I'm Nirupama and I love to read StoryMirror contents.
Share with friends
ଆସିଛି ତ ରଜ କେତେ ସଜବାଜ ଉଚ୍ଛନ୍ନ କୁଆଁରୀ ମନ ଅଳତା କଜ୍ଜଳ ସଖି ସହୋଦର ପୋଡ ପିଠା ଦୋଳି ଖେଳ । ପ୍ରକୃତିର ଏଇ ଅପରୂପ ଦାନ ଚାଷୀଙ୍କ ଆନନ୍ଦ ମନ କୃଷି ଭିତ୍ତିକ ଏ ଆନନ୍ଦର ପର୍ବ ବର୍ଷା ର ତ ଆଗମନ ।
ଓଡ଼ିଶା ତଥା ଭାରତର କୋଣ ଅନୁକୋଣ ଚୁଲି ମୁଣ୍ଡରେ ସୀମିତ ନୁହେଁ ନାରୀ ସ୍ବାମୀ ସହଯୋଗୀ ଉପାର୍ଜନ କ୍ଷମ। ସହର ଠୁ ଗ୍ରାମ ଯାଏ ନାରୀ ଶକ୍ତି ଅଗ୍ନି ଶିଖା ପ୍ରାୟ ଆଲୋକିତ କରେ ପ୍ରତିଟି ଜୀବନ
ବିତି ଯାଇଛି ସମୟ ବଢିଛି କର୍ମ ଜଞାଳ କିନ୍ତୁ ଆଜି ଆସିଛି ବର୍ଷା କାଲି ବି ଆସିଥିଲା ଆସନ୍ତାକାଲି ବି ଆସିବ ଖାଲି ଫରକ ଏତିକି ମନ ଆଉ ବୟସରେ ଲଗାମ ଲାଗିଛି ।
ଆଷାଢ଼ ଦ୍ବିତୀୟା ପୂର୍ଣ୍ଣ୍ଯ ତିଥିରେ ଭାଇ ଭଉଣୀ ଙ୍କୁ ନେଇ ଟାହିଆ ହଲାଇ ମନ ଚହଲାଇ ଦରଶନ ଦେଉ ତୁହି। ହେ ବିଶ୍ବ ନିୟନ୍ତା ମୋହଦଧିବାସୀ ପାଦେ କୋଟି ଦଣ୍ଡବତ ଜଣାଏ ପ୍ରଣତି ଫେଡ ମୋ ଦୁର୍ଗତି ରଥ ପଥେ ଜଗନ୍ନାଥ।
ମଣିଷର ନାହିଁ ସୃଷ୍ଟି ସ୍ଥିତି ଲୟ ଭାଗ୍ଯ ହାତରେ ଡୋରୀ ଦଇବ ଦଉଡ଼ି ମଣିଷ ଗାଈ ଧରିଛି ଭାଗ୍ୟ ଦଉଡି ଭାବୁଛି ଅନେକ ସୁଖ ଓ ସ୍ବଚ୍ଛନ୍ଦ ବିଧାତା ର ଗତି ଆନ ଚାହେଁ ନାହିଁ ଯାହା ଦେଇଥାଏ ତାହା ଏଇ ତ ବିଧି ବିଧାନ ।
ଭାବନାର ମାନେ ରହେନା ସ୍ଵପ୍ନ ସବୁ ସାକାର ହୁଏନା କିଛି ପ୍ରାପ୍ଯ ଅପ୍ରାପ୍ଯରେ ବନ୍ଦି ହୁଏ ଜୀବନ ସୃଷ୍ଟିର ସଂରଚନା ହାରିବାକୁ ଦିଏନା ଘନ ଅନ୍ଧକାରରେ କ୍ଷୀଣ ଆଲୋକର ଆଭା ଉଜ୍ଜୀବିତ ହୁଏ ।