Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ତୋ ଖୁସିରେ ଏ ଜୀବନ ବାଜି
ତୋ ଖୁସିରେ ଏ ଜୀବନ ବାଜି
★★★★★

© Manoj Kumar Panda

Romance Tragedy

4 Minutes   628    14


Content Ranking

ଗୋଟିଏ ପରିବାରରେ ବାପା ମା ଝିଅ (ଶୋଭା ) ବହୁତ ଖୁସି ରେ ରହୁଥିଲେ ।ଖୁସି କାହାର ବା ବେଶୀ ଦିନ ରୁହେ ।

ଶୋଭା - ବାପା ତମେ ଅଫିସ ଗଲାବେଳେ ମତେ କଲେଜ ପାଖରେ ଛାଡ଼ିଦେବ ।

ବାପା - ଶୀଘ୍ର ରେଡି ହେଇଯା’ ପାଗିଳି ।

ବାପ ଝିଅ କିଛି ବାଟ ଗଲା ପରେ ଗୋଟେ ବାଇକ ଧକ୍କା ଦେଲା ।ଆଉ ସେହି ଦୁର୍ଘଟଣାରେ ବାପ ଦୁନିଆ ଛାଡି ଚାଲିଗଲେ ।

ଯେଉଁ ପିଲା ବାଇକ ଚଲଉଥିଲା ସେ ଶୋଭାର କ୍ଳାସମେଣ୍ଟ ଥିଲା । ତା ନାଁ ରାଜା ।

ସେହି ଦିନ ଠୁ ଶୋଭା ଆଉ କଲେଜେ କୁ ଆସିବା ବନ୍ଦ କରିଦେଲା । ରାଜା ନିଜକୁ ବହୁତ ଦୋଷୀ ବୋଲି ଭାବିଲା ।ଶୋଭାର ସାଙ୍ଗ ମାନଙ୍କ ଠାରୁ ଶୋଭାର ଖବର ବୁଝିଲା ।ତାଙ୍କ ଘର ପରିସ୍ଥିତି ଏତେ ଭଲ ନଥିଲା ।

ରାଜା ନିଜ ବାଇକ ବିକ୍ରି କରି ସେହି ଟଙ୍କା ଶେଭିଂ ବ୍ୟାଙ୍କରେ ରଖିଦେଲା ଆଉ ପ୍ରତି ମାସ ସୁଧ ସହ ନିଜ ପକେଟ ଖର୍ଚ୍ଚ ସବୁ ଟଙ୍କା ପୋଷ୍ଟାଲ ପଠେଇଦିଏ ଶୋଭା ଘରକୁ ।ଆଉ ସେଥିରେ ଲେଖାହେଇ ଥାଏ ମୁଁ ତୁମ ବାପାଙ୍କ ପାଖରୁ କରଜ ନେଇଥିଲି ଏ ହେଉଛି ସୁଧ ।

କିଛି ଦିନ ପରେ ଶୋଭା କଲେଜେକୁ ଆସିଲା ।ହେଲେ ସେ ସବୁବେଳେ ମନ ଦୁଃଖ କରି କାନ୍ଦେ । ତା ଲୁହ ପାଇଁ ବି ରାଜା ନିଜକୁ ଦାୟୀ କଲା ।

ସେ ଫେସବୂକରେ ଫେକ ଆକାଉଣ୍ଟ ଖୋଲି ଶୋଭାକୁ ମିଠା ମିଠା କଥା କହି ହସେଇବାକୁ ଲାଗିଲା ଆଉ ତାକୁ ବହୁତ ଭଲପାଇବା ଦେଲା ହେଲେ ନିଜର ପରିଚୟ ଲୁଚେଇଲା । କେବଳ ଫୋନରେ କଥା ହେଉଥିଲେ । ଶୋଭା ବି ଧୀରେ ଧିରେ ତା ପ୍ରେମରେ ପଡିଗଲା ।

ଶୋଭା- ( କାନ୍ଦିକି)ଆଜି ମୋ ବାପାଙ୍କ କଥା ମର ବହୁତ ମନେ ପଡୁଛି ।ମୋ ବାପା ମୋତେସ୍ନେହରେ ପାଗିଳି ବୋଲି ଡାକୁଥିଲେ ।

