I'm Monalisa and I love to read StoryMirror contents.
Share with friends
ମୋ ଜୀବନର ପ୍ରତ୍ୟେକ ବ୍ୟଥାର ଉପଶମ ତୁ ଖୁସିରେ ଥିଲେ ତ ମୁଁ ତୋତେ କେବେ ଖୋଜେନା..... ହେଲେ,ବିରହ ବେଳାରେ ଇଚ୍ଛା ହୁଏ ତୋ କୋଳାଗ୍ରତ ହେବା ପାଇଁ। ଏତେ ଦିନ ଖୋଜି ଖୋଜି ଆଜି ତୋତେ ପାଇବାକୁ ଯାଉଛି, ଆଉ ନିଶ୍ଚିତ ପାଇବି, ତୋତେ ପାଇବାକୁ ଆଉ କିଛି ପ୍ରତିବନ୍ଧକ ନାହିଁ। କାହିଁକି ନା ମୁଁ ଆଜି ବେସାହାରା। @ମୋନା
ହୃଦୟପୁର ବଜାରରେ ମୁଁ- ଅନ୍ତର ଭିତରୁ ଲୁହ,କ୍ରୋଧ, ଭୟ ଏ ସବୁ ତ ବାହାରି ଆସେ ବିନା ଦିଗ୍ଧାରେ। ଆଛା,ତେବେ ହସଟା କଣ ଏତେ ମାହାଙ୍ଗା ? ଖୋଜି ବାହାରିଲି ହୃଦୟପୂର ବଜାରକୁ କ୍ଳାନ୍ତ ହେଲାଣି ବୁଲି ବୁଲି ଅଥଚ ମିଳୁ ନାହିଁ। ଯାହାବି ମିଳୁଛି ସବୁ ନକଲି। ଠିକ ଅଛି କିଛି ନ ମିଳିଲା ନାହିଁ ଲୁହ ଟିକେ ନେଇଯିବି ମୋ ମୃତ୍ୟୁ ଦିନ ପାଇଁ।
ଦିନେ ମୃତ୍ୟୁ ମୋର ଦରଜା ପିଟିବ ଆଉ ବିଦ୍ୟାଳୟର ବାଧ୍ୟ ଶିଶୁଟି ଭଳି ମୁଁ ଚାଲି ଯିବି ତା' ସାଥିରେ ମୋ ସାଥିରେ ଚାଲିଯିବ ମୋର ତୁମ ପ୍ରତି ଥିବା ତମାମ ଘୃଣା ଆଉ ଚିର କାଳ ବଂଚି ରହିବ ପ୍ରେମ । @ମୋନା
ପୁଞ୍ଜିପତି କୁହେ ହେ, ଗରିବୀ ତୁମେ ଗରିବୀ ହୋଇ ଜନ୍ମିଛ ଗରିବୀ ହୋଇ ମରିବ....... ଗୁଲାମି କରିବା ତୁମର ଜନ୍ମ ଗତ ଅଧିକାର....... ମୋ ପାଇଁ ଗରିବୀ ଏକ ମହାମାରୀ। ଯଦି ସାରା ଭାରତ ବର୍ଷକୁ ଗରିବୀ ମୁକ୍ତ କରିବାର ଅଛି ତେବେ, ସାମ୍ୟବାଦୀ ଶାସନକୁ ଆପଣେଇ ନିଅନ୍ତୁ। ଆଉ ଯଦି ସାରା ପୃଥିବୀକୁ ଦରିଦ୍ରତାର ମହାମାରୀର ମାରିବାର ଅଛି ତେବେ ଜଂଘି ଗୋଷ୍ଟି B.J.P କୁ ବାଛନ୍ତୁ।
ସମ୍ବିଧାନ କୁହେ “ମୁଁ ପାଉଁଶ ତଳର ନିଆଁ" ଯେତେ ନିଜ ଅଧିନସ୍ଥ ହେବାକୁ ଚାହେଁ ହୋଇ ପାରେନା। ପୁନଶ୍ଚ ବାହାରି ପଡେ ଚତୁପାର୍ଶ୍ଵର ତାତି ଦେଖି, ଦେଖିବାକୁ ଚାହେଁ ଆଜିର ରଣଭୂମିରେ କିପରି ହେଉଛି ରାଜନୀତି।
ଏକ ସ୍ତ୍ରୀ ଗ୍ରହଣ କରିବୁ ସମାଜ ତୋତେ ସ୍ବାମୀ କହିବ, ଆଉ ଅନେକ ନାରୀ କୁ ଉପଭୋଗ କଲେ କଳଙ୍କିତ ଚରିତ୍ର। ଅଙ୍ଗୁରୁ ଦେହ ପାଇଁ ହିତକାରକ କିନ୍ତୁ ତାକୁ ପାଚନ କରି ଗିଲାସରେ ସେବନକଲେ ତାହା ମାଦକ।
ଏଠି ବଞ୍ଚିବାର ମାନେ କଣ ? ସୁଖର ଅଭାବରେ ଦୁଃଖକୁ ଆପଣେଇବା। ପୀୟୂଷ ଭାବି ଜହରକୁ ଆକଣ୍ଠ ପାନକରିବା। ପ୍ରେମର ଦ୍ୱାହି ଦେଇ ଦେହ ସହ ଖେଳିବା ପରେ, ଜନ୍ତ୍ରଣର ସଙ୍ଗୀତ ଗାନ କରି ପାଗଳ ହୋଇଯିବା। ପ୍ରକୃତରେ ବଞ୍ଚିବାର ମନେ କଣ ? ମାଆ, ବାପାଙ୍କ ଆଖିର ଲୁହକୁ ଓଠର ହସରେ ଯଦି ପରିଣତ କରିପାରିବା ତେବେ ଜୀବନରେ କିଛି ସାର୍ଥକତା ରହିବ।