@c7ze7czl

TAPASWINI BEHERA
Literary Colonel

57
Posts
87
Followers
1
Following

କିଛି ଭବନା ମାନଙ୍କ ସହ ଆଳାପ କଲାବେଳେ କିଛି ଶବ୍ଦ ଲମ୍ଫ ଦେଇ ଡେଇଁ ପଡନ୍ତି ମୋ ଲେଖନୀର ସହାୟତାରେ ଆଉ ତାକୁ କିଏ ଗଳ୍ପ କୁହନ୍ତି ଆଉ କିଏ କୁହନ୍ତି କବିତା।ସେ ଉତ୍ସାହ ଶୁଣି ମୋ ଜୀବନର ବ୍ୟସ୍ତ ବହୁଳ ଭିଡ଼ ଭିତରୁ ମୁଠେ ସମୟ ଭିଡି ଆଣେ କ୍ଲାନ୍ତ ଆତ୍ମାରେ ଶକ୍ତି ସଂଚାର କରୁଥିବା ଏଇ ପ୍ରେମିକ ପାଇଁ...

Share with friends

Submitted on 02 Aug, 2020 at 03:25 AM

ବନ୍ଧୁତା ପାଇଁ ସମାନ ବୟସ ଲୋଡ଼ା ପଡେନି ବରଂ ପରସ୍ପରକୁ ବୁଝିପାରୁଥିବା କେତୋଟି ମନ ସହ ମେଞ୍ଚାଏ ବିଶ୍ୱାସ ଲୋଡ଼ାପଡେ।

Submitted on 01 Aug, 2020 at 17:29 PM

ସବୁ କାର୍ଯ୍ୟରେ ବେତନ ନଥାଏ..କିଛି କାର୍ଯ୍ୟ କେବଳ ସେବା ପଦବାଚ୍ୟ,ଯାହାକି କୌଣସି ବେତନର ପରିମାପକ ଠାରୁ ବହୁ ଉଚ୍ଚରେ..

Submitted on 20 Apr, 2020 at 15:29 PM

ବେଳେବେଳେ କିଛି କଥାକୁ ହୃଦୟରେ ରହସ୍ୟଟିଏ ପରି ଲୁଚେଇ ବାକୁ ହୁଏ,କାରଣ ତାକୁ ଖୋଲିଦେଲେ ଅନେକ ଆପଣା ଲୋକଙ୍କ ଚେହେରାର ପ୍ରକୃତ ମୁଖା ପଦାରେ ପଡ଼ିଯାଏ।

Submitted on 19 Apr, 2020 at 08:18 AM

ଯୁବକ ନୁହେଁ ସେ ଯୁବ ଶକ୍ତି ଅଟେ ନରମ ଛାତିର ଗରମ ଲହୁଟେ.. କାଳାନଳ ସିଏ ଶତ ରୌଦ୍ର ସାଜି, ଧ୍ବଂସ ଆଣିପାରେ ଦୁର୍ନୀତିର ବାଟେ..

Submitted on 18 Apr, 2020 at 17:13 PM

ନାରୀଟିଏ ପାଇଁ ଗର୍ଭଧାରଣ ଯନ୍ତ୍ରଣା ଓ ଜଞ୍ଜାଳର ପ୍ରଥମ ପାହାଚ ହେଲେ ବି ସ୍ବର୍ଗୀୟ ସୁଖ ସହ ସମାନ...

Submitted on 17 Apr, 2020 at 17:30 PM

ଭୁଲ୍ କରି ଯା'ର ପଶ୍ଚାତାପ ନାହିଁ ଭୁଲ୍ ପୁଣି କରିଥାଇ.. ତାକୁ ଦଣ୍ଡ ଦେଲେ କି ଲାଭ ମିଳିବ, ନିଜ ଭୁଲ୍ ଯଦି ବୁଝେ ନାହିଁ...

Submitted on 16 Apr, 2020 at 12:16 PM

ଜୀବନ ରାସ୍ତାର କଣ୍ଟକିତ ପଥକୁ ଅତିକ୍ରମ କରିଲା ବେଳେ ଜଣେ ସହଭାଗୀର ଉପସ୍ଥିତି ନିହାତି ଆବଶ୍ୟକ..

