Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ଧୋକା 1
ଧୋକା 1
★★★★★

© Manoj Kumar Panda

Romance

5 Minutes   714    12


Content Ranking

ଏକ ସତ୍ୟ ଘଟଣା ଉପରେ ଆଧାରିତ ଆଉ ହୃଦୟ ଛୁଆଁ । ମୁଁ କଥା ଦେଉଛି ଆପଣଙ୍କ ମୂଲ୍ୟବାନ ସମୟ ର ମୂଲ୍ୟ ଉଠିଯିବ। ସିପୁ ପିଲାଟି ଦିନରୁ ବହୁତ ଦୁଷ୍ଟ ଓ ଯିଦିଆ ପିଲା ଥିଲା ।ସେତେବେଳେ ସେ ଦଶମ ଶ୍ରେଣୀ ରେ ପଢୁଥାଏ ।ସାଙ୍ଗ ମାନଙ୍କ ସହ ମଉଜ ମଜଲିସ କରେ । ସେ ପ୍ରେମ ଫ୍ରେମ କଣ ଜାଣିନଥିଲା। ସିପୁ ଓ ତା ସାଙ୍ଗ ପପୁ ଟିଉସନ ଯାଇଥାନ୍ତି ।ଟିଉସନ ବି ଆରମ୍ଭ ହେଇଯାଇଥାଏ ।ସେହି ସମୟ ରେ ଜଣେ ଯୁବକ ଓ ତାଙ୍କ ସହ ସାନ ଭଉଣୀ ଆସି ପହଁଚିଲେ ।ଯୁବକ ଟି ସାର ଙ୍କୁ ନମସ୍କାର ଜଣାଇ କହିଲେ - ସାର ମୋର ସାନ ଭଉଣୀ ଆପଣଙ୍କ ପାଖରେ ଟିଉସନ କରିବା ପାଇଁ ଆସିଛି।

ସାର- ଠିକ ଅଛି । ପିଲା ଆଜି ଆସିଛି କି । ଭଉଣୀ(ପୂଜା) ସାର ଙ୍କୁ ନମସ୍କାର କରିଲା ।

ସାର- ଠିକ ଅଛି ସେ ଆଜି ଟିଉସନ ହେଉ ।

ଯୁବକ- ସାର ଆଜି ସେ ବହି ପତ୍ର କିଛି ଆଣିନି ।ସେ କାଲି ଠୁ ଆସିବ।

ପର ଦିନ

ସିପୁ ଓ ପପୁ ଟିଉସନ ଗଲେ ଆଉ ସେଠି ପହଂଚି ଦେଖିଲେ ପୂଜା ଆସି ବସିଛି।

ଏମିତି କିଛି ଦିନ ଗଲା ଟିଉସନ ରେ ପରୀକ୍ଷା ଚାଲିଥାଏ ।ସମସ୍ତେ ପରୀକ୍ଷା ଦେଉଥାନ୍ତି ହେଲେ ସିପୁ ଚୁପ ହେଇ ବସି ରହିଥାଏ । ସେହି ସମୟ ରେ ପୂଜା ନିଜ ଖାତା କୁ ଦେଇ ସିପୁ କୁ କହିଲା ଉତ୍ତର ଲେଖିବା ପାଇଁ । ସେଠୁ ସିପୁ ମନ ରେ ପୂଜା ପ୍ରତି ଏକ ଦୁର୍ବଳତା ଜନ୍ମ ନେଲା ଆଉ ତାକୁ ସେ ପସନ୍ଦ କରିବାକୁ ଲାଗିଲା । ସିପୁ ବହୁତ ଇଛା ହେଉଥାଏ ତା ସହ କଥା ହେବା ପାଇଁ ହେଲେ ସାହସ କୁଲୋଉ ନଥାଏ। ପରଦିନ ସିପୁ ଟିଉସନ ଆସି ଦେଖେ ତ ପୂଜା ଆସି ଏକ ବସିଛି ।

ସିପୁ- ଥାଙ୍କ ୟୁ।

ପୂଜା- କଣ ପାଇଁ।

ସିପୁ- ସେଦିନ ତମେ ମତେ ତମ ଖାତା ଦେଇଥିବାରୁ ।

ପୂଜା- ତମେ କୋଉ ସ୍କୁଲ ରେ ପଢ ।

ସିପୁ - ମୁ ____ ସ୍କୁଲ ରେ ପଢେ ।ଆଉ ତମେ?

