@wthioyrz

Pranati Jena
Literary Colonel
218
Posts
24
Followers
2
Following

ଇଶ୍ୱର ସତ୍ୟ.. ପଦ୍ମ ପତ୍ର ରେ ଜଳ ପରି ଏ ଜୀବନ ସାଂସାରିକ ମାୟା ଠାରୁ ଦୁରେଇ ଇଶ୍ୱରାଭିମୁଖି ହେବା ଉଚିତ l ଜୟ ଜଗନ୍ନାଥ ମଣିମା 🙏🌹

Share with friends
Earned badges
See all

Submitted on 11 Oct, 2021 at 12:59 PM

ବୋହୁ ଝିଅ ପରି ମମତା ଧାରା ସ୍ନେହ, ମମତା ର ପସରା ପରା, ନିଭେଇ ଜାଣିଲେ ଘର ମନ୍ଦିର ଦୁଃଖ, ସୁଖ ପରା ଏଇ ସଂସାର...🌹 ପ୍ରଣତି ଜେନା l

Submitted on 29 Sep, 2021 at 17:37 PM

ଏଇ ହୃଦୟରେ ତୁମ ହୃଦୟକୁ ଖୋଜୁଛି ବହୁତ ଦିନୁ, କେତେ ଦିନ, ମାସ ଦେଖିଛି ଏ ତନୁ ଅଧିର ମୁଁ 'ତୁମ ବିନୁ.... ପ୍ରଣତି ଜେନା l

Submitted on 28 Sep, 2021 at 11:12 AM

ସ୍ମୃତି ତୁମେ ମୋର ଅବୁଝା ଫଗୁଣ ମଳୟରେ ଭିଜା ସାଥି ସ୍ମୃତି ତୁମେ ମୋର ଜହ୍ନ ଉହାଡ଼ରେ ଚାନ୍ଦିନୀ ଚୋରା ଚଇତି.. ସ୍ମୃତି ତୁମେ ମୋର ଇଚ୍ଛା ନଈକୂଳେ ସମ୍ପର୍କର ମଧୁଗୀତି ସ୍ମୃତି ତୁମେ ମୋର ଗୋଧୂଳି ଲଗନେ ଓଁ କାର ଧ୍ଵନି ର ସ୍ତୁତି.. ପ୍ରଣତି ଜେନା l

Submitted on 28 Sep, 2021 at 04:16 AM

ମୋ ମନ କାଗଜେ ଲୁହର କାଳିରେ ଅପଢ଼ା ପୃଷ୍ଠାର ଚିଠି, ଆସୁଛି ଫଗୁଣ, ବରଷା, ବସନ୍ତେ ତଥାପି ଅପେକ୍ଷା ଏଠି.. ପ୍ରଣତି ଜେନା l

Submitted on 28 Sep, 2021 at 03:55 AM

ଜନ୍ମ ରୁ ଆରମ୍ଭ ମରଣ ରେ ଶେଷ ଏତିକି ସମୟ ହାତେ, ନଶ୍ୱର ଜୀବନ ନାହିଁ ଅବଶୋଷ ନେବାକୁ ଧର୍ମ ହିଁ ସାଥେ.. ପ୍ରଣତି ଜେନା l

Submitted on 26 Sep, 2021 at 17:38 PM

କ୍ରୀଡ଼ନକ ପରା ମଣିଷ ଜୀବନ କୁଟିଳ ନିୟତି ହାତେ, କର୍ମର ବନ୍ଧନ ସାଥେ ଘୋଡା ସମ ରଥୀଟିଏ ହୋଇ ସତେ l ପ୍ରଣତି ଜେନା l

Submitted on 26 Sep, 2021 at 08:25 AM

କବିତା ଲେଖିଲି ଭାବସ୍ପର୍ଶ ଦେଇ ଥରେ ବି ପଢ଼ିଲ ନାହିଁ, ଭଲ ପାଇବାର ହୃଦୟ ଦରଜା ଖୋଲି ଥିଲ କାହିଁ ପାଇଁ.... ପ୍ରଣତି ଜେନା l

Submitted on 26 Sep, 2021 at 04:12 AM

ଏ ଜୀବନ ମୋର ଲେଖା ରୁ ଆରମ୍ଭ ଲେଖା ରେ ହୋଇବ ଶେଷ ଶେଷ ଲେଖା ମୋର ଜଗନ୍ନାଥ ନାମେ କରୁଣା କରି ବିଶେଷ... ପ୍ରଣତି ଜେନା l

Submitted on 26 Sep, 2021 at 03:38 AM

ସବୁଜ କେଦାରେ ଶତ ବର୍ଣ୍ଣବିଭା ପ୍ରକୁତି କୋଳ ମଣ୍ଡନେ, ଶୁଭ୍ର କାଶତଣ୍ଡୀ ତରଙ୍ଗେ ଶୋଭିତା 'ମାଆ 'ଙ୍କର ଆଗମନେ ପ୍ରଣତି ଜେନା l


Feed

Library

Write

Notification
Profile