Arabinda Rath
Literary Brigadier
AUTHOR OF THE YEAR 2020 - NOMINEE

139
Posts
309
Followers
1
Following

I am working as a Judicial Officer in the state of Orissa. I write short stories and hope the readers will get some humour,laughter and emotions from my creations.I have a blog namely www.arabindarath.blogspot.com and i post my stories in the blog at regular intervals. Plz let me know your views... Read more

Share with friends
Earned badges
See all

ବୃକ୍ଷରେ ଥିବା ପର୍ଯ୍ଯନ୍ତ ଫଳ ସୁରକ୍ଷିତ ଅନୁଭବ କରେ ଓ ବୃକ୍ଷଚ୍ଯୁତ ହେବା ପରେ ତା ଭବିଷ୍ଯତ ବିଷୟରେ ସେ ସନ୍ଦୀହାନ। ପରିବାର ଏକ ବୃ କ୍ଷ ପରି ଓ ମନୁଷ୍ଯ ଏକ ଫଳ। ପରିବାରହୀନ ମନୁଷ୍ଯର ଭବିଷ୍ଯତ କଣ ତାହା ସହଜରେ ଅନୁମେୟ।

ଯେବେ ମୁଁ କାର୍ଯ୍ଯରେ ବିଫଳ ହୋଇ ଦୁଃଖ,ନିରାଶା,ହତାଶାଭାବର ଚକ୍ରବ୍ଯୁହ ମଧ୍ଯରେ ଆବଦ୍ଧ ହୋଇଯାଏ, ସେତେବେଳେ ମୁଣ୍ଡରେ ହାତ ରଖି ଜଣେ କୁହେ-- ଏତିକିରେ ଭାଙ୍ଗି ପଡିଲେ ଚଳିବନି, ଆଗକୁ ମାଡିଚାଲ। ନିମିଷକରେ ଅର୍ନ୍ତଧ୍ଯାନ ହୁଏ ଚକ୍ରବ୍ଯୁହ ଓ ସଫଳତାର ସୂର୍ଯ୍ଯ ଚମକି ଉଠେ। ସେହି ବ୍ଯକ୍ତି ହେଲେ "ବାପା"।

ଏକ ବିପଦପୂର୍ଣ୍ଣ ପାହାଡିଆ ସ୍ଥାନରେ ସେଲ୍ଫି ନେଲା ବେଳକୁ ଜୁଲି ଦେଖିଲା ଏକ ଯୁବତୀ ତାକୁ ହାତଠାରି ଡାକୁଛି। ତା ପାଖକୁ ଯିବାପାଇଁ ଉଦ୍ଯତ ହେବା ବେଳକୁ ଜଣେ ବୃଦ୍ଧ ତାକୁ ବାରଣ କରି କହିଲେ " ତା ପାଖକୁ ଯାଆନି ମାଆ, ସେଲ୍ଫି ନେଲା ବେଳକୁ ନିଜେ ତ ମଲା- - ଏବେ ସମସ୍ତଙ୍କୁ ମାରିବାରେ ଲାଗିଛି।

ଦୁର୍ଘଟଣାରେ ଖଣ୍ଡବିଖଣ୍ଡିତ ହୋଇଯାଇଥିବା କାର୍ ର ଭଗ୍ନାବଶେଷ ଭିତରେ ମୁନା ଖୋଜି ଚାଲିଥିଲା ପତ୍ନୀ ରିମା କୁ। କିନ୍ତୁ ତା ପାଦ ତଳୁ ମାଟି ଖସିଗଲା ଯେତେ ବେଳେ ସେ ଦେଖିଲା ତା ରକ୍ତାକ୍ତ ଶରୀର ରାସ୍ତା ଉପରେ ପଡିଛି ଓ ରିମା ତାକୁ ଜାବୁଡି ଧରି ପାଗଳଙ୍କ ପରି ଚିତ୍କାର କରି ଚାଲିଛି।

ଗତକାଲି ଅମାବାସ୍ଯାର ଅନ୍ଧାର ରାତିରେ ସମୁଦ୍ରକୂଳରେ ତୁମ ସହ ବିତାଇଥିବା ସେ ସ୍ବର୍ଗୀୟ ମୁହୂର୍ତ୍ତ କୁ ମୁଁ କେବେ ଭୁଲି ପାରିବିନି ମିତା... ମୋ ସହ? କିନ୍ତୁ ମୁଁ କାଲି ଏତେ ଥକି ଯାଇଥିଲି ଯେ ଖାଇସାରିବା ପରେ ହୋଟେଲରେ ସାରାରାତି ଶୋଇ ରହିଥିଲି। ଏ କଣ କହୁଛ!!ତେବେ ସେ କିଏ ଥିଲା ମୋ ସହ???