Submitted on 15 Apr, 2020 at 07:18 AM

ପ୍ରେମ ତ ତ୍ୟାଗ ଆଉ ସମର୍ପଣର ପ୍ରତିରୂପ,ଯାହା କେବଳ ଆହ୍ଲାଦରେ ପୂର୍ଣ୍ଣ...ମାତ୍ର ସେହି ପ୍ରେମ ଯେବେ ଆଶା ରହିତ ମିଳେ ବା ଦିଆଯାଏ,ତାହା ଦୁଃଖଦ ପ୍ରେମର ପରିଚୟ ପାଏ...

Submitted on 14 Apr, 2020 at 07:15 AM

ସୂର୍ଯ୍ୟ ପରି ଉତ୍ତପ୍ତ ହୁଅ କି ନ ହୁଅ କିନ୍ତୁ,ଚନ୍ଦ୍ର ପରି ଶୀତଳ ହୁଅ,ଯେମିତି ତୁମ ଉପସ୍ଥିତିରେ ପ୍ରୀତି ବରଷିବ ଆଉ ଅନୁପସ୍ଥିତିରେ ସବୁ କିଛି ନୀରସ ଲାଗିବ...

Submitted on 14 Apr, 2020 at 07:06 AM

ଅମାବାସ୍ୟା ପିନ୍ଧା ପଣତ କାନିରେ, ଚନ୍ଦ୍ର ଯେବେ ଯାଏ ଲୁଚି.. କିଏ ବା ବୁଝଇ କୁମୁଦିନୀ ମନେ, କେତେ ବେଦନା ଭରଇ...

Submitted on 13 Apr, 2020 at 11:33 AM

ବିହଙ୍ଗଟେ ପାଇଁ ପଞ୍ଜୁରୀଟି କେବେ, ଦେଇପାରେ କିବା ସ୍ୱାଧୀନତା... ମୁକ୍ତ ଗଗନର ବକ୍ଷ ଦେଶ ସିନା ଭେଟି ଦିଏ ସ୍ୱାଧୀନର ସୁଧା...

Submitted on 12 Apr, 2020 at 08:18 AM

ସ୍ରଷ୍ଟା ପରି ଯିଏ ସୃଷ୍ଟି କରିପାରେ, ସେହି ତ ଜନନୀ ତୁଳନା କି ତା'ର ଅଛି.. ମାତୃତ୍ୱରେ ତା'ର ଅଙ୍କୁରିତ ହୁଏ ନବ ଜୀବନଟେ, ସତେକି ଜଗତ ଭାର ବହିଛି...

Submitted on 10 Apr, 2020 at 03:15 AM

ଜଣେ ଧୋକା ଦେଇ କ୍ଷମା ମାଗିଲା ପରେ ଆଉ ଥରେ ତା ଉପରେ ବିଶ୍ୱାସ କରାଯାଇ ପାରେ,ମାତ୍ର ଶତ ପ୍ରତିଶତ ବିଶ୍ୱାସ ରଖି ହାତ ବାନ୍ଧି ବସିବା କେବଳ ବୋକାମୀର ପରିଚୟ ଦେଇଥାଏ।

Submitted on 08 Apr, 2020 at 06:34 AM

ସମୟଟା ଭଲ ଥିଲେ ସବୁ ଲୋକଙ୍କର ତୁମେ ଆପଣା ଆଉ ସେହି ସମୟ ଯେତେବେଳେ ଖରାପ ହୁଏ,ଆପଣାର ଲୋକ ବି ବଇରି ସାଜନ୍ତି

Submitted on 06 Apr, 2020 at 08:38 AM

ବୃକ୍ଷ ଆମ ବନ୍ଧୁ,ସଖା ସହୋଦର ବୃକ୍ଷ ଅତି ଆପଣାର.. ଫଳନ୍ତି ବୃକ୍ଷଟା ପୁଷ୍ପ,ଫଳ ଦେଲେ ଅଫଳନ୍ତି ବୃକ୍ଷ ଛତ୍ର ଛାୟା ପଥିକର...

