ଚାରା ଟିକୁ ମାଟିରେ ପୋତି , ତାର ଯତ୍ନ ନେଇ ଗାଈ ଗୋରୁ ତଥା ବାହ୍ୟ ଶତ୍ରୁ ମାନଙ୍କ କବଳ ରୁ ମୁକୁଳେଇ ମହାଦ୍ରୁମ ରେ ପରିଣତ କରେଇବା କେତେ ଯେ କଷ୍ଟସାଧ୍ୟ ତାହା ଗଛ ଲଗେଇ ଥିବା ଲୋକ ହିଁ ଜାଣେ । ଗଛ କୁ ନଷ୍ଟ କରିବାକୁ ଚାହୁଁ ଥିବା ଲୋକ ନା କେବେ ବୃକ୍ଷ ରୋପଣ କାରୀ ର କଷ୍ଟ କୁ ବୁଝିପାରେ ନା ସଂଘର୍ଷକୁ ? ସେ ତ କେବଳ ଫଳ ଭରା ଗଛ କୁ ଇର୍ଷା କରିପାରେ , ଲୋଭ କରେ । ବଳ ପୂର୍ବକ ଟେକା ପଥର ଫିଙ୍ଗି ପାଚିଲା ଫଳ ଗୁଡ଼ିକ ହାସଲ କରିବାକୁ ଚେଷ୍ଟା କରେ । ଆଉ ଯଦି ଫଳ ନ ମିଳିଲା ତେବେ......
ମରୁ ପଥଚାରୀ ନିଦାଘେ ଯେପରି ପାଇଯାଏ ଗଛ ଛାଇ ।ସେପରି ଲଭିଛି ସ୍ବର୍ଗ ସୁଖ ଯେତେ ଶରଣରେ ତୋର ରହି । ମୁଁ ସିନା ତୋତେ ଭୁଲି ଯାଇଅଛି ତୁ ଭୁଲି ନାହୁଁ ମୋତେ । ଦେଖିଛି ପଛରେ ତୁ ଠିଆ ହେବାର ବିପଦ ଆସିଛି ଯେତେ... । ଏବେ ବି ବିଶ୍ୱାସ ଥିବାଯାଏଁ ନିଃଶ୍ୱାସ ତୁ ରହିବୁ ମୋ ପାଖେ । ଜୀବନ ସଂଗ୍ରାମେ ତୁ ମୋ ସାରଥି ଶେଷେ ନେବୁ ତୋର ପାଶେ ।।
ପ୍ରତାରଣା ବହ୍ନି ବଳୟ ମଧ୍ୟରେ ମୁଁ ଗୋଟେ ଟିକି ପତଙ୍ଗ । ଡେଣା ମୋ ଛିଡାଇ ଦଗ୍ଧ ହେବା ପରେ ବୁଝିଲି ଦୁନିଆ ରଙ୍ଗ ।। ପାର୍ବତୀ ପଣ୍ଡା