ପୂଜା- girls High school ।

ସିପୁ- ତମ ଘର କୋଉଠି?

ପୂଜା- ମୋ ଘର କଟକ ରେ ହେଲେ ମୁ ପିଲା ବେଳୁ ମୋ ମାମୁ ଘରେ ପଢୁଛି।

ସିପୁ- ଓଃ ମୁ ଆଗରୁ କେବେ ଦେଖିନି ତ।

ପୂଜା- ହେଲେ ମୁଁ ତୁମକୁ ଦେଖିଛି।

ତା ପରେ ଅନ୍ୟ ଟିଉସନ ପିଲା ଆସିଗଲେ ଆଉ ସେମାନେ କଥା ବାର୍ତା କରିପାରିଲେନି।

ଦୁହେଁ ଦୁହିଁ କୁ ବାସ ଖାଲି ଲୁଚି ଲୁଚି ଦେଖୁଥାନ୍ତି ।

ତା ପର ଦିନ ସିପୁ ସ୍କୁଲ କୁ ଯାଉଥାଏ ଆଉ ରାସ୍ତା ରେ ପୂଜା ସହ ଭେଟ ହେଇଯାଏ।

ପୂଜା ସିପୁ କୁ ଦେଖି ଟିକେ ହସି ଦେଲା ।

ସନ୍ଧ୍ୟା ରେ ଟିଉସନ ଥିଲା

ସିପୁ ଟିଉସନ ରେ ପୂଜା କୁ ଦେଖି ତାକୁ ଟିକେ ଖୁସି ଲାଗିଲା ।ଧୀରେ ଧୀରେ ପୂଜା କୁ ବହୁତ ଭଲପାଇବସିଲା ହେଲେ ମୁହଁ ଖୋଲି କହିପାରୁନଥାଏ କାଳେ ମନା କରିଦେବ । ଏମିତି କିଛି ଦିନ ଗଲା ପରେ। ସିପୁ ସନ୍ଧ୍ୟା ପୂର୍ବରୁ ଟିଉସନ ଆସିଯାଇଥାଏ ତା ପରେ ପୂଜା ଓ ତା ସାଙ୍ଗ ସୋନି ଟିଉସନ ରେ ଆସି ବସିଲେ । ସିପୁ ସୋନି କୁ ହାତ ଠାରି ବାହାରକୁ ଯିବାକୁ କହୁଥାଏ ।

ସୋନି - କଣ ହେଲା ବେ।

ସିପୁ- କେମିତି କହିବି ଜାଣିପାରୁନି।

ସୋନି- କଣ କେମିତି କହିବୁ।

ସିପୁ- ତୁ ଟିକେ ମତେ ସାହାଯ୍ୟ କରିବୁ।

ସୋନି- କହୁନୁ।

ସିପୁ- ମୁ କହୁଥିଲି କି ।

ସୋନି କହୁନୁ ।କହିବୁ ଯଦି ଶୀଘ୍ର କହ ନହେଲେ ମୁ ଯାଉଛି।

ସିପୁ- ମୁ ପୂଜା କୁ।

ସୋନି- କଣ ପୂଜା କୁ ଖୋଲିକି କହୁନୁ କଣ କହୁଛୁ।

ସିପୁ- ମୁ ପୂଜା କୁ ଭଲପାଉଛି ବୋଲି ତୁ ପୂଜା କୁ କହିଦେ ।

ସୋନି- ତୁ କଣ କହୁଛୁ ଜାଣିପାରୁଛୁ ତ।

ସିପୁ- ପ୍ଲିଜ଼ ଟିକେ ସାହାଯ୍ୟ କର ।

ସୋନି - ତୁ ଯାଇ କହୁନୁ।

ସିପୁ- ମତେ ବହୁତ ଡର ଲାଗୁଛି ତୁ ଯାଇ ଟିକେ କହିଦେ ପ୍ଲିଜ଼ ପ୍ଲିଜ଼ ପ୍ଲିଜ଼। ସୋନି ଯାଇ ପୂଜା କୁ କହିଲା କି ତତେ ସିପୁ ଡାକୁଛି।