ରାଜା- ମୋ ଧନଟା ପରା । ତୁ ଏମିତି କାନ୍ଦନିରେ ମୁଁ ସହିପାରୁନି । ମୁଁ ତତେ ପାଗିଳି ଡାକୁଛି ନା ।ତୁ ପୁଣି ମନ କ’ଣ ପାଇଁ ଦୁଃଖ କରୁଛୁ ।

ଶୋଭା - ତୁମ ଭିତରେ ମୁଁ ମୋ ବାପାଙ୍କ ଭଲପାଇବା ପାଇଛି ।ତୁମେ ମୋର ସବୁକିଛି ।ମୋ ଦୁଃଖ ସମୟରେ ସାଥ ଦେଇଛ ।

ମୁଁ ତୁମକୁ....

ରାଜା - ହା ହା ହା ।ହେଲେ ମୁଁ ତତେ ଭଲପାଏ ନି । ତୁ ବିଲେଇ ଭଳି ସବୁବେଳେ ରାଗୁଛୁ ।

ଶୋଭା – ମୁଁ କାନ୍ଦିବି କହିଦେଉଛି । ପ୍ଲିଜ଼ ଥରେ କହିଦିଅନା ଭଲପାଅ ବୋଲି ।

ରାଜା - ଆଲୋ ପାଗିଳି ତୁ ଏତେ ବେସ୍ତ କଣ ପାଇଁ ହେଉଛୁ ।ମୁଁ ଯେବେ ତତେ ପ୍ରଥମ ଦେଖା ଦେବି ସେଦିନ କହିବି ।

ଏମିତି ତାଙ୍କ ଭିତରେ ବହୁତ ଭଲପାଇବା ହେଇଗଲା ।

ରାଜା - ଆଛା ମୋ ଧନ ପାଇଁ କଣ ଗିଫ୍ଟ ନେବି ।

ଶୋଭା - ମୋର କିଛି ଦରକାର ନାହିଁ ।

ରାଜା - ଆରେ ବାପରେ ମୋ ପାଗିଳିକୁ କିଏ କଣ କହିଛି କି ?

ଶୋଭା- ନା

ରାଜା -ଏତେ ରାଗ କଣ ପାଇଁ ।

ଶୋଭା - ମୋ ବାପାଙ୍କୁ ଯିଏ ମାରିଛି ତାକୁ ମୁଁ ଖୁସିରେ ରହିବାକୁ ଦେବିନି । ସେ ମତେ ଯେତିକି କନ୍ଦେଇଛି ତାକୁ ବି ସେମିତି ମାରିବି ।

ରାଜା - ପାଗିଳି ଯଦି ତୁ ତାକୁ ସାମ୍ନାରେ ପାଉ ତେବେ କଣ କରିବୁ ?

ଶୋଭା - ତାକୁ ଜୀବନରୁ ମାରିବିନି ହେଲେ ପାଗଳ କରିଦେବି ତାକୁ ।ସେ ମୋ ବାପାକୁ ମାରିଛି ।

ତୁମେ ଜାଣିଛ ତା ପାଇଁ ଆଜି ଆମେ ଭିକାରି ହେଇଯାଇଛୁ ।ତାକୁ ପାଗଳ ନକଲା ପର୍ଯ୍ୟନ୍ତ ମୋ ଜୀବନରେ ଶାନ୍ତିରେ ବଂଚିପାରିବିନି ।

ତୁମେ ମୋ ସାଥିରେ ଅଛ ନା…??

କୁଆଡେ ..ଗଲ ??

କୁହନା …!

