ତୁମେ ମୋ ଅସ୍ତିତ୍ବ ର ଅସ୍ତିତ୍ବ
ଆଲୋଡିତ କରେ ତୁମ ବ୍ୟକ୍ତିତ୍ୱ।
ଖୋଜି ବୁଲେ ତମକୁ ମୁଁ, ସାଗରର ଢେଉରେ
ଅଶନୀର ଶବ୍ଦ ରେ।
କିନ୍ତୁ ତୁମେ ଛାଇଟିଏ
କେଉଁ ଏକ ଦୂର ଦିଗବଳୟରେ।
ନାହଁ ମୋ ହାତ ପାହାନ୍ତାରେ
ନା ଅଛ ମୋ ଅନ୍ତର ବେଦନା ରେ
ରହିଛ, ରହିବ କେବଳ ମୃଗତୃଷ୍ଣା
ହୋଇ ମୋ ମନ ମରୁଭୂମି ର
ଉତ୍ତପ୍ତ ବାଲୁକାରାଜି ରେ।
****
ଗୌରୀ ପଣ୍ଡା
ଜୟପୁର
ଯେଉଁ ଘରେ ଝିଅ ପ୍ରଥମେ ଜନ୍ମ ହୁଏ
ସେ ଘରେ ଆର୍ଥିକ ଅନଟନ ଥିଲେ ମଧ୍ୟ
ସୁଖରେ ଚାଲିଥାଏ।
ଗୌରୀ ପଣ୍ଡା
ଜୟପୁର
ଯେଉଁ ଲୋକ ମାନେ ନିଜକୁ ଛାଡି ଅନ୍ୟର ଚିନ୍ତା ବେଶୀ କରନ୍ତି, ସେ ଲୋକ ମାନେ ଅନେକ ସମୟରେ ଏକଲା ହୋଇଯାଆନ୍ତି।
ହେ ଦ୍ବିତୀୟ ଈଶ୍ୱର
ବିଜ୍ଞାନ ଯୁଗରେ ତୁମେ ଡାକ୍ତର।
ତୁମ ବିନା ଚାଲେନା ସ୍ଥିତି
ତୁମ ଅଗତି ର ଗତି
ଗୌରୀ ପଣ୍ଡା ଜୟପୁର
ଟିକି ଶିଶୁ ବୋଲି ଭାବନାହିଁ ମୋତେ
ଟିକି ରେ ନିହିତ କେତେ?
ଟିକି ଶିଶୁ ହୋଇ ଗଢିଦେଇ ଗଲି
କୋଣାରକ ଧୀରେ ଆସ୍ତେ।
ଗୌରୀ ପଣ୍ଡା
ଜୟପୁର
ମୂଲ୍ୟହୀନ ଏ ଜୀବନ
ଥାଉ ଯେତେ ଟଙ୍କା ଧନ।
ପର ଉପକାର ବିନା
ଏ ଜୀବନ ତୁଚ୍ଛ ସିନା।
ଗୌରୀ ପଣ୍ଡା ,ଜୟପୁର
ହସ ହସରେ
ବିତି ଯାଉ ଜୀବନ
ହସ ପାଖରେ
ଊଣା ସମସ୍ତ ଧନ
ଗୌରୀ ପଣ୍ଡା ଜୟପୁର
ଧନସମ୍ପତ୍ତି ହୋଇବ କିସ
ଧନୀ ଯଦି ନାହିଁ ମନ।
ଧନ ତ ଅଟେ ଦୁଇ ଦିନର
ଧନ କରିଥାଏ ହୀନ।
ଧନ ଲାଗି ଯେ ମନମାଳିନ୍ୟ
ଧନ କରେ ଭେଦ ଜନ।
ଧନ ପଛେପାଗଳ ନହୋଇ
ପ୍ରଭୁ ପାଦେ ଲାଗୁ ଧ୍ୟାନ।
****************
ଗୌରୀ ପଣ୍ଡା, ଜୟପୁର
ଶିକ୍ଷା ଶକତି ଦିଏ ମଣିଷ କୁ
ଶିକ୍ଷା ରେ ମଣିଷ ଜାଣେ ଭାବନାକୁ।
ଶିକ୍ଷା ନ ଥାଏ ଯେଉଁ ମଣିଷ ର
ମଣିଷ ରେ ଗଣି ପାଏନି ଆଦର।
ଶିକ୍ଷା ଦେଖାଏ ଆଲୋକ ର ପଥ
ଶିକ୍ଷା ରେ ଚାଲଇ ଶୁଭ୍ର ଜ୍ଞାନ ରଥ।
ଗୌରୀ ପଣ୍ଡା ଜୟପୁର