Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

#FreeIndia

SEE WINNERS

Share with friends

"୧୫ ଅଗଷ୍ଟ, ଯାହା ସ୍ୱାଧୀନତା ଦିବସ ଭାବରେ ମଧ୍ୟ ଜଣାଶୁଣା", ସମସ୍ତ ଭାରତୀୟଙ୍କ ପାଇଁ ଏକ ମହତ୍ତ୍ୱପୂର୍ଣ୍ଣ ଦିନ । ଏହା ହେଉଛି ସେହି ଦିନ ଯେତେବେଳେ ଆମେ ସମସ୍ତ ସ୍ୱାଧୀନତା ସଂଗ୍ରାମୀଙ୍କ ତ୍ୟାଗ ଓ ବଳିଦାନର ରୋମନ୍ଥନ କରିଥାଉ, ଯାହାଙ୍କ ସତତ ପ୍ରଚେଷ୍ଟାରେ ଆମେ ଆଜି ସ୍ୱାଧୀନତାର ସ୍ୱାଦ ଚାଖିଲୁ ।

ତଥାପି, ଆମ ରାଷ୍ଟ୍ର ଏକ ମୁକ୍ତ ରାଷ୍ଟ୍ର ହେବା ସତ୍ତ୍ୱେ ସ୍ୱାଧୀନତାର ପ୍ରକୃତ ଅର୍ଥ କୌଣସି ସ୍ଥାନରେ ଆତ୍ମଗୋପନ କରିଛି ।

ଆଜି ବି ଜଣେ ଝିଅ ନିର୍ଯ୍ୟାତନା କିମ୍ବା ଅସଦାଚରଣ ଆଶଙ୍କାରେ ରାତିରେ ବାହାରକୁ ଯାଇପାରୁ ନାହିଁ; ଏକ ଶିଶୁ ଯେଉଁ ବୟସରେ ବିଦ୍ୟାଳୟ ଯିବା ଉଚିତ, ସେଇ ବୟସରେ ସେ କାମ କରିବାକୁ ବାଧ୍ୟ ହେଉଛି; ଯେଉଁ ଦେଶ ରାନୀ ଲକ୍ଷ୍ମୀ ବାଇ, ବଚେନ୍ଦ୍ରି ପାଲ, ସରୋଜିନୀ ନାଇଡୁଙ୍କୁ ଜନ୍ମ ଦେଇଥିଲା, ସେହି ପୁଣ୍ୟ ଭୂମିରେ ପ୍ରତିଦିନ କନ୍ୟା ଭୃଣ ହତ୍ୟା ମାମଲା ଦେଖାଯାଉଛି; ଆଜିବି ଅନେକ ପିଲା ଉପଯୁକ୍ତ ଶିକ୍ଷାରୁ ବଞ୍ଚିତ; ମୌଳିକ ସ୍ୱାସ୍ଥ୍ୟସେବା ମଧ୍ୟ   ସମସ୍ତଙ୍କ ପାଇଁ ଏପର୍ଯ୍ୟନ୍ତ ଉପଲବ୍ଧ ହୋଇପାରି ନାହିଁ । ଏମିତି କେତେ ଯେ ଅସୁବିଧା ଆଜି ମଧ୍ୟ ଏ ଦେଶରେ ଲାଗିରହିଛି । 


ଯାହା ପ୍ରଶ୍ନ ଉଠାଏ - ଆମେ ପ୍ରକୃତରେ ସ୍ୱାଧୀନ କି?


ସ୍ୱାଧୀନତା ଦିବସ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଦିନ, ସ୍ୱାଧୀନତା ପ୍ରାପ୍ତିର ଏ ସୁଖଦ ଦିବସକୁ ପାଳନ କରିବା ଏବଂ ଉତ୍ସବକୁ ଅଧିକ ଅର୍ଥପୂର୍ଣ୍ଣ କରିବା ପାଇଁ, ଷ୍ଟୋରୀମିରର୍ ଆପଣଙ୍କ ପାଇଁ ଏହି ସୁଯୋଗ ଆଣିଦେଇଛି । ଯେଉଁଠାରେ ଆପଣ #ଫ୍ରି ଇଣ୍ଡିଆ ଗଠନ କରିବା ପାଇଁ ବାର୍ତ୍ତା ବାଣ୍ଟିପାରିବେ । ଆସନ୍ତୁ ଏକ ରାଷ୍ଟ୍ର ଗଠନ କରିବା ଯେଉଁଠାରେ ପ୍ରତ୍ୟେକ ବ୍ୟକ୍ତି ନିଜର ସ୍ୱାଧୀନତାକୁ ଉପଭୋଗ କରିବା କରିପାରିବେ ।


