Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

#Non Stop November Edition 3 - Intermediate

SEE WINNERS

Share with friends

ଏକ ପୁରୁଣା କାହାଣୀକୁ ନୂଆ ଢଙ୍ଗରେ ଉପସ୍ଥାପନ କଲେ ତାହା ନିଜେ ପାଇଁ ଏକ ନୂତନ କାହାଣୀ ଅଟେ ।” - ଆନନ୍ 

ଆପଣ କେବେ ଏକ ଚଳଚ୍ଚିତ୍ର ଦେଖିଛନ୍ତି ଏବଂ ଚିନ୍ତା କରିଛନ୍ତି କି ଯଦି ଆପଣ ଲେଖକ ହୋଇଥିବେ ତେବେ ଆପଣ ଏକ ନିର୍ଦ୍ଦିଷ୍ଟ ଦୃଶ୍ୟ କିପରି ଲେଖିବେ? ନିଶ୍ଚୟ ଏମିତି କିଛି ସମୟ ଅଛି ଯେତେବେଳେ ଆପଣ କେବଳ ଏକ ଦୃଶ୍ୟ ନୁହେଁ ବରଂ ପୁରା ପ୍ଲଟ୍ ସଂପୂର୍ଣ୍ଣ ରୂପେ ପରିବର୍ତ୍ତନ କରିବାକୁ ଚିନ୍ତା କରିଥିବେ ।

ଯଦି ତୁମର ଉତ୍ତର ହଁ, ତା’ହେଲେ ତୁମର ଭିତରେ ଏକ ସୃଜନଶୀଳ ପ୍ରତିଭା ଅଛି ଯାହା ତୁମର ସେଇ ଭାବନାକୁ ମୁକ୍ତ କରିବାକୁ ପ୍ରସ୍ତୁତ ହେଉଛି ! ଅନୁମାନ ଲଗାନ୍ତୁ ! ଆପଣଙ୍କ ଭିତରେ ସେହି ଲେଖକକୁ ବାହାରକୁ ଆଣିବାରେ ସାହାଯ୍ୟ କରିବାକୁ ଆମ ତରଫରୁ ଉପଯୁକ୍ତ ସୁଯୋଗ ଅଛି । ଷ୍ଟୋରୀମିରର୍ ନନ୍-ଷ୍ଟପ୍ ନଭେମ୍ବର ଲେଖା ଚ୍ୟାଲେଞ୍ଜ ସଂସ୍କରଣ ୩ ଆରମ୍ଭ ହୋଇ ସାରିଛି !

ନନ୍-ଷ୍ଟପ୍ ନଭେମ୍ବର ଲେଖା ଚ୍ୟାଲେଞ୍ଜର ଚଳିତ ସଂସ୍କରଣରେ କିଛି ନୂତନତା ଯୋଗ କରାଯାଇଛି । ଏହା ତିନୋଟି ଭିନ୍ନ ସ୍ତର ସହିତ ଅତ୍ୟନ୍ତ ବ୍ୟାପକ ରୂପ ଧାରଣ କରିଛି । ଏହି ତିନୋଟି ସ୍ତର ମଧ୍ୟରୁ ଆପଣ ଗୋଟିଏ, ଦୁଇଟି କିମ୍ବା ସମସ୍ତ ତିନୋଟି ସ୍ତରରେ ଅଂଶଗ୍ରହଣ କରିପାରିବେ । ଦୁଇ କିମ୍ବା ଅଧିକ ସ୍ତରର ଚ୍ୟାଲେଞ୍ଜରେ ଅଂଶଗ୍ରହଣ କରି ଯଦି ଆପଣ ଏହାକୁ ସମାପ୍ତ କରନ୍ତି, ତେବେ ଆପଣ ଆମର ମେଗା ପୁରସ୍କାର ପାଇଁ ଯୋଗ୍ୟ ବିବେଚିତ ହୋଇପାରିବେ ।

  • ନନ୍-ଷ୍ଟପ୍ ନଭେମ୍ବର ସଂସ୍କରଣ ୩ - ପ୍ରାରମ୍ଭିକ - http://sm-s.in/TbGvSWf
  • ନନ୍-ଷ୍ଟପ୍ ନଭେମ୍ବର ସଂସ୍କରଣ ୩ - ମଧ୍ୟବର୍ତ୍ତୀ - http://sm-s.in/njoMHwF
  • ନନ୍-ଷ୍ଟପ୍ ନଭେମ୍ବର ସଂସ୍କରଣ ୩ - ଉଚ୍ଚତର - http://sm-s.in/zRS6IM7

