I'm Suhana and I love to read StoryMirror contents.
Share with friends
ଦେଖିଛ କି କେବେ, ଏ ମାଟିର ସେଇ ବର୍ଷା ଚୁମ୍ବୁଥିବା ଦେହକୁ??? ସ୍ବପ୍ନ ରେ ଭିଜାଏ, ଭାବନା ସଜାଏ କିଣିନିଏ ସେ ତ ମନକୁ!!!❤️❤️
ନିସ୍ତବ୍ଧ ରାତିରେ କୁଆଁ କୁଆଁ ସ୍ବର, ଯା ନିଦକୁ ହଜେଇ ଦେଇଛି, ତଣ୍ଟି ଶୁଖି ଗଲେ ଛାତିରୁ ନିଗାଡି, ଯେ ଅମୃତ ପିଆଇ ଦେଇଛି। ଲକ୍ଷେ ରାଣୀ ମଧ୍ୟେ ରାଜରାଣୀ ସିଏ, ମାଆ ପରି କିଏ ହୋଇଛି? ମାଆ ପରି କିଏ ହୋଇଛି??
କ'ଣ ଲାଭ ଅଛି ହରେଇ ବାକୁ ଯାଉଥିବା ମଣିଷ ପାଖେ, ହରେଇ ବାର ଭୟକୁ ଲୁଚେଇବାରେ? କ'ଣ ଲାଭ ଅଛି, ସମୟ ନଥିବା ଅତିଥି କୁ ଦୀର୍ଘ ସମୟ ଧରି ଅପେକ୍ଷା କରିବାରେ? କ'ଣ ଲାଭ ପ୍ରେରଣା ହୀନ ଜୀବନକୁ ସଂଗୋରଧ ରେ ଜୀଇବାରେ? କ'ଣ ଲାଭ ଅଛି ଆୟୁଷ ନଥିବା ମିଛ ସଂପର୍କ ଲାଗି ପଥର ମୁର୍ତ୍ତି କୁ ଡାକିବା ରେ?
ବିଭୁ ସୃଷ୍ଟିର ଏ ସୁନ୍ଦର ସୃଷ୍ଟି ରେ ଦୁଇ ଗୋଟି ପ୍ରାଣି ଦେଖିଲି, ଜଣେ ଶିଖେଇଲା ସ୍ନେହ ପରିଭାଷା, ସ୍ଵାଭିମାନୀ ହେବା ଅନ୍ୟ ଜଣଙ୍କ କୁ ଶିଖିଲି।