Submitted on 04 Apr, 2020 at 13:42 PM

ବିଚାର ନ୍ୟାୟ ସଙ୍ଗତ ଏବଂ ନିରପେକ୍ଷ ହେବା ନିହାତି ଜରୁରୀ,ନଚେତ ଜଣକ ପ୍ରତି ନ୍ୟାୟ ହେଉ କି ନ ହେଉ ଅନ୍ୟ ଜଣକ ପ୍ରତି ଅନ୍ୟାୟ ନିଶ୍ଚିତ ହୁଏ।

Submitted on 04 Apr, 2020 at 13:35 PM

ପ୍ରକୃତ ଅର୍ଥରେ ମାଲିକ ସିଏ,ଯିଏ ନିଜର ଆଶ୍ରିତର ହୃଦୟର ଭାବକୁ ମର୍ମେ ମର୍ମେ ବୁଝିପାରୁଥିବ ଏବଂ ନିଜକୁ ମାଲିକ ବୋଲି କେବେ ବୃଥା ଅହଂ ଭାବ ରଖୁ ନ ଥିବ।

Submitted on 02 Apr, 2020 at 02:50 AM

ଜାତି ପ୍ରେମ ଜାତି ପ୍ରୀତିରେ ମମତା ଜାଳ ତବ ହୃଦୟରେ.. ବ୍ୟକ୍ତିବାଦ ନୁହେଁ ଜାତିବାଦ ସାଥେ ଦିଅ ପ୍ରାଣ ଢାଳି ଜାତିର ଉନ୍ନତିରେ...

Submitted on 31 Mar, 2020 at 01:14 AM

କେବଳ ସ୍ନାତକ ଡିଗ୍ରୀ ଧରି ନୁହେଁ ଶିକ୍ଷାର ପ୍ରକୃତ ଗୁଣବତ୍ତାର ଉନ୍ନତି ହିଁ ଯଥାର୍ଥରେ ସ୍ନାତକ ଡିଗ୍ରିଧାରୀ।

Submitted on 31 Mar, 2020 at 01:14 AM

କେବଳ ସ୍ନାତକ ଡିଗ୍ରୀ ଧରି ନୁହେଁ ଶିକ୍ଷାର ପ୍ରକୃତ ଗୁଣବତ୍ତାର ଉନ୍ନତି ହିଁ ଯଥାର୍ଥରେ ସ୍ନାତକ ଡିଗ୍ରିଧାରୀ।

Submitted on 29 Mar, 2020 at 19:48 PM

ଗୀର୍ଜା,ମସଜିଦ୍,ମନ୍ଦିର ବୁଲିଲି ଯୀଶୁ,ଆହ୍ଲା ଆଉ କ୍ରିଷ୍ଣା ବି ଦେଖିଲି... ଈଶ୍ୱରଟେ କିନ୍ତୁ ବାଟରେ ଦେଖିଲି, ମୁଠା ମୁଠା ଦାନା ଦୁଃଖୀ ମୁଖେ ବାଣ୍ଟି ହସୁଥିଲା ଯେବେ ତା ସାଥେ ଭେଟିଲି...

Submitted on 29 Mar, 2020 at 02:40 AM

ପ୍ରତି କରମର ଅଛି ପରିଣାମ ଭାବି ଭବେ କର୍ମ କରୁଥିବୁ .. ଧରମରେ ଥିଲେ ଅମୃତ ଲଭିବୁ ଅଧର୍ମେ ବିଷ ଭୁଞ୍ଜିବୁ... @ତପୁ

Submitted on 28 Mar, 2020 at 03:58 AM

ପିତା ପରି ରାଜା ପାଳେ ଯେ ପ୍ରଜାଙ୍କୁ ମାତା ପରି ରାଣୀ ଦେଖେ ଯେ ପ୍ରଜାଙ୍କୁ, ଧନ୍ୟ ସେହି ରାଜ୍ୟ ଧନ୍ୟ ତାର ପ୍ରଭା ମର୍ତ୍ତେ ସ୍ୱର୍ଗ ଟିଏ ସତେ ହୁଏ ଉଭା,

Submitted on 26 Mar, 2020 at 06:00 AM

ଜୀବନଟା ଗୋଟେ ନାଟ୍ୟମଞ୍ଚ ଖାଲି ନାଟକର ଚାଲେ ଅଭିଯାନ... ନାଟ ସରଗଲେ ହାଟ ସରିଯିବ, ନିଜ ବାଟେ ବାହୁଡ଼ିବ ପ୍ରାଣ...