 ନିୟମ:

  • ଲେଖାଟି ସ୍ୱାଧୀନତାର ପ୍ରକୃତ ଅର୍ଥ ବହନ କରୁଥିବା ଉଚିତ୍ ।
  • ଲେଖାରେ #ଫ୍ରି ଇଣ୍ଡିଆ ହ୍ୟାସଟ୍ୟାଗ୍ ବ୍ୟବହାର କରନ୍ତୁ ।
  • ସମ୍ପାଦକୀୟ ସ୍କୋର ଏବଂ ଲେଖାଟି ଉପରେ ପାଠକ ଯୋଗଦାନ ଉପରେ ଆଧାର କରି ବିଜେତାମାନଙ୍କୁ ସ୍ଥିର କରାଯିବ ।
  • ଅଂଶଗ୍ରହଣକାରୀମାନେ ସେମାନଙ୍କର ମୂଳ ଲେଖା ଦାଖଲ କରିବା ଉଚିତ୍ ।
  • ଆପଣ ଦାଖଲ କରୁଥିବା ଲେଖା ସଂଖ୍ୟାରେ କୌଣସି ସୀମା ନାହିଁ ।
  • କୌଣସି ଶବ୍ଦ ସୀମା ନାହିଁ ।


 

ଶ୍ରେଣୀଗୁଡିକ:

କାହାଣୀ

କବିତା


ଭାଷା:

ଏହି ଭାଷାଗୁଡ଼ିକ ମଧ୍ୟରୁ ଗୋଟିଏ କିମ୍ବା ଅଧିକରେ - ଇଂରାଜୀ, ହିନ୍ଦୀ, ମରାଠୀ, ଗୁଜୁରାଟୀ, ତାମିଲ, ତେଲୁଗୁ, ମାଲାୟାଲମ୍, କନ୍ନଡ, ଓଡ଼ିଆ ଏବଂ ବଙ୍ଗଳାରେ ଲେଖା ଦାଖଲ କରାଯାଇପାରିବେ ।


ପୁରସ୍କାର:

ପ୍ରତ୍ୟେକ ଭାଷାର ଶ୍ରେଷ୍ଠ ୩ ଟି କାହାଣୀ ଏବଂ କବିତାକୁ ଯଥାକ୍ରମେ ଷ୍ଟୋରୀମିରର୍ ସପ୍ ର ସ୍ୱର୍ଣ୍ଣ, ରୌପ୍ୟ ଏବଂ ବ୍ରୋଞ୍ଜ ସଦସ୍ୟତା ପ୍ରଦାନ କରାଯିବ ।

ପ୍ରତ୍ୟେକ ଭାଷା ଏବଂ ବର୍ଗର ଶ୍ରେଷ୍ଠ ୧୦ ବିଷୟବସ୍ତୁ ୧୦୦ ଟଙ୍କା ମୂଲ୍ୟର ଏକ ଷ୍ଟୋରିମିରର୍ ସପ୍ ଭାଉଚର ପ୍ରଦାନ କରାଯିବ । 

ସମସ୍ତ ଅଂଶଗ୍ରହଣକାରୀ ଏକ ଅଂଶଗ୍ରହଣ ପ୍ରମାଣପତ୍ର ପାଇବେ ।


 ଦାଖଲ ଅବଧି: ଅଗଷ୍ଟ ୫ ରୁ ୩୧, ୨୦୨୦

 ଫଳାଫଳ: ସେପ୍ଟେମ୍ବର ୨୦୨୦


 ଯୋଗାଯୋଗ:

 ଇମେଲ୍: neha@storymirror.com 

 ଫୋନ୍ ନମ୍ବର: +91 9372458287



Trending content