I like to write poems..
Share with friendsସ୍ବପ୍ନ ଦେଖିବାକୁ ମନାକଲା ଆଖି ବାସ୍ତବ ତା ଠାରୁ ଅଲଗା ବୋଲି, ସ୍ବପ୍ନ କି ଜାଣିଛି ଜୀବନର ସତ ତା ବାଟରେ ଅଛି କଣ୍ଟା କି ଖାଲି ।।
ତୁ ଯେବେ ଆସିଲୁ ଜୀବନେ ମୋହର ହସ ସାଥେ ଥିଲା ଲୁହ ଆଖିରେ,, ବୁଝେଇ ହବନି ସେ ମୁହୂର୍ତ୍ତ କେବେ ନାହିଁ ତା ପାଇଁ ଭାଷା ଓଠରେ ।।
ତୁମ ଜୀବନରେ ମୋ ସ୍ଥାନ ମୁଁ ଜାଣିଛି ତଥାପି ମୁଁ ଅଦିନିଆ ଅତିଥି ଭଳି ସେମିତି ତୁମ ପାଖରେ ଅଛି,, ସମୟ ବୋଧେ ହେଇନି ମୋର ଯିବାକୁ ତୁମ ଜୀବନରୁ ସବୁଦିନ ସମୟକୁ ତ ଅପେକ୍ଷା କରିଛି ।।
You may not see my tears,, You may not feel my feelings.. Because I am alive now,,,, When you remember me,, I won't be with you any more.. You will remember the memories...
ମୁଁ ତ ଓଡ଼ିଆ, ମୋ ଭାଷା ବି ଓଡ଼ିଆ, ଜନ୍ମ ବି ଓଡ଼ିଶାରେ ।।ମୋ ମାଟି ମା କୋଳରେ ଜନ୍ମ ଆଉ ମରିବି ବି ତାରି କୋଳରେ।। ତା ପ୍ରତି ମୋ ସ୍ନେହ ଆଉ ଭକ୍ତି ଅବର୍ଣ୍ଣନୀୟ ।।
ସମୟ ବେଳେବେଳେ ନିଜର ଆଉ ପର କିଏ ଚିହ୍ନେଇ ଦେଇଥାଏ ।। ଆଉ ତୁମର ଖରାପ ସମୟରେ ଦେଖିବ କେବଳ ନିଜ ଲୋକ ହିଁ ତୁମ ପାଖରେ ଥିବେ, ଆଉ ତୁମ ଭାବନାକୁ ବୁଝି ପାରିବେ ।। ପରଲୋକ କେବେ ବୁଝନ୍ତିନି, ଖାଲି ଦୋଷ ଦିଅନ୍ତି ।।
ମୁଁ କାହାର ଝିଅ, କାହାର ଭଉଣୀ ।। ମୋ ମନରେ ବି ଗୁଡ଼ାଏ ସ୍ବପ୍ନ ।। କରନି ଆଉ ମୋ ଉପରେ ଏ ଅତ୍ୟାଚାର ।। କେମିତି ଗୋଟେ ନାରୀ ହୋଇ ଆଉ ଗୋଟେ ନାରୀର ଶତୃ ହେଇଯାଉଛ!! କେମିତି ମୋ ଭାବନାକୁ ବୁଝିପାରୁନ !! ମୁଁ ଆଉ ପାରୁନି।। ବନ୍ଦ କର ଏ ସବୁ ।। ନ ହେଲେ ଏ ଧରା ନାରୀ ଶୂନ୍ୟ ହେଇଯିବ ।।
ଶୀତର ଅନୁଭବ ମୁଁ ସେତେବେଳେ କରେ ଯେତେବେଳେ ତୁମେ ମୋ ପାଶେ ଥାଅ ଆଉ ସେ ହାଡଭଙ୍ଗା ଶୀତକୁ ବି ମୁଁ ଡରେନି କାରଣ ତୁମେ ମୋ ପାଶେ ଥାଅ ।।