ଯେତେ ନଭଶ୍ଚୁମ୍ବୀ ହେଲେହେଁ ପାଦପ ବସୁମାତା କୁ ଛାଡେ କି କାହିଁ ଯେତେ ଉଚ୍ଚପଦ ,ଯଶ ଖ୍ୟାତି ଲଭ ପିତାମାତା ଙ୍କୁ ଭୁଲିବ ନାହିଁ ା
ଜୀବନ ଖାତା ର ପ୍ରତି ଟି ପୃଷ୍ଠା ରେ ତୋ ନାମ ଦେଇଛି ଲେଖି ଭଲ କରି ଦେଖ ପ୍ରତି ଟି ଅକ୍ଷର ମୋ ଲୁହ ଦେଇଛି ମାଖି ଜଗନ୍ନାଥ.... ମୋ ଆଖି ରହିଛି ସାକ୍ଷୀ ା
ଆଖି ଯେବେ କହିବସେ ହୃଦୟ ର କଥା ଓଠ ମନେ ଜାଗି ଉଠେ ଭୟ ଆଉ ବ୍ୟଥା ା ଧରା ପଡିଯିବ କାଳେ ସତେ ତାର ମିଥ୍ୟା ତେଣୁ ସେ ଆବୋରି ନିଏ ମୌନ ନିରବତା ା **ଆହ୍ଲାଦିନୀ ପାଣିଗ୍ରାହୀ ଦାଶ 'ସଇନ୍ତଲା ବଲାଙ୍ଗୀର **
ରୁପ ,ଯଉବନ ଦି' ଦିନ କୁଣିଆଁ ଆଜି ଅଛି , କାଲି ନାହିଁ ବାହ୍ୟ ସୌନ୍ଦର୍ଯ୍ୟ କୁ ନେଇ କରି ବନ୍ଧୁ ଗର୍ବ କରି ଲାଭ ନାହିଁ ା ବିଶ୍ବପ୍ରେମ ଫୁଲ ଫୁଟେ ଯା ହୃଦୟେ ଶାଶ୍ବତ ସୌନ୍ଦର୍ଯ୍ୟ ସେହି ମୃତ୍ୟୁ ପରେ ବି ସେ ସୌନ୍ଦର୍ଯ୍ୟ ଦିପ୍ତୀ ମହଳନ ପଡେ ନାହିଁ ା *ଆହ୍ଲାଦିନୀ ପାଣିଗ୍ରାହୀ ଦାଶ *