former lecturer,qualifications:MA(Utkal University VaniVihar),PGDCA. Email:soubhaginiparida2@gmail.com Author of 3 story books. AMITRAKSHYARA, ATHARVA ISWARA,MUGDHA MRUGATRUSHNA and a Novel THE COVETED SKY.
Share with friendsଶବ୍ଦ ଯେତେ ଯୋଡି ଯୋଡ଼ି ତିଆରିଲି ନିଶବ୍ଦ ରେ ସେତୁ ବିନ୍ଦୁବିନ୍ଦୁ ମୋହ ଦେଇ ସଜାଇଲି ସମ୍ପର୍କର ଫୁଲଫୁଟା ଋତୁ ଦକ୍ଷିଣା ପବନ ହାତେ ଯେତେ ପଠାଇଲି ଚିଠି ତୁମରି ନାଁ ରେ ସବୁ ଚିଠି ଫେରିଆସେ ବର୍ଷୁକୀ ମେଘରେ ଓ ସୁନାରଙ୍ଗୀ ସ୍ମୃତି ଫେରେ ବିଜୁଳି ର ସୁନା ପାଲିଙ୍କି ରେ 🥰🥰
ଜାଣେ ମୋ ନିୟତି, ପ୍ରାର୍ଥନା ମୁଦ୍ରା ରେ ଠିଆ ହୋଇ ରହିବା ଚିରକାଳ ତୁମ ବାଂମୟ ପୃଥିବୀ ବାହାରେ, ପ୍ରେମ ଓ ମୃତ୍ୟୁ ତ ଏକାପରି, ପରିଣତି ଯାହାର ସବୁକାଳେ ମୋକ୍ଷ
କିଛି ବର୍ଷ ମଧ୍ୟରେ ପୃଥିବୀବାସୀ ଏକ ମହାକାଶୀୟ ଦିବ୍ୟଶକ୍ତି ର ସନ୍ଧlନ ପାଇବା ସହିତ ଗୋଟିଏ ବିରାଟ ଶକ୍ତିର ଉତ୍ସ କୁ ଅନୁଭବ କରିବେ ତୁମେ ତାକୁ କୃଷ୍ଣଶକ୍ତି ଵା ଡାର୍କମ୍ୟାଟର ବୋଲି କହିପାର ଇପ୍ସିତ ଆକାଶ
କିଛି ବର୍ଷ ମଧ୍ୟରେ ପୃଥିବୀବାସୀ ଏକ ମହାକାଶୀୟ ଦିବ୍ୟଶକ୍ତି ର ସନ୍ଧlନ ପାଇବା ସହିତ ଗୋଟିଏ ବିରାଟ ଶକ୍ତିର ଉତ୍ସ କୁ ଅନୁଭବ କରିବେ ତୁମେ ତାକୁ କୃଷ୍ଣଶକ୍ତି ଵା ଡାର୍କମ୍ୟାଟର ବୋଲି କହିପାର ଇପ୍ସିତ ଆକାଶ
ସାରା!ସ୍ୱାମୀ ମାନେ ପ୍ରବଳ ପ୍ରତାପୀ ହୋଇପାରନ୍ତି, ପ୍ରେମିକ ମାନେ ଚିରଦିନ ନିରୀହ | ପୃଥିବୀ ର ଯେତେ ଇତିହାସ, ସାହିତ୍ୟ ଲେଖାଯାଇଛି ତାର ପୃଷ୍ଠା ଓଲଟାଇ ଦେଖ ପ୍ରେମିକ ମାନେ ସବୁକାଳେ ବିନୀତ, ପରାଜିତ ଇପ୍ସିତ ଆକାଶ ସୌଭାଗିନୀ ପରିଡା
କେତେ କ୍ଷୀର ରେ କେତେ ମହୁ ମିଶିଲେ ପ୍ରେମ ମଧୁର ହୁଏ ସେ ଭାଗ ମାପ ମୋତେ ସଠିକ ଜଣାଅଛି | ଇପ୍ସିତ ଆକାଶ ସୌଭାଗିନୀ ପରିଡା
ଏମିତି ରାତି ନାହିଁ ଯେ ଅନ୍ଧକାର କୁ ଉପେକ୍ଷା କରିପାରେ, ଆଉ ମୋ ଜାଣିବାରେ ଏମିତି ଭ୍ରମର ନାହିଁ ଯେ ଫୁଲ ର ଆମନ୍ତ୍ରଣ କୁ ଅସ୍ବୀକାର କରିପାରେ | ଇପ୍ସିତ ଆକାଶ ସୌଭାଗିନୀ ପରିଡା