ଅଖ ଚକ ସବୁ ସଜେଇ ହେଲେଣି
ଝଟକୁଛି ରଥଖଳା
ବଡଦାଣ୍ଡେ ବିଜେ ଚତୁର୍ଦ୍ଧା ମୁରତି
ରଚିବେ ମାନବୀୟ ଲୀଳା ।
ଗାୟତ୍ରୀ
ଅବଳା ନୁହେଁ କି ଦୁର୍ବଳା ନୁହେଁ
ନୁହେଁ ମୁଁ କା ହାତ ଖେଳଣା
ସୃଷ୍ଟି କରେ ବିନାଶ ବି କରେ
ମୁଁ ଉତ୍କଳର ବୀର ଲଳନା ।
ଅବଳା ନୁହେଁ କି ଦୁର୍ବଳା ନୁହେଁ
ନୁହେଁ ମୁଁ କା ହାତ ଖେଳଣା
ସୃଷ୍ଟି କରେ ବିନାଶ ବି କରେ
ମୁଁ ଉତ୍କଳର ବୀର ଲଳନା ।
ଅମାନିଆ ବର୍ଷା ଅଣାୟତ୍ତ କଲାଣି
ସମଗ୍ର ସୃଷ୍ଟି ଅତିଷ୍ଠ ହେଲାଣି
ଅସରା ପରେ ଅସରା ବରଷା ରେ
ନଦୀ ନାଳ ଉଛୁଳି ଚାଷଜମି ଉଜୁଡି ଗଲାଣି ।
ଗାୟତ୍ରୀ ସିଂହ
ଶ୍ରାବଣ ର ଛିଟା ଛୁଇଁ ଛୁଇଁ ଗଲେ
ମନେ ପଡେ ସେଦିନ
ଗୋଟେ ଛତା ତଳେ
ତୁମେ ଆଉ ମୁଁ
ଭିଜୁଥିଲା ଦେହ ମନ ।
ଗାୟତ୍ରୀ ସିଂହ
ନା ଥିଲି ପ୍ରେମିକା
ବା ଜାଣିଥିଲି ପ୍ରେମ
ଏକା ଏକା ବିତାଇଛି କେତେ ରାତି ଦିନ
ଆସି ତମେ ଜଗାଇଲ ମୋ ହୃଦୟେ ପ୍ରେମ
ସଜାଡି ଦେଲ ମୋ ଅସଜଡ଼ା ମନ
ଏବେ ଖାଲି ମନେ ହେଉଛି
ତୁମେ ମୋ ସୁନେଲି ସନ୍ଧ୍ୟା ର ରୂପେଲି ଜହ୍ନ ।
ଗାୟତ୍ରୀ
ଶ୍ରାବଣ ର ଛିଟା ଛୁଇଁ ଛୁଇଁ ଗଲେ
ମନେ ପଡେ ସେଦିନ
ଗୋଟେ ଛତା ତଳେ
ତୁମେ ଆଉ ମୁଁ
ଭିଜୁଥିଲା ଦେହ ମନ ।
ଗାୟତ୍ରୀ ସିଂହ
ତୁମ ନାମ ନେଇ ଆରମ୍ଭ ହୁଏ ଦିନ
ତୁମ କୁ ଦେଖିବା ପାଇଁ ମନ ଉଛନ୍ନ
ଇଛା ହୁଏ ଲଙ୍ଘି ଯିବି ସବୁ ନୀତି ନିୟମ
ତୁମ ବିନା ଭାରି ଭାରି ଲାଗେ ଏ ଜୀବନ
ବାରେ ସଦୟ ହୁଅ ହେ ବିଶ୍ୱ ନୟନ ।
ଗାୟତ୍ରୀ ସିଂହ
ଆଠମଲ୍ଲିକ
ଅନୁଗୁଳ
ଲୁହ ପାଇଁ ଦାୟୀ ଯିଏ ହେଉନା କାହିଁକି
ଲୁହ ତ ନିଜ ଆଖି ରୁ ଝରିଥାଏ
ଓଠ କିଛି କହିବା ପୂର୍ବରୁ
ଆଖି କିଛି ବୁଝିବା ଆଗରୁ
ଏକ ନୂଆ କାହାଣୀ
ଲେଖା ସରିଥାଏ ।
ଗାୟତ୍ରୀ ସିଂହ
ଆଠମଲ୍ଲିକ
ଅନୁଗୁଳ