ମନ ତ କହୁଥିଲା ଆକାଶରେ ଡେଣା ଝାଡି ଉଡିଯିବା ପାଇଁ, ହେଲେ ଏ ସମୟ ର ଅନୁମତି ନଥିଲା। ଇଛାଥିଲା ସୀମାହିନ ସମୁଦ୍ର ର ବକ୍ଷଚିରି ଭାସି ବୁଲିବାକୁ, ହେଲେ ଏ ବୟସର ଅନୁମତି ନଥିଲା। ଇଛାଥିଲା ତୋତେ ମନଭରି ଆଲିଙ୍ଗନ କରିବାକୁ, ହେଲେ ଏ ପରିସ୍ଥିତି ର ଅନୁମତି ନଥିଲା। ଆଶାଥିଲା ସମୁଦ୍ର ବେଳାଭୂମି ରେ ବାଲି ଘରେ ରହିବାକୁ, ହେଲେ ଏ ଢେଉର ଅନୁମତି ନଥିଲା। ଇଛା ଅଛି ତମ ପାଦତଳେ ମଥାନତ କରି ସମୟ କୁ ବିଦାୟ ଦେବାକୁ, ହେଲେ ଜଣାଅଛି ତୁମର ଅନୁମତି ନଥିବ।