"ମୋ ମନ ଦର୍ପଣେ ତୁମ ରୂପ କେମିତିକା, ମୋ ଆଖିରେ ଦେଖି କୁହ ପ୍ରେମ କେମିତିକା, କେବେ ଆସି ଖୋଜ ଥରେ ହୃଦୟରେ ମୋର, ଲୁହେ ଆଙ୍କିଥିବା ତୁମ ଚିତ୍ର କେମିତିକା ?" @ଦିବ୍ୟ ରଞ୍ଜନ ସାହୁ
"ନଶ୍ଵର ଦେହରେ ଯୌବନ କୁସୁମ ନୀରବେ ପଡ଼ଇ ଝରି, ତୁମ ଗଲା ସ୍ମୃତି ମନେ ପଡ଼େ ଆଜି ପ୍ରୀତିର କୁସୁମ ପରି ।" @ଦିବ୍ୟ ରଞ୍ଜନ ସାହୁ