@amulya-kumar-nayak

Amulya Kumar Nayak
Literary Brigadier
AUTHOR OF THE YEAR 2021 - NOMINEE

106
Posts
2
Followers
0
Following

I'm Amulya Kumar and I love to read StoryMirror contents.

Share with friends
Earned badges
See all

ଏମିତି ତ ଦେଖା ହେଉଛ ଅନେକ ସେ ଦେଖାରେ ନାହିଁ ନିଆରା ଶୋକ, ତୁମେ ଥିବ ଏକା ମୁଁ ଥିବି ଏକା ଚାରି ଆଖି କହୁଥିବ ଯା' ଦୁଃଖ,,

ତମେ ଯଦି ପ୍ରିୟା ସ୍ବରବର୍ଣ୍ଣ ହୁଅ ମୁଁ ତୁମ ବ୍ଯଞ୍ଜନ ବର୍ଣ୍ଣ,, ତୁମ ବିନା ଲାଗେ ଅଧୁରା ଅଧୁରା ଏ ଜୀବନ ଅସଂପୂର୍ଣ୍ଣ,

ରଜ ପାନ ଖଣ୍ଡେ ଦେଲନାହିଁ ତମେ ଗୁମାନେ ରହିଲ ସଜେଇ ହୋଇ, ମାଗିବିକି ଆଉ ମନଟା ତୁମର ମୌସୁମୀ ଆସିଛି ଦେବଟି କହି ?

ଆଦ୍ଯ ଆଷାଢର ଭିଜା ମାଟିର ବାସ୍ନାରେ ପୋଡପିଠା ମହକରେ,, ମଥାରେ କୁକୁମ ପାଦରେ ଅଳତା ତୁମେ କୁହ ରଜ ଆସୁଛ କି ବଧୂ ବେଶରେ ଅବା କୁଆଁରୀ ଲାଜର ହସରେ ?

ବିରହ ନିଆଁରେ ଜଳୁଛି ଏଯାଏଁ ଛାତିରେ ଛାତିଏ କୋହ,, ଆଜି ମୁଁ ଜାଣିଲି ଏଇ ଦୁନିଆରେ ନିଜର କେବଳ ଲୁହ ,,

ଆଜି ମୋ ପ୍ରିୟାର ଜନମ ଦିନ ଯିବାକୁ କହିଛି ପକେଇ ରାଣ ଅଧୁଲାଟେ ନାହିଁ ପକେଟ ଶୂନ ନ ଗଲେ କହିବ ତମେ ପାଷାଣ କରୋନା ନାଚୁଛି ଦାଣ୍ଡରୁ ଦୁଆର ଯିବିକି ନଯିବି ଭାବେ ଏ ମନ

କେତେଦିନ ଲୁହ ବସା ବାନ୍ଧୁଥିବୁ ଏ ଆଖିର ଦୁଇ କୋଣେ,, ଦୁଃଖରେ ଝରୁଛୁ ଦୁଇ ଧାର ହୋଇ ସୁଖରେ ବି କିଛି କ୍ଷଣେ,, ପଣତକାନିଟା ପୋଛିଦିଏ ସିନା ଓଠ ପିଏ ଅଭିମାନେ,,

ତମେ ମୋ ବାର ତମେ ମୋର ତିଥି ତମେ ମୋ ପୁନେଇଁ ଜହ୍ନ,, ତମେ ମୋର ରାଣ ତମେ ମୋ ଫଗୁଣ ତମେ ମୋ ରାତିର ସ୍ବପ୍ନ,,

ପାନ୍ଥଶାଳାର କାନ୍ଥରେ ଲେଖାଅଛି ଦୁଇଗୋଟି ନାଁ,, ଗୋଟିଏ ତମର ଗୋଟିଏ ମୋହର ନବଦିନେ ଲାଗେ ନୁଆ,,


Feed

Library

Write

Notification
Profile