Milly Pradhan
Literary Captain
24
Posts
10
Followers
0
Following

Love to write

Share with friends

ଆମ ଉତ୍କଳ ଆମ ଜନନୀ, ସାଇତିଛି ସେ କେତେ ଯେ କାହାଣୀ, ତା'ରି ସଂସ୍କୃତି, ପରମ୍ପରା ଓ କଳାକୃତ୍ୟକୁ, ପାରିବକି କେହି ବଖାଣି, କେହି କେବେ ହେବନାହିଁ ତା'ର ଶରୀ, ସେ ହେଉଛି ଆମ ଉତ୍କଳ ଜନନୀ l

ମାନବ ଜନ୍ମ ଶ୍ରେଷ୍ଠ ଅଟେ, ତେଣୁ ଆମେ ସମାଜ ଗଢ଼ିଛେ, ଯଦି ମାନବ ସମାଜରେ ରହି ପଶୁ ଆଚରଣ କରିବା, ତେବେ ଏଇ ମାନବ ସମାଜର କୌଣସି ମହତ୍ୱ ନାହିଁ ll

ଯଦି ପ୍ରତ୍ୟେକ ନାଗରିକ ହୋଇବ ସଜାଗ, ତେବେ ଯାଇ ଜୀଇଁବା ସୁସ୍ଥ ଜୀବନ, ଜିଇଁବାକୁ ହେଲେ ସୁସ୍ଥ ଜୀବନ , ଲୋଡ଼ା ଆମ ପାଇଁ ସୁସ୍ଥ ପରିବେଶ, ପରିବେଶ ସୁସ୍ଥ ହୋଇବ ସେବେ, ପରିବେଶ କୁ ସ୍ଵଛ, ସବୁଜ କରିବ ଯେବେ ll

ମାସ ସାରା ଏଠି ଖଟିଥାନ୍ତି, ଯେତେ ଅଛନ୍ତି ଚାକିରିଆ, ଅନେଇ ବସିଥାନ୍ତି ଗୋଟିଏ ଦିନକୁ, କେବେ ସେ ପାଇବେ ଦରମା ll

କେବଳ ଚାରିଟି କାନ୍ଥ ଓ ଛାତରେ ଘରଟିଏ ତିଆରି ହୋଇ ନଥାଏ, ପରିବାର ର ସୁଖ ଦୁଃଖ, ହସ ଖୁସି କୁ ନେଇ ହିଁ ଘର ତିଆରି ହୋଇଥାଏ l

କୌଣସି ସମ୍ପର୍କ ପିତାମାତାଙ୍କ ସ୍ଥାନ ପୂରଣ କରି ପାରେନାହିଁ, ପିତାମାତାଙ୍କ ବିନା ଶିଶୁଟିଏ ନିଜର ପରିଚୟ ପାଇ ପାରେନାହିଁ l

ନୂତନ ସ୍ଥାନ ଭ୍ରମଣ କରିଲେ ମନରେ ଅନେକ ଉତ୍କଣ୍ଠା ଭରିଯାଏ, କିନ୍ତୁ କିଛି ବର୍ଷ ପୂର୍ବେ ଯାଇଥିବା ସ୍ଥାନକୁ ଯଦି ପୁଣି ଭ୍ରମଣ ପାଇଁ ଯାଉ ତାହେଲେ ଅନେକ ସ୍ମୃତି ତାଜା ହୋଇଯାଏ ll

ଏମିତି ଗୋଟିଏ ସମ୍ପର୍କ ଯାହା ଜାଣେନା ଆପଣା ପର, କେବେ ଲୋଡ଼େ ନାହିଁ ଧନ ସମ୍ପତ୍ତି କିମ୍ବା କୌଣସି ଜାତି, ପରିଚୟ ନଥାଇ ମଧ୍ୟ ଯୋଡି ହୋଇଯାଏ ଦୁଇଟି ହୃଦୟ, ସେଇ ସମ୍ପର୍କକୁ ଆମେ ନାମ ଦେଇଥାଉ " ବନ୍ଧୁତା "

ଦୁନିଆରେ କିଏ କାହାର ନଥାଏ ବଇରୀ, ନିଜର କ୍ରୋଧ ହିଁ ସାଜିଥାଏ ଆମର ବଇରୀ, କ୍ରୋଧରେ ଜର୍ଜରିତ ହୋଇ କରିଦେଉ ଅନେକ କ୍ଷତି, କ୍ରୋଧ ଚିନ୍ହିପାରେନା କୌଣସି ସମ୍ପର୍କ, କ୍ରୋଧ ଜାଣିପାରେନା ଆପଣା ପର, କ୍ରୋଧ ସଭିଙ୍କୁ କରେ ଆଘାତ, ରକ୍ତ ସମ୍ପର୍କକୁ ବି କରେ ଖଣ୍ଡ ବିଖଣ୍ଡିତ, ନିଜ କ୍ରୋଧକୁ କର ସଞ୍ଜମ


Feed

Library

Write

Notification
Profile