ପୂଜା- ମତେ କଣ ପାଇଁ ।

ସୋନି- ମୁଁ ଜାଣିନି ।ତୁ ନିଜେ ଯାଇ ପଚାର।

ପୂଜା- ହୋଉ ତୁ ବି ଆସେ ।

ଦୁଇ ଜଣ ସିପୁ ପାଖକୁ ଗଲେ ।

ସୋନି- ସିପୁ ତୁ ପୂଜା କୁ କଣ କହିବାକୁ ଚାହୁଁଥିଲୁ ପା ।ଏବେ କହୁନୁ ।

ସିପୁ ପୁରା ଡ଼ରିଗଲାଣି (ମୁ ତାକୁ କହିଲି ମୋ ପାଇଁ କହିବା ପାଇଁ ସେ ଓଲଟା ମତେ ଫସେଇ ଦେଲା)- ନା ସେମିତି କିଛି ନୁହଁ।

ପୂଜା- ଆଉ ତାହେଲେ କହୁନ କଣ ହେଲା।

ସିପୁ- ପୂଜା ମୁଁ ତୁମକୁ

ପୂଜା- ହଁ ତମେ ମତେ

ସିପୁ- ମୁଁ ତୁମକୁ

ପୂଜା- ହଁ କୁହ ।

ସିପୁ- ମୁଁ ତୁମକୁ କେମିତି କହିବି ଜାଣିପାରୁନି।

ପୂଜା- ଆରେ ଶୀଘ୍ର କୁହ ।ଡ଼ରୁଛ କାହିଁକି।ସିପୁ- ମୁଁ ତୁମକୁ ବହୁତ ଭଲପାଏ।

ପୂଜା- ତମେ ପାଗଳ ନା କଣ।

ସିପୁ- ପ୍ଲିଜ଼ ପୂଜା ତମେ ସେମିତି କୁହନି ।ମୁଁ ମୋ ନିଜ ଠୁ ବି ଅଧିକ ତୁମକୁ ଭଲପାଏ।

ପୂଜା କଣ କହିବ ଜାଣି ପାରୁ ନଥାଏ।

ସିପୁ- କଣ ହେଲା କିଛି କହିଲନି।

ପୂଜା- କଣ କହିବି କିଛି ଜାଣିପାରୁନି।

ସିପୁ- ପ୍ଲିଜ଼ ମନା କରନି ପ୍ଲିଜ଼ ପ୍ଲିଜ଼ ପ୍ଲିଜ଼ ।

ପୂଜା - ତମେ ବୁଝିବାକୁ ଚେଷ୍ଟା କର।

ସିପୁ- ମୁଁ କିଛି ବୁଝିବିନି ତମେ ମତେ ଭଲ ପାଅ କି ନାହିଁ ପ୍ଲିଜ଼ କୁହ।

ପୂଜା- ମୁଁ ଦେଖୁଛି ତମେ ଛୋଟ ପିଲା ପରି ଜ଼ିଦ୍ଦି କରୁଛ ।

ସିପୁ- ମୁ କଣ ବଡ ପିଲା କି।

ପୂଜା- ନା ତମେ ଛୋଟ ପିଲା।

ସିପୁ- ପ୍ଲିଜ଼ କୁହନା ମତେ ଭଲପାଅ ବୋଲି।

ପୂଜା- ମତେ କିଛି ଦିନସମୟ ଦରକାର। ହେଇ ଚାଲ ସାର ଆସିଲେଣି । ଏମିତି କିଛି ଦିନ ଚାଲିଲା। ସିପୁ ର ଜନ୍ମ ଦିନ ହେଇଥାଏ, ତା ସାଙ୍ଗ ମାନେ ସବୁ wish କରିସାରିଥାନ୍ତି ହେଲେ ପୂଜା କରି ନଥାଏ । ସନ୍ଦ୍ୟା ରେ ଟିଉସନ ଯାଇଥାଏ । ପୂଜା ର wish ନପାଇ ସିପୁ ର ମନ ଦୁଃଖ ଥାଏ । ହଟାତ, ପୂଜା ସିପୁ ର ହାତ କୁ ଟାଣି ନେଇ ଆସିଲା

