STORYMIRROR

#MeriDiwali

ବିଜେତାମାନଙ୍କୁ ଦେଖନ୍ତୁ

ବନ୍ଧୁମାନଙ୍କ ସହ ବାଣ୍ଟନ୍ତୁ

ଆଲୋକର ପର୍ବ ଦୀପାବଳି। ଏ ପର୍ବ ଖୁସିର, ଆନନ୍ଦର। ନାନାଦି ଆଲୋକମାଳା, ରଙ୍ଗୀନ ଧାଡ଼ିଧାଡ଼ି ଦୀପରେ ସଜେଇ ପାଟରାଣୀ ପାଲଟିବ ଘର ପାଟଅଗଣା । ପୁରପଲ୍ଲୀରେ ବର୍ଣ୍ଣାଢ଼୍ୟ ଉତ୍ସବମୟ ପରିବେଶ। ପିଠା, ମିଠା, ଝୋଟି, ଚିତା, ରଙ୍ଗୋଲି, ଦୀପସଜ୍ଜାରେ ଦୀପାବଳୀ ଉତ୍ସବରେ ଉତ୍ସବମୁଖର ସମାରୋହ। ଦୀପ ଦିଏ ଶାନ୍ତି, ମୁକ୍ତିର ବାର୍ତ୍ତା, ଦୀପ ଦିଏ ପ୍ରକାଶ, ଦୀପ ଦିଏ ଏକରୁ ଅନେକ ଉଦଭାସିତ ହେବାର ଦିବ୍ୟ ଆତ୍ମଜ୍ଞାନ। ତେବେ

ଆସନ୍ତୁ ସଭିଏଁ ଆମ ସମୃଦ୍ଧ ସଂସ୍କୃତି ଏବଂ ପରମ୍ପରାକୁ ହର୍ଷଉଲ୍ଲାସରେ ପାଳନ କରିବା । ତେବେ ଏହି ପବିତ୍ର ଅବସରରେ ସ୍ନେହ, ପ୍ରେମର ସୂତ୍ରକୁ ଅକ୍ଷୁର୍ଣ୍ଣ ରଖିଥିବା ଦିବ୍ୟ, ଭବ୍ୟ, ଶୁଭ ଦୀପାବଳି ଅବସରରେ, ଷ୍ଟୋରୀ ମିରର୍ ର ଉପସ୍ଥାପନା .... ତେରି, ମେରି, ସବକି ଦି-ୱାଲି!


ନିଜର ଦୀପାବଳି ଅନୁଭୂତି ସହ ଜଡ଼ିତ ସ୍ମୃତି ଉପରେ ଲେଖନ୍ତୁ ଏବଂ ଉପହାର ହାସଲ କରନ୍ତୁ।

ଆମ ଦ୍ୱାରା ଦିଆଯାଇଥିବା ନିମ୍ନଲିଖିକ କିଛି ବିଷୟ ଉପରେ ଲେଖନ୍ତୁ...

୧ . ଆପଣଙ୍କ ପରିବାର ପାଇଁ ପ୍ରିୟପାତ୍ର 

ନିଜର ପ୍ରିୟ ପରିବାର ସଦସ୍ୟଙ୍କ ବିଷୟରେ ଏକ କାହାଣୀ କିମ୍ବା କବିତା ଲେଖନ୍ତୁ।

୨ . ସାଙ୍ଗମାନଙ୍କ ପାଇଁ ଜଲେବି ପରି ମଜାଦାର ଓ ଅବୁଝା ସାଜନ୍ତୁ।

ବନ୍ଧୁତା ଉପରେ ମଜାଳିଆ ରୋମାଞ୍ଚକର କାହାଣୀ କିମ୍ବା କବିତା ଲେଖନ୍ତୁ ଯାହାକି ଜଲେବି ପରି ଅଟେ ବୁଝିବା ଜଟିଳ ପାଲଟିଥାଏ ।

୩ . ପ୍ରେମ, ଆଲୋକ ଏବଂ ଭାଗ୍ୟ ଉପରେ କାହାଣୀ କିମ୍ବା କବିତା ଲେଖନ୍ତୁ।

୪ . ଦୀପାବଳିରେ କୌଣସି କାହାଣୀ କିମ୍ବା କବିତା ଏବଂ ଆପଣଙ୍କର ପ୍ରିୟ ସ୍ମୃତି ଲେଖନ୍ତୁ ।

ନିୟମ:

