ପ୍ରତିଜ୍ଞା ଯଦି ନେବାର ଅଛି, ଶକୁନି ପରି ନିଅନ୍ତୁ।ନିଜ ଭଗ୍ନୀ ପ୍ରତି ହୋଇଥିବା ଅନ୍ୟାୟର ପ୍ରତିବାଦ ସ୍ବରୂପ ସେ ସମ୍ପୂର୍ଣ୍ଣ କରୁ ବଂଶକୁ ଧ୍ଵଂସ କରିବାରେ ମୂଖ୍ୟ ଭୂମିକା ନେଇଥିଲେ।
🎭 ନିଜ ହୃଦୟର କଥା ଶୁଣନ୍ତୁ। ନିଜ ଆଗ୍ରହକୁ ନେଇ ବଞ୍ଚନ୍ତୁ। ପରଶ୍ରୀକାତରତା କେଵଳ ନିଜ ଭିତରେ ଅସୁୟା ଜାଗ୍ରତ କରେ। ବଞ୍ଚିବେ ତ ସମସ୍ତେ ମୃତ୍ୟୁ ପର୍ଯ୍ୟନ୍ତ। ପ୍ରତି ମୁହୂର୍ତ୍ତକୁ ଜିଉ ଥିବା ମଣିଷ , ମିଳନ୍ତି କଷ୍ଟରେ ଏ ପୃଥିବୀରେ। 🎭
"We are always lagging behind because we can't make the right decisions at the right time. Our countries and states are similarly affected...Due to delay in decision making and also due to wrong decisions economy of individual as well as country are getting" affected. So take your decision wisely and timely for progress. Regards Balaram

ବ୍ୟକ୍ତି କାହାକୁ ପୂଜା କରିବ ! କେଉଁ ରୂପରେ ପୂଜା କରିବ! କେତେବେଳେ ପୂଜା କରିବ ! ସେ ପୂଜା ଦ୍ୱାରା ତାର ଲାଭ ଅବା କ୍ଷତି ହେବ! ଏହା ସେ ବ୍ୟକ୍ତି ଓ ତାର ଭଗବାନଙ୍କ ମଧ୍ୟରେ ଥିବା ବ୍ୟକ୍ତିଗତ ସମ୍ପର୍କ। କିଛି ଲୋକ ନିଜ ଭଗବାନ ଓ ପୂଜା ପଦ୍ଧତିକୁ ଶ୍ରେଷ୍ଠ ବୋଲି କହି ମାନବ ଓ ମାନବତାର ହତ୍ୟା କରୁଛନ୍ତି। ଏହା ଅଜ୍ଞତା ବ୍ୟତୀତ ଦ୍ଵିତୀୟ କିଛି ନୁହେଁ। ମହାଜାଗତିକ ବସ୍ତୁ ତଥା ଶକ୍ତିର ଉତ୍ସ ମାନଙ୍କର କୌଣସି ଜାତି ତଥା କଥିତ ପୂଜା ପଦ୍ଧତି ଵାଲା ଧର୍ମ ନଥାଏ।
ଟଙ୍କାକୁ କେବଳ "ବିନମୟର ଏକ ମାଧ୍ୟମ" ଭାବନ୍ତୁ ତା ଛଡା କିଛି ନୁହେଁ .... ଟଙ୍କା ଆମ ଜୀବନ ଧାରଣର ମାନ ସ୍ଥିର ନକରୁ। ଖାଲି ହାତରେ ଆସିଛେ ଖାଲି ହାତରେ ହିଁ ଯିବା। ସେଥିପାଇଁ ଶବ ପଛେ ପଛେ କଉଡ଼ି ଫିଙ୍ଗାଯାଏ ଏହା ଜଣାଇବାକୁ ଜୀବନ ସାରା ଟଙ୍କା ଟଙ୍କା ହେଲୁ... ଟଙ୍କା ପଛରେ ଗୋଡ଼ାଇଲୁ... ଟଙ୍କା ପାଇଁ ତୁ କଣ କଣ ସବୁ ନକଲୁ ହେଲେ .... ତୁ କାଣି କଉଡ଼ିଟିଏ ବି ନେଇ ପାରିଲୁ ନାହିଁ !!!