STORYMIRROR

Indrabadal Mohanty

Others

3  

Indrabadal Mohanty

Others

କବିର ଭାବନା

କବିର ଭାବନା

1 min
189

ଜାଣେନା ମୋ ଦୁଇପଦ କଥା କାହାକୁ ଭଲ ଲାଗେ କି ନାହିଁ


ମୋ କବିତାର ରୂପରେଖ କାହାକୁ କେବେ ଟିକିଏ ଖୁସି ଦିଏ କି ନାହିଁ


ଆଜି ଭି ଲେଖୁଛି କବିତା କିଛି ଭୁଲିବାର ବାହାନା ନେଇ


ସର୍ଵଦା ଚେଷ୍ଟାକରେ ପୁଣି ଦୁଇଧାଡ଼ି ଲେଖିବାକୁ ମନର ଭାବନାକୁ କଲମର ବାଟ ଦେଇ


କେତେବେଳେ କଳ୍ପନା ରାଇଜର କାହାପାଇଁ ଶବ୍ଦ ସଂଗ୍ରହ କରିବାରେ ବ୍ୟସ୍ତ ମୋ କଲମ


ପୁଣି କେବେ ସ୍ମୃତିକୁ ସାଇତି ରଖିବାକୁ ପ୍ରଚେଷ୍ଟାର ଉର୍ଦ୍ଧ୍ବରେ ମୋ କବିତା ସାଜିଛି ମଲମ


ମୁଁ କବି ନୁହେଁ ତଥାପି କବିତା ଲେଖିବାର ଛୋଟ ଛୋଟ ଏ ପ୍ରୟାସ ମୋର


ଦୁଇପଦ ଲେଖାରେ କାହା ମନ ଟିକେ ଅଛି ଜିଣିବା ଲକ୍ଷ୍ୟ ମୋ କବିତାର



Rate this content
Log in

More english poem from Indrabadal Mohanty