ଏହା କିପରି କାର୍ଯ୍ୟ କରେ ନିମ୍ନରେ ସୂଚନା ପ୍ରଦାନ କରାଗଲା :

ଆମେ ଆପଣଙ୍କୁ ୩୦ ଦିନ ପାଇଁ ୩୦ଟି ଚଳଚ୍ଚିତ୍ର ବିଷୟ ପ୍ରଦାନ କରୁଛୁ । ଆପଣଙ୍କୁ ପ୍ରତିଦିନ ଗୋଟିଏ ଚଳଚ୍ଚିତ୍ର ବିଷୟ ଉପରେରେ ଲେଖିବାକୁ ପଡିବ । ଆପଣଙ୍କୁ କେବଳ ଚଳଚ୍ଚିତ୍ରରୁ ଏକ ନିର୍ଦ୍ଦିଷ୍ଟ ଦୃଶ୍ୟକୁ ଆପଣ ନିଜ ମୌଳିକତା ପ୍ରଦର୍ଶନ ପୂର୍ବକ ନୂତନ ଭାବେ ସଂରଚନା କରି ପଠାଇବାକୁ ପଡ଼ିବ କିମ୍ବା ଆପଣଙ୍କ ଦୃଷ୍ଟିକୋଣରୁ ଚଳଚ୍ଚିତ୍ରର କାହାଣୀ ପରିକଳ୍ପନା କରି ଆମକୁ ପୁରା ଚଳଚ୍ଚିତ୍ରର ଏକ ଭିନ୍ନ ସଂସ୍କରଣ ପଠାଇ ପାରିବେ । ଏହା ଯେକୌଣସି ଶୈଳୀ, ଯେକୌଣସି ଧାରା, ଆପଣ ପସନ୍ଦ କରୁଥିବା ଯେକୌଣସି ଜିନିଷ ହୋଇପାରେ, କିନ୍ତୁ ଧ୍ୟାନଦେବାକୁ ହେବ ଯେ ଆପଣଙ୍କ ଲେଖା ସେହି ଦିନର ଚଳଚ୍ଚିତ୍ରର ବିଷୟବସ୍ତୁ ହେବା ନିତାନ୍ତ ଜରୁରୀ ।

ମଧ୍ୟବର୍ତ୍ତୀ ସ୍ତର ପାଇଁ ଲିଖନ ବିଷୟ :

ଭାଷା : ଇଂରାଜୀ, ହିନ୍ଦୀ, ଗୁଜୁରାଟୀ, ମରାଠୀ, ଓଡ଼ିଆ, ବଙ୍ଗାଳୀ, ତାମିଲ, ତେଲୁଗୁ, କନ୍ନଡ, ମାଲାୟାଲମ୍

ବର୍ଗ: କାହାଣୀ 

ସର୍ତ୍ତାବଳୀ :

  1. ଉପସ୍ଥାପିତ ସମସ୍ତ ବିଷୟ ଆଧାରିତ ଉପସ୍ଥାପନା ଏବଂ ଏହାର ହାରାହାରି ସମ୍ପାଦକୀୟ ମୂଲ୍ୟାଙ୍କନ ଉପରେ ଆଧାର କରି ବିଜେତାମାନଙ୍କୁ ସ୍ଥିର କରାଯିବ ।
  2. ଆପଣ କେବଳ ପ୍ରଦତ୍ତ ବିଷୟବସ୍ତୁ ଉପରେ ହିଁ ନିଜ ଲେଖା ଦାଖଲ କରିବା ଆବଶ୍ୟକ ।
  3. ଅଂଶଗ୍ରହଣକାରୀମାନେ ସେମାନଙ୍କର ମୌଳିକ ଲେଖା ଦାଖଲ କରିବା ଉଚିତ୍ ।
  4. ଇ-ମେଲ କିମ୍ବା ହାର୍ଡ କପି କିମ୍ବା ପ୍ରତିଯୋଗୀତା ଲିଙ୍କ୍ ବ୍ୟବହାର ନକରି ଯେକୌଣସି ଦାଖଲ ପ୍ରବେଶ ପାଇଁ ଯୋଗ୍ୟହେବ ନାହିଁ ।
  5. କୌଣସି ଅଂଶଗ୍ରହଣ ଶୁଳ୍କ ପ୍ରଦାନ କରିବାକୁ ପଡିବ ନାହିଁ ।
  6. ମାନପତ୍ର ବିଭାଗରେ ଆପଣଙ୍କର ଅଂଶଗ୍ରହଣ ପ୍ରମାଣପତ୍ର ପ୍ରୋଫାଇଲରେ ଉପଲବ୍ଧ ହୋଇଯିବ ।


