ଆମ ଉତ୍କଳ ଆମ ଜନନୀ, ସାଇତିଛି ସେ କେତେ ଯେ କାହାଣୀ, ତା'ରି ସଂସ୍କୃତି, ପରମ୍ପରା ଓ କଳାକୃତ୍ୟକୁ, ପାରିବକି କେହି ବଖାଣି, କେହି କେବେ ହେବନାହିଁ ତା'ର ଶରୀ, ସେ ହେଉଛି ଆମ ଉତ୍କଳ ଜନନୀ l
ମାନବ ଜନ୍ମ ଶ୍ରେଷ୍ଠ ଅଟେ, ତେଣୁ ଆମେ ସମାଜ ଗଢ଼ିଛେ, ଯଦି ମାନବ ସମାଜରେ ରହି ପଶୁ ଆଚରଣ କରିବା, ତେବେ ଏଇ ମାନବ ସମାଜର କୌଣସି ମହତ୍ୱ ନାହିଁ ll
ଯଦି ପ୍ରତ୍ୟେକ ନାଗରିକ ହୋଇବ ସଜାଗ, ତେବେ ଯାଇ ଜୀଇଁବା ସୁସ୍ଥ ଜୀବନ, ଜିଇଁବାକୁ ହେଲେ ସୁସ୍ଥ ଜୀବନ , ଲୋଡ଼ା ଆମ ପାଇଁ ସୁସ୍ଥ ପରିବେଶ, ପରିବେଶ ସୁସ୍ଥ ହୋଇବ ସେବେ, ପରିବେଶ କୁ ସ୍ଵଛ, ସବୁଜ କରିବ ଯେବେ ll
କେବଳ ଚାରିଟି କାନ୍ଥ ଓ ଛାତରେ ଘରଟିଏ ତିଆରି ହୋଇ ନଥାଏ, ପରିବାର ର ସୁଖ ଦୁଃଖ, ହସ ଖୁସି କୁ ନେଇ ହିଁ ଘର ତିଆରି ହୋଇଥାଏ l
କୌଣସି ସମ୍ପର୍କ ପିତାମାତାଙ୍କ ସ୍ଥାନ ପୂରଣ କରି ପାରେନାହିଁ, ପିତାମାତାଙ୍କ ବିନା ଶିଶୁଟିଏ ନିଜର ପରିଚୟ ପାଇ ପାରେନାହିଁ l
ନୂତନ ସ୍ଥାନ ଭ୍ରମଣ କରିଲେ ମନରେ ଅନେକ ଉତ୍କଣ୍ଠା ଭରିଯାଏ, କିନ୍ତୁ କିଛି ବର୍ଷ ପୂର୍ବେ ଯାଇଥିବା ସ୍ଥାନକୁ ଯଦି ପୁଣି ଭ୍ରମଣ ପାଇଁ ଯାଉ ତାହେଲେ ଅନେକ ସ୍ମୃତି ତାଜା ହୋଇଯାଏ ll
ଏମିତି ଗୋଟିଏ ସମ୍ପର୍କ ଯାହା ଜାଣେନା ଆପଣା ପର, କେବେ ଲୋଡ଼େ ନାହିଁ ଧନ ସମ୍ପତ୍ତି କିମ୍ବା କୌଣସି ଜାତି, ପରିଚୟ ନଥାଇ ମଧ୍ୟ ଯୋଡି ହୋଇଯାଏ ଦୁଇଟି ହୃଦୟ, ସେଇ ସମ୍ପର୍କକୁ ଆମେ ନାମ ଦେଇଥାଉ " ବନ୍ଧୁତା "