ଡ଼ି - ୨୦ କାନ୍ଦୁଥିବା ମଣିଷ ଟା ହସୁଛି, ସେ ଏତେ ଜୋର ହସୁଛି ଯେ, ତା' ହସିବାର ଶବ୍ଦ ଓ ଢଙ୍ଗ ଦେଖି ଲୋକେ ତାକୁ ପାଗଳ ବୋଲି କହିଲେଣି । ସମୟର ଖେଳ । ✍ ଦେବବ୍ରତ ମିଶ୍ର ୨୧.୦୩.୨୦୨୦
"ଡ଼ି-୧୮" ତୁମେ ଆଜି ଯେଉଁ ଉପହାର ଦେଲ, ତାହା ମୋ' ପାଇଁ କେବଳ ଗୋଟିଏ ଇଂଗ୍ରାଜୀ ଶବ୍ଦ ନୁହେଁ ଅପିତୁ ଅଜସ୍ର ପ୍ରେରଣା ଯାହାକୁ ନେଇ ଜୀବନକୁ ବୁଝିବାର ସୁଯୋଗ ମିଳିବ। ✍ଦେବବ୍ରତ ମିଶ୍ର ତା ୦୧.୧୦.୨୦୧୯
"ଡ଼ି-୧୮" କୌଣସି ବ୍ୟକ୍ତି ନିଶାସକ୍ତ ଅବସ୍ଥା ଅବା ଗଣ୍ଡଗୋଳ କରିବା ସମୟରେ ମା' -ଭଉଣୀକୁ ଅଭଦ୍ର ଗାଳି ଦେବା ତ ଦୂରର କଥା, ଏମିତି ତ ମଣିଷ ସଚେତନ ଅବସ୍ଥା ରେ ବି ଏଭଳି ବ୍ୟବହାର କରୁଛି, ୟାକୁ ଆମେ କ'ଣ କହିବା ସଭ୍ୟସମାଜ !! ?? ✍ଦେବବ୍ରତ ମିଶ୍ର ତା ୨୦.୦୯.୨୦୧୯
ତୁମେ କେତେଦୂର ଜୀବନକୁ ବୁଝିଛ ଜଣାନାହିଁ କିନ୍ତୁ ସତ କହିବାକୁ ଗଲେ ମୋ' ବୁଝିବାରେ ଜୀବନର କଳସ ସ୍ୱାର୍ଥର ମାଟିରେ ଗଢା। **ଡ଼ି-୧୭** ✍ ଦେବବ୍ରତ ମିଶ୍ର ତା ୦୧.୦୯.୨୦୧୯
ହସିବା ଖୁସିର ପ୍ରତୀକ ବୋଲି ଭାବୁଛନ୍ତି କି.. ଆପଣଙ୍କ ଧାରଣା ବେଳେବେଳେ ଭୁଲ୍ ପ୍ରମାଣିତ ହୋଇପାରେ କେବେକେବେ ମଣିଷ ଦୁଃଖ ରେ ବି ହସେ, ଲୁହ ଲୁଚାଇବାର ପ୍ରୟାସ ରେ ହସେ। **ଡ଼ି-୧୬** ✍ ଦେବବ୍ରତ ମିଶ୍ର ତା ୦୧.୦୯.୨୦୧୯
ବାପ ତାର ମୁଣ୍ଡ ଝାଳ ତୁଣ୍ଡରେ ମାରି ବିରାଟ ଆଶା ରଖି ପିଲାକୁ ସହରକୁ ପାଠପଢା ପାଇଁ ଛାଡ଼ି ମନେ ମନେ ସ୍ୱପ୍ନ ଦେଖୁଛି ତାକୁ ଭଲ ମଣିଷ ଟିଏ କରିବ, କିନ୍ତୁ ପିଲା ତାର ପ୍ରତିଫଳ ରେ କ'ଣ ଦେଉଛି? ତାହା ସମସ୍ତେ ଜାଣନ୍ତି। **ଡ଼ି-୧୭** ✍ ତା: ୩୧.୦୮.୨୦୧୯
କେତେ ସ୍ୱାର୍ଥପର ତୁମେ ମିଛ କହିକହି ସ୍ୱାର୍ଥ ପୂରଣ କରୁଛ, ମା'ର ମମତା, ପରିବାରର ସ୍ନେହଶ୍ରଦ୍ଧା କୁ ଭୁଲି ଏମିତି କିଛି କାର୍ଯ୍ୟ କରୁଛ ଯାହା କେବଳ ତୁମକୁ ଜଣା, ନିଜ ମନକୁ ନୁହେଁ, ବୀବେକକୁ ପ୍ରଶ୍ନ କର ତୁମେ କେତେଦୂର ଠିକ୍ ଅଛ। **ଡ଼ି-୧୫** ✍ ଦେବବ୍ରତ ମିଶ୍ର ତା ୨୯.୦୮.୨୦୧୯