ସନ୍ୟାସୀ ସେହି ଲୋକମାନେ ନୁହଁନ୍ତି ଯୋଉ ମାନେ ଜୀବନ ସଂଘର୍ଷକୁ ଡରି ସଂସାର ତ୍ୟାଗ କରିଛନ୍ତି । ବାସ୍ତବରେ ସନ୍ୟାସୀତ ସିଏ ଯିଏ ଭଲଭାବରେ ଜାଣିଛି ଯେ , ସେ ଯଦି ନିଜସ୍ୱ ଢଙ୍ଗରେ ଖେଳିବାକୁ ପଡିଆକୁ ଓହ୍ଲାଇବ ତେବେ , ସେ ସମସ୍ତଙ୍କୁ ହରାଇ ଦେବ । କିନ୍ତୁ ସେ ଏକଥାବି ଭଲ ଭାବେ ଜାଣିଛିଯେ ସମସ୍ତଙ୍କୁ ହରାଇ ସରିଲା ପରେ ମଧ୍ୟ ତାକୁ କିଛି ହାସଲ ହେବ ନାହିଁ । ✍️ଲେଖନୀ ଆଲେଖିକା
ହାତ ଧରି ନିଅ ଅଜ୍ଞାନ ଅନ୍ଧାରୁ ତୁମେ ଜ୍ଞାନର ବଳୟ ଅଜ୍ଞାନ ଦେଶର ଉତ୍ତପ୍ତ ସହରେ ତୁମେ ଶୀତଳ ମଳୟ 💐💐 ଗୁରୁ ଦିବସର ଶୁଭ କାମନା ବିଶ୍ୱର ସମସ୍ତ ଗୁରୁଙ୍କୁ ଦଣ୍ଡବତ 🙏🙏
ଭଲ ପାଇବା ମଣିଷ ର ଗୋଟିଏ ମୁଖ୍ୟ ଆବଶ୍ୟକତା । ବୟସର ସବୁ ସୋପାନରେ ଭଲ ପାଇବା ପରିବର୍ତ୍ତିତ ହୁଏ । ମାତ୍ର ଯେବେ ମଣିଷର ଭଲ ପାଇବା ସୀମାବଦ୍ଧ ହୁଏ , ସେ ଭଲ ପାଇବାର ପରିବର୍ତ୍ତିତ ରୂପ କୁ ସ୍ୱୀକାର କରି ନପାରେ , ସେତେବେଳେ ତାର ମୃତ୍ୟୁ ଘଟେ 😭
ସୁଖ ସୁରୁଜ ହସୁଛି ପଦୁଅଁ କୁ ଦେଖି କଇଁ ହସେ ଦେଖି ଜହ୍ନ ସୁଖ ଟିକେ ପାଇଁ ଏ ମଣିଷ ମାନେ ଦିବାନିଶି ଧାଵମାନ ସୁଖ କି ଦିବା ସପନ ଭାବନା ମାତ୍ରକେ ମିଳି ଯାଉଥିଲେ ଇପ୍ସିତ ଦରବ ମାନ ସର୍ବେ ନିଜ ପୁରେ ପୁରନ୍ଦର ସାଜି ଦେଖନ୍ତେ ବସି ସପନ
ପଚାରନା ତୁମେ ମୋତେ ମୋ ନିଜ ଠିକଣା ଆଜି ଯାଏଁ ସେ କଥା ଟା ମୋତେ ବି ଅଜଣା କାହା ବଗିଚା ର ଫୁଲ କାହା ପାଇଁ ମାଳି କା ମଥା ତିଳକ ପୁଣି କାହା ପାଦ ଧୂଳି