ଭୟ କଣ ମୁଁ ଜାଣି ନ ଥିଲି ।କିନ୍ତୁ ସେ ଦିନ ରାତିରେ ଦର୍ପଣ ସାମନାରେ ଛିଡାହୋଇ ମୁଣ୍ଡ କୁଣ୍ଡେଇବା ବେଳେ ଦେଖିଲି, ମୋ ପ୍ରତିଚ୍ଛବି ମୋ ଆଡକୁ ଚାହିଁ ଅଟ୍ଟହାସ୍ୟ କରୁଛି।ତା ପରଦିନ ମେଡିକାଲ ବିଛଣାରେ ମୁଁ ବର୍ଣ୍ଣନା କରୁଥିଲି ଭୟର ସ୍ବରୂପ ବିଷୟ ରେ ।

ପ୍ଲାଞ୍ଚେଟ୍ ରେ ଗଗନର ନାମ ଦେଖି ତିନି ସାଙ୍ଗ ଚମକି ପଡିଲେ- -ସେ ତ ମଦନିଶାରେ ଚୁର୍ ହୋଇ ଶୋଇଛି,ପୁଣି ତା ଆତ୍ମା ଯୋଗାଯୋଗ କରୁଛି କିପରି। ସେପଟେ ପ୍ଲାଞ୍ଚେଟ୍ ରେ ଅନୁରୋଧ କରି ଚାଲିଥିଲା ଗଗନ " ଆରେ ସାଙ୍ଗମାନେ ମୋତେ ସାହାଯ୍ଯ କର, ମୁଁ ମୋ ଶରୀର ଭିତରେ ପଶି ପାରୁନି କାହିଁକି, ମୁଁ କଣ ମରିଯାଇଛି”?

ଭୂତପ୍ରେତଙ୍କ ଉପରେ ଗବେଷଣା କରୁଥିବା ମନୋଜ, ଆତ୍ମା ସନ୍ଧାନରେ ଏକ ପରିତ୍ଯକ୍ତ ଘରେ ବସିଥଲା। " ବାବୁ ଭୂତ ଦେଖିବ!!! ଆସ ମୋ ସାଙ୍ଗରେ ଆସ" କହି ଜଣେ ଲୋକ ତାକୁ ଡାକିନେଲା। ତା ସାଙ୍ଗରେ ଯାଇ ମନୋଜ ଦେଖିଲା ସେହି ଲୋକର ଗଳିତ ଶବ ଛୁରିବିଦ୍ଧ ଅବସ୍ଥାରେ ପଡିରହିଛି।

ରାତିରେ ଆପଣ ଛାତ ଉପରେ କାହା ସହ ଘଣ୍ଟାଘଣ୍ଟା ଧରି ଗପୁଛନ୍ତି? ବିରକ୍ତିଭରା ସ୍ବରରେ ପଚାରିଲା ବାହାଦୂର। ସେ ଶ୍ରାବଣୀ ମୋ ପଡୋଶୀ- - କାହିଁକି ପଚାରିଲ?ତୁମର କିଛି ଆପତ୍ତି ଅଛି? ରାଗରେ କହିଲା ଅମିତ୍। ନାଁ ଯେ...କିନ୍ତୁ ଶ୍ରାବଣୀ ନାମକ ଝିଅ ତ ପାଞ୍ଚବର୍ଷ ତଳୁ ସେହିଛାତରୁ ଡେଇଁ ଆତ୍ମହତ୍ଯା କରିଥିଲା..


Feed

Library

Write

Notification
Profile