Submitted on 01 Aug, 2019 at 16:45 PM

ଅଜ୍ଞାନ ଅନ୍ଧାର ଆଖି ଅଙ୍ଗେ ଭରି କିବା ତୁ ଦେଖିବୁ ଚାହିଁଲେ ନୟନ ଫାଡ଼ି, ଜ୍ଞାନ ନେତ୍ର ଖୋଲି ଦେଖିନେ ଥରୁଟେ ମୁଦିବାକୁ ଆଖି ଯିବ ବି ଆଖି ପାଶୋରି....

Submitted on 01 Aug, 2019 at 03:27 AM

"ଜୀବନ" ଗୋଟେ ଅଙ୍କୁରିତ ଆଶା, କିଛି ଭିଜା ମାଟିର ବାସ୍ନା, ଗୋଟେ କେକି ନୃତ୍ୟର ନିଶା ଆଉ ଗୋଟେ ପ୍ରେମିକର ଓଠରୁ ଡେଇଁ ଆଖିରେ କହୁଥିବା କିଛି ଭାଷା, ଯେଉଁଥିରେ ଯେତେ ବଞ୍ଚିବ, ସେତେ ବଢ଼ୁଥିବ ଇଚ୍ଛା....

Submitted on 13 Jul, 2019 at 14:04 PM

କିଛି ଲୋକଙ୍କୁ ଭଲପାଇବା ମୋ ଭୁଲ୍ ଥିଲା। ଆଉ କିଛି ଲୋକଙ୍କୁ ଭୁଲିଯିବା ମୋ ଭୁଲ୍ ଥିଲା।କିନ୍ତୁ ଭୁଲ୍ ର ଗଭୀରତା ବଢିଗଲା,ଯେବେ କିଛି ମୁଁ ଭଲ ପାଉଥିବା ଲୋକ ମାନଙ୍କ ପାଇଁ କିଛି ମୋତେ ଭଲ ପାଉଥିବା ଲୋକଙ୍କୁ ଭୁଲିଗଲି।

Submitted on 12 Jul, 2019 at 06:46 AM

ଛୋଟ ବେଳେ ପଢ଼ିଥିଲି ବର୍ଷକରେ ଛଅ ଋତୁ।ତୁମେ ଆସିଲା ପରେ ଜାଣିଲି ଆଉ ଗୋଟେ ସପ୍ତମ ଋତୁ ଅଛି....!!!ଯିଏ ଆସିଲେ ଜୀବନରେ ଖାଲି ବସନ୍ତ ଭରେ ଆଉ ଚାଲିଗଲା ପରେ ନିତି ଶ୍ରାବଣ ଝରେ....।

Submitted on 08 Jul, 2019 at 14:42 PM

ଫରକ ପଡେନି ଏ ଶ୍ରାବଣଟା ବର୍ଷକରେ କେତେଥର ଆସେ,କାରଣ ମୋ ଆଖିର ଦୁଆର ମୁହଁରେ ସେ ନିତି ଯା ଆସ କରେ...!!!

Submitted on 07 Jul, 2019 at 02:52 AM

ଧେତ୍!!ଏ ଶ୍ରାବଣଟା ଭାରି ଦୁଷ୍ଟ।ଯେବେଯେବେ ଆସୁଛି ତୁମ ସ୍ମୃତିରୁ ମେଞ୍ଚାଏ ପଙ୍କୁଆ କାଦୁଅ ଆଉ ଅସରାଏ ଗୋଳିପାଣି ଭେଟି ଦଉଛି।

Submitted on 20 Jun, 2019 at 14:01 PM

କର୍ମବୀର ସେହି, କରମେ ଯେ ରହି, କର୍ମେ ଦେଖଇ ଈଶ୍ୱର.. ଫଳ ଭୁଞ୍ଜିବାରେ, ନ ରଖିଣ ଆଶ, କର୍ମେ ଥାଏ ତତପର...

Submitted on 20 Jun, 2019 at 13:53 PM

Yes!I love myself,because before showing my care and love towards other, I have to make sure that I must learn the taste of love and affection for me.


Feed

Library

Write

Notification

Profile