ ପେଟ ପୁରି ଯାଏ l ତା’ କଥା ଶୁଣି ଲାଗେ ସେ ଯେମିତି ଏତେ ସାଙ୍ଗଙ୍କ ଭିଡରେ ଅପେକ୍ଷା କରି ରହିଥିଲା ସେଇ ଛୋଟିଆ ଫୋନ କଲକୁ କାହିଁ କେତେ ଦିନ ରୁ l ଦୀର୍ଘ ଦିନ ର ନୀରବତା ପରେ ପୁଣି ଥରେ ଗଢି ଉଠେ ହସ ଲୁହ ଭରା ସମ୍ପର୍କ ଆମର l କେବେ ଅଭିମାନ କେବେ ରାଗ ରୁଷା ଏଇ ସବୁକୁ ନେଇ ଆମର ସମ୍ପର୍କ ବନ୍ଧୁତା ର, ଆଉ ଏମିତି ମୋ ଭଳି ପାଗଳ କୁ ନିଜ ବନ୍ଧୁ ଭଳି ପାଇଥିବା ବାନ୍ଧବୀ ଜଣଙ୍କ ହେଲେ “ଗାୟତ୍ରୀ” l "ଆମ ସମ୍ପର୍କ ରେ ଭାଙ୍ଗିଛି ଅଭିମାନ, ତରଳିଛି ରାଗ କିନ୍ତୁ କେବେ ଭାଙ୍ଗିନି ସମ୍ପର୍କ l"
ଦୀର୍ଘ ଦିନର ସମ୍ପର୍କ ଭିତରେ କେଜାଣେ କେତେ ଶବ୍ଦ, ଫେସବୁକ୍, ମେସେଞ୍ଜର, ହ୍ଵାଟସ୍ ଆପ ମେସେଜ ଆଉ କେଜାଣେ କେତେ ଘଣ୍ଟା ର କଲ l ସୁଖ ଦୁଃଖ ସବୁ ସେୟର ହୁଏ ଆମ ଭିତରେ, ଛୋଟରୁ ଛୋଟ ଆଉ ବଡରୁ ବଡ କଥା ସବୁ ଖୁସି ଦିଏ ଆମକୁ ଆଉ ମୁଁ ଗର୍ବ କରେ ଆଉ ଧନ୍ୟବାଦ କରେ ଫେସବୁକ ମୋତେ ଏମିତି ବାନ୍ଧବୀ ଟେ ଉପହାର ଦେଇଛି l


Rate this content
Log in