I'm Suryakanta and I love to read StoryMirror contents.
Share with friends
ଦିନେ ଈଶ୍ବର କୁଂ ପଚାରିଲି ପ୍ରଶ୍ନ ଅନ୍ଧାର ଓ ଆଲୁଅ ର ଅସ୍ତିତ୍ବ କୁ ନେଈ। ଯଦି ସାରା ସଂସାର କୁ ଆଲୋକିତ କରୁଛି ଆଲୁଅ, କଣ ପାଇଁ ଅନ୍ଧାର ର ଅବସ୍ଥିତି?! ଅଳ୍ପ ହସି ପ୍ରଭୁ ଦେଲେ ଉତ୍ତର ଆଖି ଖୋଲି ଆଲୁଅ ରେ ଖୋଜେମତେ ଏ ସାରା ସଂସାର କେତେ ମନ୍ଦିର, ମସଜିଦ, ଗୀର୍ଜା, ଗୁରୁ ଦ୍ବାର, କାଠର ପ୍ରତିମା ଅବା ମୂର୍ତ୍ତି ପାଷାଣର। ହେଲେ ଥରେ ଅନ୍ଧାର ରେ ଆଖିବୁଜି କରୁ ଥରେ ଅନୂଭବ ମୋର। ଯେତେ ହେବ ଗଭୀର ଅନ୍ଧାର ସେତିକି ସହଜ ସାନିଧ୍ୟ ଉପଲବ୍ଧି ମୋର।
ବାପା ମା ଭାଈ ଭଉଣୀ ସଂମ୍ପର୍କ ରକ୍ତର| ଜୀବନସାଥୀ ଟେ ଲୋଡେ ସଂମ୍ପର୍କ ସିନ୍ଦୁର| ନିଜ ପାଇଁ ନିଜେ ଖୋଜି କଲି ଆବିଷ୍କାର| ଭାରି ନିରୋଳା ନିସ୍ବାର୍ଥ ସମ୍ପର୍କ ବନ୍ଧୁର| ©ସୂର୍ୟ୍ଯକାନ୍ତ
ବିରହ ବେଦନା ମନର ଯନ୍ତ୍ରଣା, ପାଣି ନହେଁ ସେ ମୋ ଆଖି ର ଲୁହ| ନିର୍ଜନ ରାତ୍ରୀର ବିଜନ ବେଳାରେ ବହିବାକୁ ଟିକେ ସୁଯୋଗ ଦିଅ|
ଲୁଚକାଳି ଖେଳ ଏତିକିରେ ଥାଉ ଆଜିପାଇଁ ବନ୍ଧୁ ମେଲାଣୀ ଦିଅ| ପାଦ ଚିପି ଦେଖ ନିଶୀ ଆସିଲାଣି, ତା କୋଳରେ ଶୋଇ ନିଦ ଟି ଯାଅ|