STORYMIRROR

Sasmita Sethy

Others

3  

Sasmita Sethy

Others

ଅପରିଚିତ

ଅପରିଚିତ

1 min
371

ମୁଁ,ମୁଁ ନୁହେଁ ,ତୁମେ,ତୁମେ ନୁହଁ

ଦୁହିଁଙ୍କର ଭିନ୍ନ ପରିଚୟ

ଆମ ଭିତରେ ସହସ୍ର ଦୂରତା

ନଈର ଦୁଇ କୂଳ ପରି

ପତିଶୃତି ପର୍ବ ଗଲାଣି

ନା ଆଶା କରୁଛି କିଛି

ତୁମେ ସୀମନ୍ତିନୀ

ମୁଁ ବି ଆଉ କାହାର

ଅଳିଅଝଟ ରାଗରୁଷା ମାନ ଅଭିମାନ

କେବେଠାରୁ ତା ରାସ୍ତା ଭୁଲିଲା

ଅତୀତ,ଅତୀତର ସ୍ମୃତି

ବିସ୍ମୃତି କ'ଣ ହୋଇପାରେ???

ପୁରୁଣା ମଣିଷକୁ ନୂଆରେ

ଦେଖିବା ଝୁଂକ ମିଳେଇ ଗଲାଣି

ଦାୟିତ୍ଵ, ସମାଜ ସରହଦ

ଲଂଘିବା ସହଜ ହୁଏନା

ଦୋଷ ଆଉ ଦୋଷୀର ମୀମାଂସା

କରିବା ପୂର୍ବରୁ ଚାଲ ଦୁହେଁ

ଅପରିଚିତ ହୋଇ ଯିବା

ସଂପର୍କର ସଂଜ୍ଞା ହେଇଯାଉ ଅପରିଚିତ ।


Rate this content
Log in

More english poem from Sasmita Sethy