"କିଏ ନ ଜାଣିଲେ ତୁମେ ଜାଣ ପ୍ରଭୁ କେମିତି ବଞ୍ଚିଛି ଏ ଅଭାବି ଦେହ ଦୁନିଆଁ ଜାଣିବ କାଳେ ସେହିଲାଗି ଦେଲୁଣି ମାରି ମୋ ଆଉଟା ଲୁହ"
ଏକ ବିରହ ଏକପଦି…… ।।। ନୀଳକଣ୍ଠ କରି ପିଆଇଲୁ ତୋର ଉତୁରା ପ୍ରେମ ଜହର ତୋ ମଧୁଶେଯ ଜଳା ଦୀପ ସାଜି ମାପୁଛି ସତୀତ୍ଵ ତୋର।।।
ଚୋରେଇ ନେଇକି ହୃଦୟ ତୁମର ହେଉଛି ମୁଁ ଛଟପଟ... ଗୋଟିଏ ଦେହରେ ଦୁଇଟି ହୃଦୟ ଦେଉଅଛି ବଡ଼ କଷ୍ଟ ହସେ ସିନା ତୁମ ଓଠ ମୋତେ ଲାଗେ କଂଟକଂଟ... । ମୋ ହୃଦୟ ପକ୍ଷୀ ତୁମକୁ ଖୋଜୁଛି ବସିବ ତୁମ ସହ ମିତ... ଯଦି ପାର ତୁମେ ବସା ଟିଏ ଦିଅ ହସ ହେଉ ସମ ବାଣ୍ଟ....।
ମଦ ଦୋକାନୀ କୁ ଦେଇ ପୁରସ୍କାର ମଦୁଆ ଙ୍କୁ ଏଠି ଜୁଲମ..... ରାସ୍ତା ଖାଲ ଢିପ ଆଖିକି ଦିଶୁନି ହେଲେ ରାସ୍ତା ପାଇଁ କଢ଼ା ନିୟମ.....। ଆହୁରି ନିୟମ କଢ଼ା କଢ଼ି ହେଉ ଦୁର୍ଘଟଣା ହେଉ ଲଗାମ... ହେଲେ ଏ ନିୟମ ସବୁ ଆଡେ ଲାଗୁ ଖାଲି ଅଟୋ ପିଠିରେ କିମ୍ପାଇ ପାଞ୍ଚଣ....। ଆମ ନିବେଦନ ଘେନ ପ୍ରଶାସନ ନିୟମ ତ କର ଦେଖି ଇନିକମ ନହେଲେ ଧନୀ କାର ଟି ଖସି ଚାଲିଯିବା ଅଟୋ ଅଟା ଖାଇ ହଗେ ଗହମ...।।।।
ହେ ଗଣେଶ ପ୍ରଭୁ ଗଜାନନ ଗୌରୀ ର ଧନ ତୁମେ ଗିରିଜା ନନ୍ଦନ ମୂଷିକ ବାହନ ବିଧି ନିଧି ସିଦ୍ଧି ପ୍ରାଣ ପୁଣି ସୂର୍ଯ୍ୟ କୋଟି ସମ ହସ୍ତୀ ବଦନ ହେ ବିଘ୍ନ ବିନାଶନ, ହେଉ ମର୍ତ୍ତ୍ୟ ଆଗମନ ଆମ୍ଭେ କରୁଛୁ ପୂଜନ ପଶୁଛୁ ଶରଣ ପ୍ରଭୁ ଦିଅ ବିଦ୍ୟା ବୁଦ୍ଧି ଆଉ ଜ୍ଞାନ କର ବିଘ୍ନ ବିନାଶନ...।।।।
।।। ବିପଦରେ ବନ୍ଧୁ କେହି ନ ଆସନ୍ତି କହିବାକୁ ପଦେ ଆହା ଆହା ସମ୍ପଦ ବେଳକୁ ଗାଇ ବୁଲି ଥାଆନ୍ତି ଭାଇ ମୋର କେଡେ ଆଃ ଆଃ ।।।