I'm Annapurna and I love to read StoryMirror contents.
Share with friends
ଭଲପାଅ ପଛେ ଅନ୍ଯ ଭାଷାକୁ ଭୁଲନାହିଁ କେବେ ମା" ଭାଷାକୁ। ପ୍ରତିବେଶୀ ଭାଷା ଆଦରକରି ନିଜକୁ ହାକିମ ମଣୁ ଅନୁସରଣ କରିକରି ଅନୁକରଣକୁ ଭୁଲି ଜୀବନ ସାରୁ। ଆହେ ଜ୍ଞାନୀମାନୀ ଜନ ଥରେ ନିରେଖି କରି ଦେଖ ତାଙ୍କୁ ସେମାନେବି ଭଲପାଇ ଅନ୍ଯକୁ ଭୁଲୁୁୁୁୁନାହାଁନ୍ତି ନିଜ ଭାଷାସଂସ୍କୃତିକୁ। ଅନ୍ନପୂର୍ଣ୍ଣା ଭଟ୍ଟ
ସେଇ ଏକା ନର ପାଏ ସବୁଠି ସନମାନ ଯିଏ ରଖେ ମାତୃଭୂମି ମାତୃଭାଷାର ମାନ। ଧନ ଦଉଲତ ଜ୍ଞାନ ସବୁଥାଇ ସେ ଜନ ହୋଇବ ତୁଚ୍ଛ ଯେବେ ତା ପାଶେ ନାହିଁ ମାତୃଭୂମି ମାତୃଭାଷା ପ୍ରେମ। 💖💖ଅନ୍ନପୂର୍ଣ୍ଣା ଭଟ୍ଟ💖💖
ପଞ୍ଚଭୂତେ ଗଢ଼ା ଏ ଶରୀର ପ୍ରକୃତି ଭରିଲା ପରାଣ ପ୍ରାଣ ପାଇ କରଜ ନ ଶୁଝି ପ୍ରକୃତିକୁ କଲି ଛାରଖାର। ସତେ କେଡ଼େ ସ୍ବାର୍ଥି ମଣିଷ ଜାଣୁଜାଣୁ ଜଗତକୁ କଲି ବିଷାକ୍ତ ଆଜି ଭୀତମନ ହୋଇ ଚକିତ କହେ ବେଳୁ ପ୍ରକୃତିିକୁ କର ଅମୃତ। 🌳🌳🌱ଅନ୍ନପୂର୍ଣ୍ଣା ଭଟ୍ଟ🌳🌳🌱
ବୋଉ ମୋର କହେ ଶତ ଶାସ୍ତ୍ର ପଢ଼ି ନାହିଁ ଲାଭ ଯେବେ ଉଚ୍ଚାରଣ ଆଚରଣ ନକରିଛ ତୁମେ ଶୁଦ୍ଧ। ଆଚରଣେ ଉଚ୍ଚାରଣେ ଯେ ଜନର ମନ ଅଟଇ ଶୁଦ୍ଧ ବିଚାରଣେ ଜଗତ ବୋଲଇ ସେଇ ଏକା ପଣ୍ଡିତ ଜାଣ। 💕💕ଅନ୍ନପୂର୍ଣ୍ଣା ଭଟ୍ଟ 💕💕
ଶିବ ହିଁ ସତ୍ଯ, ସତ୍ଯ ହିଁ ଶିବ। ସତ୍ଯକୁ ଆଦରି ନିଅ, ଜୀବନ ହେବ ସୁନ୍ଦର। ସତ୍ଯମ୍ ଶିବମ୍ ସୁନ୍ଦରମ୍ ଏ ଯେ ସଂସାରର ସତ୍ଯ ବାକ୍ଯମ୍। 💕💕ଅନ୍ନପୂର୍ଣ୍ଣା ଭଟ୍ଟ💕💕
ଆଶା ହୁଏ ଯଦି ଏକ ବୃକ୍ଷ, ଲଖ୍ଯ ସେ ବୃକ୍ଷର ଏକ ଫଳ। କର୍ମ ସେ ବୃକ୍ଷର ଆଧାର, କର୍ମ ଆଧାର ଦେଇ ଆଶା ବୃକ୍ଷରୁ ଲଖ୍ଯ ଫଳ ତୋଳ । ବାସ୍ ସୁନ୍ଦର ମାଳିଟିଏ ହବା ଦରକାର।
ଅଧିକାର ଦେଖାଇ କିବା କର୍ତ୍ତବ୍ୟକୁ ମାର ଢ଼ାଲ, ତୁଛଟାରେ କିବା ଗୁଣୀ ମାନୀ ବୋଲି ମାର ଟାଣ। ଦୁଇ ଚାରି କଥା ଉଧାରି ନକର ଛାର ପଣ, ପଣ ଚାହଁ ଯେବେ ପୂଜ ଜୀବିନ୍ତ ଠାକୁର ଚରଣ। - ଅନ୍ନପୂର୍ଣ୍ଣା ଭଟ୍ଟ-