@alhadini-panigrahi-dash

Alhadini Panigrahi dash
Literary Colonel
AUTHOR OF THE YEAR 2019,2021 - NOMINEE

336
Posts
160
Followers
0
Following

Gender- female. work - A house wife l am a poet and writer. age- 51-year-old.

Share with friends
Earned badges
See all

ମୋ କଲମ ରେ ଏତେ ଶକ୍ତି କାହିଁ ମାଆ ତୋ ପାଇଁ ଲେଖିବି କବିତା ଭାବ, ଭାଷା ଆଉ ଭାବନା ଉର୍ଦ୍ଧ୍ବ ରେ ତୋହର ସେନେହ ମମତା❤️🌹 🌹ଆହ୍ଲାଦିନୀ🌹

ମାଆ ର୍ ଦିହି ସିନା ପୁଡି ଖାର୍ ହେଲା ଖାର୍ ନାଇଁ ହେଇ ସୁର୍ତା ତାର୍ ନାଆଁ କେଭେ ମନୁଁ ନାଇଁ ମରି ଜିଇଁ ଥିବା ଜୀବନ୍ ସର୍ତା

ଯେତେ ନଭଶ୍ଚୁମ୍ବୀ ହେଲେହେଁ ପାଦପ ବସୁମାତା କୁ ଛାଡେ କି କାହିଁ ଯେତେ ଉଚ୍ଚପଦ ,ଯଶ ଖ୍ୟାତି ଲଭ ପିତାମାତା ଙ୍କୁ ଭୁଲିବ ନାହିଁ ା

ଜୀବନ ଖାତା ର ପ୍ରତି ଟି ପୃଷ୍ଠା ରେ ତୋ ନାମ ଦେଇଛି ଲେଖି ଭଲ କରି ଦେଖ ପ୍ରତି ଟି ଅକ୍ଷର ମୋ ଲୁହ ଦେଇଛି ମାଖି ଜଗନ୍ନାଥ.... ମୋ ଆଖି ରହିଛି ସାକ୍ଷୀ ା

ଆଖି ଯେବେ କହିବସେ ହୃଦୟ ର କଥା ଓଠ ମନେ ଜାଗି ଉଠେ ଭୟ ଆଉ ବ୍ୟଥା ା ଧରା ପଡିଯିବ କାଳେ ସତେ ତାର ମିଥ୍ୟା ତେଣୁ ସେ ଆବୋରି ନିଏ ମୌନ ନିରବତା ା **ଆହ୍ଲାଦିନୀ ପାଣିଗ୍ରାହୀ ଦାଶ 'ସଇନ୍ତଲା ବଲାଙ୍ଗୀର **

ହୃଦ- ବଗିଚା ରେ ବିଶ୍ବ- ପ୍ରେମ ଫୁଲ ନିତ୍ୟ ଫୁଟୁଥାଉ ପ୍ରଭୂ ହେ ସେ ଫୁଲ ମହକ ସଂଚରି ଯାଉ ବିଶ୍ବ ର ପ୍ରତି କୋଣ ରେ ା

ପ୍ରତି ଟି କର୍ମ ର ଆରମ୍ଭ ଟେ ଥାଏ ସମାପ୍ତି ବି ପରେ ଥାଏ ଉତ୍ତମ କର୍ମାରମ୍ଭେ ସୁଫଳ ମିଳଇ କୁଫଳ ପାପ କର୍ମ ରେ ା

ରୁପ ,ଯଉବନ ଦି' ଦିନ କୁଣିଆଁ ଆଜି ଅଛି , କାଲି ନାହିଁ ବାହ୍ୟ ସୌନ୍ଦର୍ଯ୍ୟ କୁ ନେଇ କରି ବନ୍ଧୁ ଗର୍ବ କରି ଲାଭ ନାହିଁ ା ବିଶ୍ବପ୍ରେମ ଫୁଲ ଫୁଟେ ଯା ହୃଦୟେ ଶାଶ୍ବତ ସୌନ୍ଦର୍ଯ୍ୟ ସେହି ମୃତ୍ୟୁ ପରେ ବି ସେ ସୌନ୍ଦର୍ଯ୍ୟ ଦିପ୍ତୀ ମହଳନ ପଡେ ନାହିଁ ା *ଆହ୍ଲାଦିନୀ ପାଣିଗ୍ରାହୀ ଦାଶ *

ରକ୍ତ ର ହେଉ କି ଭାବ ର ହେଉ ସମ୍ପର୍କ ଭଉଣୀ -ଭାଇ ଅତୀବ ପବିତ୍ର ସ୍ନେହ ର ଅମୃତ ଝର ଝର ଝରୁଥାଇ ା


Feed

Library

Write

Notification
Profile