ରାଜା - ( କାନ୍ଦିକି ) ହଁ ଅଛି।

ଶୋଭା – କ’ଣ ହେଇଛି ତୁମର । କାନ୍ଦୁଛ କଣ ପାଇଁ ।

ରାଜା - ନାଇଲୋ ପାଗିଳି ଏ ଖୁସିର ଲୁହ । କାଲି ଆମର ପ୍ରଥମ ଥର ପାଇଁ ଦେଖା ହେବ ଆଉ ଶୁଣ ...କାଲି ତୋର ଏଇ ଇଛା ପୁରା କରିଦେବି ।

ଯିଏ ତୁମ ବାପାଙ୍କୁ ମାରିଛି ତା ନାଁ ଠିକଣା ମେସେଜେ କରିଦେ କାଲି ତାକୁ ସେଇ ଜାଗାକୁ ଡାକିଦେବି ତା ପରେ ତୁ ତା’ ମୁଁଣ୍ଡ ପଛକୁ ଜୋର ସେ ପିଟିବୁ । ତାପରେ ସେ ପାଗଳ ହେଇଯିବ । ସେ କୋଉ ରଙ୍ଗର ସାର୍ଟ ପିନ୍ଦିଥିବା ତତେ ମେସେଜ କରିଦେବି । ତୁ ତା କାମ ସରିଲା ପରେ ମତେ ଦେଖା କରିବୁ ।

ତା ପର ଦିନ ଶୋଭା ସେ ଜାଗାକୁ ଗଲା ଆଉ ରାଜା ଯାହା କହିଥିଲା ସେ ସେମିତି କଲା । ସେ ଯାହାକୁ ପିଟିଲା ସେ ହିଁ ରାଜା ଥିଲା । ସେ ବେହୋସ ହୋଇଗଲା ଶୋଭା ଯେତେବେଳେ ରାଜାକୁ ଫୋନ କଲା ରିଂ ସେ ପିଲାର ପକେଟରୁ ରାଜାର ଫୋନ ବାହାରିଲା ଆଉ ପକେଟରେ ଗୋଟେ ଚିଠି ବାହାରିଲା ।

ସେଥିରେ ଲେଖାଥିଲା....

ଧନ ମୋ ଜୀବନ ଗୋଟେ ମାରିଥିବା ବାପର ଝିଅ ପାଖରେ ନିଜକୁ ବିକ୍ରି କରିଦେଇଛି ।ମୁଁ ତତେ ଧୋକା ଦେଇଛି ।ତୁ ମତେ ଭୁଲିଯାଇ ଖୁସିରେ ରହିବୁ ।ତୋର ସବୁ ଇଛା ଆଜି ପୁରଣ କରିଦେଉଛି ।ମୁଁ ଖୁସିରେ ମୋ ଜୀବନକୁ ବାଜି ଲଗେଇଛି ।

ମୁଁ ଜାଣିଛି ତୁ ଏବେ କାନ୍ଦୁଥିବୁ ବିଲେଇ ଭଳି କାନ୍ଦୁଛୁ କଣ ପାଇଁ । ତୁ ମୋ ଧନ ପରା । ପ୍ଲିଜ଼ କାନ୍ଦନି ମୋ ସୁନାଟା ପରା । ଦେଖ ମୁଁ ଆଜି ତତେ କହୁଛି - ଆଇ ଲଭ ୟୁ ।

ଶୋଭାର ଆଖିରୁ ଧାରା ଧାରା ଲୁହ ବୋହିଯାଉଥିଲା ଆଉ ସେ ସଂଗେ ସଂଗେ ହସ୍ପିଟାଲ ନେଇଗଲା ରାଜାକୁ । ଦୁଇ ଦିନ ପରେ ରାଜାର ହୋସ ଆସିଲା ସତ ହେଲେ ସେ ତା ସ୍ମୃତି ସ୍ମ୍ରୁତି ଶକ୍ତି ହରେଇବସିଥିଲା । ଶୋଭା ନିଜର ଭଲପାଇବାକୁ ବଂଚେଇବା ପାଇଁ ।ସବୁ ବ୍ରତ ଓପାସ ପୂଜା କଲା । କିଛି ବର୍ଷ ପରେ ରାଜା ସ୍ମ୍ରୁତି ଶକ୍ତି ଫେରିପାଇଲା ।ତା ପରେ ଦୁଇ ଜଣ ବିବାହ କଲେ ।

ଲେଖକ ମନୋଜ କୁମାର ପଣ୍ଡା

ଅଡା,ବାଲେଶ୍ବର

ଖୁସି ଜୀବନ ବାପା

Rate the content


Originality
Flow
Language
Cover design

Comments

Post

Some text some message..