ଆରମ୍ଭରୁ ହିଁ ଶେଷ
ଆରମ୍ଭରୁ ହିଁ ଶେଷ
ବିଶାଲ ଏତେ ଦିନ ପରେ ଗାଁକୁ ଆସିଛି ।ଗାଁ ବୁଲୁବୁଲୁ ଅମୁଲ୍ୟ (ବାଲ୍ୟବନ୍ଧୁ)କୁ ପଚାରିଲା ପିଙ୍କି, ତୁ ,ମୁଁ ସ୍କୁଲ୍ ଯାଉଥିଲେ।।ବହୁତ୍ ହଇରାଣ କରିଛି ତାକୁ ପିଲାଦିନେ।ଆଜି ତା କଥା ମନେ ପଡୁଛି ।ଦେଖାହେଲେ ସରି କୁହନ୍ତି।
ଅମୁଲ୍ୟ:ନା ସେ ମାଷ୍ଟରାଣୀ ହେଇଗଲାଣି।ଏଇ ସନ ତା ବାହାଘର ହବ ଶୁଣିଛି।
ବିଶାଲ:ତାକୁ ଦେଖିବାକୁ ଯିବା ?
ଅ:ଚାଲ୍
ଅମୂଲ୍ୟ ସହ ବିଶାଲ ଓ ତା ବନ୍ଧୁ ସୌରଭ ଗଲେ।ଅମୂଲ୍ୟଟା ଚାଷ କଲା ଗାଆଁରେ ପାଠ ନ ପଢି।
ଅ:ଦେଖ ତାଙ୍କ ଘର ଆସିଲା।
ବି:ସେ ମତେ ଚିହ୍ନି ପାରିବ ତ ?
ଅ:ହଁ ମ ସେ ତତେ ଭାରି ଭଲପାଉଥିଲା।ଭୁଲି ନ ଥିବ।
(ଘର ଭିତରକୁ ଗଲେ, ଦେଖିଲେ ତାର ବାପା ବସିଛନ୍ତି)
ବି:ପ୍ରଣାମ ମଉସା। ମୁଁ ଗୌରାଙ୍ଗ ପ୍ରଧାନ ପୁଅ।ପିଙ୍କିର ପିଲାଦିନ ବନ୍ଧୁ। ଗାଁ କୁ ଆସିଛି ।ତେଣୁ ଭାବିଲି ,ଟିକେ ପିଙ୍କିକୁ ଦେଖାକରିଯିବି।
ପିଙ୍କି ବାପା : ସେ ଉପରେ ଠାକୁର ପୂଜା କରୁଛି।
ବସ । ତାକୁ ଡାକୁଛି।
(ଏହାକହି ଭିତରକୁ ଗଲେ)
ପିଙ୍କି ଆସି ଦେଖେ ତ ଅମୂଲ୍ୟ ,ବିଶାଲ ଓ ବିଶାଲର ବନ୍ଧୁ ବସିଛନ୍ତି।ପ୍ରଣାମ କଲା। ମାତ୍ର ବିଶାଲ ପିଙ୍କିକୁ ଦେଖି ନିର୍ବାକ।ଇଏ ସେଇ ସିଙ୍ଘାଣୀ ନାକି ପିଙ୍କି ?(ମନେ ମନେ ଭାବୁଛି)।ସଦ୍ୟ ଗୋଲାପଠୁ ସୁନ୍ଦର ,ଢଳ ଢଳ ଆୟତ ଆଖି,ଅଧର ତା'ର ଲାଜମିଶାହସ ସତେ ପ୍ରସ୍ଫୁଟିତପଦ୍ମ ପାଖୁଡା, ଅଙ୍ଗେ ଅଙ୍ଗେ ଅନଙ୍ଗର ବାସ। ଯୌବନରେ ଭାରାକ୍ରାନ୍ତ ପିଙ୍କି ଧିରେ ଧିରେ ରାଜହଂସି ଚାଲି।
ପିଙ୍କି ଚା'ଆଣି ଦେଲା।ମାତ୍ର ଅଭିମାନୀ ଭଳି ପଚାରିଲା," ତୁମର ମୋ କଥା ମନେ ଥିଲା ବିଶାଲ ?"
ବି: ହଁ,ମାତ୍ର
ପି:ମାତ୍ର କଣ କେବେ କଣ୍ଟାକ୍ଟ କରିବାକୁ ଚାହିଁନ ।ସେଥିରୁ ସ୍ପଷ୍ଚ ତୁମ ଭାବନା।
ବି:ତୁମେ କଣ ମନେ ରଖିଥିଲ ?
ଅ: (ତାଗିଦ୍ କରି ) ସେ କଣ ତତେ ଭୁଲିଥିଲା।ସେ ବହୁ କାନ୍ଦିଥିଲା,ଯେବେ ତୁ ଅଷ୍ଟମ ଶ୍ରେଣୀରୁ ଚାଲିଗଲୁ ଭୁବନେଶ୍ୱର। ସେ ତତେ ....
ବି:କଣ ?ସେ ମତେ
ପି:ସେ କିଛି ନାହିଁ।
ବି:ମୁଁ ତତେ ଭୁଲିନିରେ ।ମାତ୍ର ମନେପକାଇବାକୁ ସମୟ ପାଇନି।ପାଠ ଚାପରେ।
ତା'ପରଦିନ ପିଙ୍କି ସହ ମନ୍ଦିରପାଖରେ ଦେଖାହୋଇଛି ବିଶାଲର।
ବିଶାଲ: ତୋ ପାଇଁ ପିଲାଦିନର ଭଲପାଇବା ଥିଲା।ମାତ୍ର ତୋତେ ଏତେ ଦିନପରେ ଦେଖି ପାଇବାର ଆଶା ଜାଗିଉଠିଲା।ମୋର ଜୀବନ ସାଥୀ ହେବୁ ??
ପି:(ଭୋ ଭୋ କରି କାନ୍ଦି)ବହୁ ଡେରି ହୋଇଯାଇଛି।ମୋର ବିବାହ ଠିକ୍ ହୋଇସାରିଛି।ତମେ ମୋ ମନରେ ଥିଲ,ଅଛ ,ଥିବ।ମାତ୍ର ତୁମ ପାଇଁ ପ୍ରେମ ବଦଳରେ ଅଭିମାନ ଛଡା ଆଉ କିଛି ନାହିଁ।ମୁଁ ନିରୁପାୟ ।ଏତିକି ଆମର ଶେଷ ଦେଖା ବିଦାୟ।ଦେଖା କରି ମୋତେ କ୍ଷତାକ୍ତ କରିବାକୁ ଚେଷ୍ଟା କରିବନି ଦୟାକରି।ବିଶାଲର ପ୍ରେମ ଆରମ୍ଭରୁ ହିଁ ଶେଷ ହୋଇଗଲା।ସେ ହତୋତ୍ସାହ ହୋଇ ଚାହିଁ ରହିଲା ମନ୍ଦିର ଆଡକୁ। ତାପରେ.....