ପୁରସ୍କାର :

  1. ସମସ୍ତ ଅଂଶଗ୍ରହଣକାରୀ ଅଂଶଗ୍ରହଣ ପ୍ରମାଣପତ୍ର ପାଇବେ ।
  2. ବିଜେତାମାନେ ସେମାନଙ୍କର ସ୍ୱତନ୍ତ୍ର ଇ-ପୁସ୍ତକ ପ୍ରକାଶନ କରିବାର ସୁଯୋଗ ପାଇବେ ।
  3. ସମସ୍ତ ବିଜେତାଙ୍କୁ ବିଜେତା ପ୍ରମାଣପତ୍ର ପ୍ରଦାନ କରାଯିବ ।


ମେଗା ପୁରସ୍କାର :


ଯଦି ଆପଣ ତିନିଟି ସ୍ତରରୁ ହାରାହାରି ସମ୍ପାଦକୀୟ ମୂଲ୍ୟାଙ୍କନ ୭ରୁ ଅଧିକ ସହିତ କୌଣସି ୨ଟି ସ୍ତର ସମାପ୍ତ କରନ୍ତି, ତେବେ ଆପଣ ବିଜେତା ଟ୍ରଫି ସହିତ ଷ୍ଟୋରୀମିରରରୁ ଏକ ମାଗଣା ପୁସ୍ତକ ପ୍ରକାଶନ ଚୁକ୍ତି ଜିତିବାକୁ ଯୋଗ୍ୟ ହୋଇପାରିବେ ।


ଦାଖଲ ଅବଧି: ୦୧ ନଭେମ୍ବର ରୁ ୩୦ ନଭେମ୍ବର, ୨୦୨୧

ଫଳାଫଳ: ୨୦ ଜାନୁଆରୀ, ୨୦୨୨


ମତାମତ ଏବଂ ପ୍ରଶ୍ନଗୁଡ଼ିକ ପାଇଁ :

  • ଇ-ମେଲ : neha@storymirror.com
  • ଫୋନ୍ ନମ୍ବର: 022-49240082 / 9372458287 (ସୋମବାରରୁ ଶନିବାର ସକାଳ 10.00 ରୁ 7.00 PM)
  • ହ୍ଵାଟସ୍ ଆପ୍: +91 84528 04735


ବିଶେଷ ସୂଚନା : ଏହି ସଂସ୍କରଣରେ ନନ୍-ଷ୍ଟପ୍ ନଭେମ୍ବର ଲେଖା ଚ୍ୟାଲେଞ୍ଜ ତିନି ସ୍ତରରେ ସଂଗଠିତ ହୋଇଛି । ଆପଣ ଗୋଟିଏ, ଦୁଇଟି କିମ୍ବା ସମସ୍ତ ତିନୋଟି ସ୍ତରରେ ଅଂଶଗ୍ରହଣ କରିପାରିବେ ।

  • ନନ୍-ଷ୍ଟପ୍ ନଭେମ୍ବର ସଂସ୍କରଣ ୩ - ପ୍ରାରମ୍ଭିକ - http://sm-s.in/TbGvSWf
  • ନନ୍-ଷ୍ଟପ୍ ନଭେମ୍ବର ସଂସ୍କରଣ ୩ - ମଧ୍ୟବର୍ତ୍ତୀ - http://sm-s.in/njoMHwF
  • ନନ୍-ଷ୍ଟପ୍ ନଭେମ୍ବର ସଂସ୍କରଣ ୩ - ଉଚ୍ଚତର - http://sm-s.in/zRS6IM7