ଆପଣଙ୍କୁ ଦୀପାବଳି ଥିମ୍ ଉପରେ ଲେଖିବାକୁ ପଡ଼ିବ।

ଅଂଶଗ୍ରହଣକାରୀମାନେ ନିଜସ୍ୱ ଲେଖା ଦାଖଲ କରିବା ଉଚିତ୍।

ଦାଖଲ କରୁଥିବା ଲେଖା ସଂଖ୍ୟାରେ କୌଣସି ସୀମା ନାହିଁ।

ଲେଖାର କୌଣସି ଶବ୍ଦ ସୀମା ନାହିଁ ।

କୌଣସି ଅଂଶଗ୍ରହଣ ଶୁଳ୍କ ନାହିଁ ।

ବିଭାଗ :

କାହାଣୀ

କବିତା

ଭାଷା: ଓଡ଼ିଆ

ଏହି ଭାଷାଗୁଡ଼ିକ ମଧ୍ୟରୁ ଗୋଟିଏ କିମ୍ବା ଅଧିକ ଭାଷାରେ - ଇଂରାଜୀ, ହିନ୍ଦୀ, ଗୁଜରାଟୀ, ତାମିଲ, ତେଲୁଗୁ, ମାଲାୟାଲମ୍, କନ୍ନଡ, ଓଡିଆ ଏବଂ ବଙ୍ଗାଳୀରେ ଲେଖା ଦାଖଲ କରାଯାଇପାରିବ।

ପୁରସ୍କାର:

ଶ୍ରେଷ୍ଠ ୨୦ ଟି କାହାଣୀ ଏବଂ କବିତା ପ୍ରତ୍ୟେକ ଭାଷାରେ ଜୁରୀ ପସନ୍ଦ ପୁରସ୍କାର ପ୍ରାପ୍ତ କରିବ ଏବଂ ଷ୍ଟୋରୀ ମିରର୍ ଦ୍ୱାରା ଇବୁକ୍ ରେ ପ୍ରକାଶିତ ହେବ ତଥା ଏକ ଡିଜିଟାଲ୍ ମାନପତ୍ର ପ୍ରଦାନ କରାଯିବ।

ବିଜୟୀ ପାଇଁ ବିବେଚନା କରାଯାଉଥିବା ରୂପରେଖଗୁଡିକ ହେଉଛି ଆମର ସମ୍ପାଦକୀୟ ମଣ୍ଡଳୀଙ୍କ ଦ୍ୱାରା ସମ୍ପାଦକୀୟ ସ୍କୋର।

୧୦ କିମ୍ବା ଅଧିକ କାହାଣୀ / କବିତା ଦାଖଲ କରୁଥିବା ଅଂଶଗ୍ରହଣକାରୀମାନେ ଷ୍ଟୋରୀ ମିରର୍ ଅଥର ଗ୍ୟାଲେରୀରେ ପ୍ରଦର୍ଶିତ ହେବେ ଏବଂ Rs ୨୦୦ ଟଙ୍କା ମୂଲ୍ୟର ଏକ ଡିସକାଉଣ୍ଟ ଭାଉଚର ପ୍ରାପ୍ତ କରିବେ।

ସମସ୍ତ ଅଂଶଗ୍ରହଣକାରୀ ମାନପତ୍ର ପ୍ରାପ୍ତ କରିବେ। 

ଦାଖଲ ପର୍ଯ୍ୟାୟ - ୧୮ ଅକ୍ଟୋବର ୨୦୨୨ ରୁ ନଭେମ୍ବର ୧୮ , ୨୦୨୨ପର୍ଯ୍ୟନ୍ତ

ଫଳାଫଳ ଘୋଷଣା: ଡିସେମ୍ବର ୩୧ , ୨୦୨୨

ଯୋଗାଯୋଗ:

ଇମେଲ୍: neha@storymirror.com

ଫୋନ୍ ନମ୍ବର: +91 9372458287 / 022-49243888

ହ୍ୱାଟସ୍ ଆପ୍: +91 84528 04735