Suvram Prusty
Literary Captain
61
Posts
11
Followers
57
Following

ଲେଖିବା ମୋର ଗୋଟେ ବହୁତ ବଡ଼ ନିଶା । ପାରିପାର୍ଶିକ ପରିସ୍ଥିତି ବା ଘଟଣାବଳୀକୁ ନେଇ ମନରେ ଉଙ୍କିମାରୁଥିବା ଆବେଗ ହିଁ ମୋ ଲେଖାର ପରିପ୍ରକାଶ ।

Share with friends

ନିଜ ଜୀବନରେ କିଛି ଛୋଟ ଛୋଟ ପରିବର୍ତ୍ତନ ରେ ହିଁ ସମ୍ପର୍କର ନିବିଡ଼ତା ବଢିଯାଏ । ଆଉ ଏ ସମ୍ପର୍କ ସବୁ ଖରାପ ବାଟରୁ ଆଣି ନୂତନ ଜୀବନର ରାହା ଦେଖାଇ ଥାଏ ।

ଅସଂପୂର୍ଣ୍ଣ ପ୍ରେମ ଏବଂ ନିରର୍ଥକ ଅନେକ ପ୍ରୟାସରେ ଜର୍ଜରିତ ଏ ଜୀବନ । ଜୀବନର ହତୋତ୍ସାହ ସହ ପ୍ରତିଟି ମୁହୁର୍ତ୍ତ କୁ ଥରେ ଥରେ ଘୃଣା କରି ଚାଲେ । ଜୀବନ ବଞ୍ଚିବାର ନୂଆ ସଜ୍ଞା ଖୋଜି ଚାଲେ । ସମୟ ରେ ନେଇଥିବା କିଛି ଛୋଟ ବଡ଼ ଭୁଲ ରେ ସାରା ଜୀବନର ପ୍ରତିଛବି ବଦଳି ଯାଏ ।

(a+b)²= a²+2ab+b² ଯେପରି a ଏବଂ b ଉଭୟ ମିଶି 2ab ହେଲେ ହିଁ ସମସ୍ୟା ର ସମାଧାନ ହେଉଛି ସେହିପରି ସଂପର୍କ ରେ ସମାଧାନ ପାଇଁ ଉଭୟ ଙ୍କୁ ମିଶିବାକୁ ପଡ଼େ । ତେବେ ଯାଇ ସମସ୍ୟାର ସମାଧାନ ରାସ୍ତା ବାହାରିବ ।

ଏକ ନୂତନ ବର୍ଷ ଆଣେ ନୂତନ ଉନ୍ମୋଧନା ନୂତନ ଆଶା ଆଉ ନୂତନ ଆକାକ୍ଷାଂ । ହେଲେ ପଛରେ ଛାଡ଼ି ଦିଏ ଅନେକ ସ୍ମୃତି ଯାହା ଚୀର ସ୍ମରଣୀୟ । ବର୍ଷ ଶେଷରେ ସିନା କ୍ୟାଲେଣ୍ଡର ବଦଳି ଯାଏ ହେଲେ ସେ କେବେବି ଲିଭେନା । ଅଲିଭା କାଳିରେ ଲେଖା ଯାଇଥିବା ଅବୁଝା ଫର୍ଦ୍ଦ ସେ ।

ନା ସମୟ ସହ ଲଢିବାର ଶକ୍ତି ଥାଏ , ନା ଥାଏ ଧର୍ଯ୍ୟ । କେବଳ ଶୁଖିଲା ପତ୍ରଟିଏ ସାଜି ପବନରେ ଉଡ଼ି ଚାଲିଥାଉ । କେବେ ବି ପବନର ଶେଷରେ ପଡି ଯିବାର ଭୟ ଥାଏ । ପୁଣି ଏକ ନୂତନ ପବନରେ ଉଡ଼ିବାର ଆକାଂକ୍ଷା ଥାଏ । ବୋଧେ ଜୀବନା ଟା ଏମିତି ।

କେବେ ଗ୍ରୀଷ୍ମ ର ଉଷ୍ମତା ଖୋଜି ଖୋଜି ବର୍ଷା ର ମଧୂରିତ ଜଳ ଦେହରେ ଛିଞ୍ଚି ହୋଇ ପଡ଼େ । ଆଉ କେବେ ଶୀତର ଶୀତଳତା ।

କେବେ ଫୁଲ କଢିଟେରୁ ଫୁଲ ଫୁଟିବାର ଦେଖିଛ ? କିନ୍ତୁ ସେ ସୁନ୍ଦର ଫୁଲ ଟିକୁ ଦେଖିଛ, ତାର ସୁମଧୂର ବାସ୍ନାଟିକୁ ଗ୍ରହଣ କରିଛ ।

କେବେ ଖାଲି କାଗଜ ରେ କଲମକୁ ଗାରେଇ ଗାରେଇ ସାରିବାକୁ ଚେଷ୍ଟା କରିଛ ? କିନ୍ତୁ କେତେବେଳେ ଲେଖି ଲେଖି ସେଇ କଲମର କାଳି ବି ସରିଯାଏ । ଆଉ କାଗଜଟିର ମୂଲ୍ୟ ବଢିଯାଏ ।

ନୂଆ ଦୁନିଆ ର ସ୍ୱପ୍ନ ଦେଖି ବଞ୍ଚିଥିବା ଦୁନିଆକୁ ଭୁଲିଯାଉ । ସ୍ୱପ୍ନ ତ ଅସୀମିତ, ହେଲେ ଜୀବନ ସୀମିତ । ସେ ଅସରନ୍ତି ସ୍ୱପ୍ନ କୁ ଖୋଜି ଖୋଜି ଜୀବନକୁ ଭୁଲିଯାଉ ।


Feed

Library

Write

Notification
Profile