ସିପୁ- ଆରେ ତମର କଣ ହେଇଛି ତମେ ମତେ କୁଆଡେ ନେଉଛ ।

ପୂଜା ଖାଲି ହସୁଥାଏ ।

ସିପୁ - କଣ ହେଇଛି ତମେ ଏତେ ହସୁଛ ଜେ।

ପୂଜା ତା ପାଇଁ ଜନ୍ମ ଦିନ ର କେକ୍ ପାଖକୁ ନେଇଆସିଲା।

ସିପୁ ଏ ସବୁ ଦେଖିୁତ ଖୁସି ହେଇଗଲା ।

ପୂଜା ସିପୁ ର ଛାତି ରେ ମଥା ଦେଇ କଇଁ କଇଁ ହେଇ କାଯିବାକୁ ଲାଗିଲା ।

ସିପୁ - ଏଇ ପାଗିଳି ।କଣ ହେଇଛି ।କାନ୍ଦୁଛୁ କାହିଁକି ?

ପୂଜା- ମୋ ହାତ ଛାଡି କେବେ ଚଳିଯିବନି ତ।

ସିପୁ- ତମେ ଏମିତି କଣ ପାଇଁ କହୁଛ।

ପୂଜା - ମୁଁ ତୁମକୁ ବହୁତ ଭଲପାଏ ।ତୁମକୁ ନପାଇଲେ ମୁଁ ମରିଯିବି।

ସିପୁ- ଚୁପ ସେମିତି କଣ କହୁଛୁ ।ମୋ ପାଗିଳି ଟା ପରା ସେମିତି ମରିବା କଥା କେବେ କହିବୁନି ।ତୁମୋ ହୃଦୟ ରେ ଅଛୁ ।କିଏ କଣ ବିନା ହୃଦୟ ରେ ବଂଚିପାରିବ ।

ପୂଜା- ତୁମେ ସତ କହୁଛ ।

ସିପୁ- ନା ମୁଁ ମାଜ଼ାକ କରୁଛି ।

ପୂଜା- ତୁମକୁ ମାରିଦେବି ।

ସିପୁ- ମାରିଦେଉନୁ ।ଏ ମନ ଏ ଦେହ ଉପରେ କେବଳ ତୋରି ଅଧିକାର ଅଛି।

ପୂଜା - love you ଧନ

ସିପୁ- love you ପାଗିଳି।ହୋଉ ଏଥର କାନ୍ଦିବା ବନ୍ଦ କର।

ତା ପରେ ଟିଉସନ ଆରମ୍ଭ ରୁ ଶେଷ ଯାଏ ଦୁହେଁ ଦୁହିଁଙ୍କୁ ଦେଖୀ ହସୁଥାନ୍ତି । ଟିଉସନ ଛୁଟି ହେଲା । ସବୁ ପିଲା ଯାଇସାରିବା ପରେ, ସିପୁ ପୂଜା ର ହାତ ଧରି କାନ୍ଥ ର ପଛ ପଟକୁ ନେଇଗଲା ।

ସିପୁ- ଏ ପାଗିଳି ।ମୋ ଜନ୍ମଦିନ gift କାଇଁ?

ପୂଜା- ତମର କଣ ଦରକାର କହୁନ।

ସିପୁ- gf ପାଖରୁ bf କଣ ମାଗେ ଜାଣିନ କି ।

ପୂଜା- ନା ଜାଣିନି

ସିପୁ- ସତରେ ଜାଣିନ।

ପୂଜା( ଲାଜେଇ )- କଣ ମାଗେ କି?

ସିପୁ- ମୋର ଯାହା ଦରକାର ମୁ ନେଇଯିବି ।

ପୂଜା- ହୋଉ ନେଇଯାଅ।

ସିପୁ ପୂଜା ର କମର କୁ ଧରି ପାଖକୁ ଆଣିଲା ଆଉ ଧୀରେ ଧୀରେ ଓଠ ରେ ଓଠ ମିସେଇବାକୁ ଯାଇଥିଲା ବେଳେ ପୂଜା ଆଖି ବୁଜି ନିଶ୍ୱାସ ଜୋର ସେ ନେଉଥିଲା ହଟାତ ପୂଜା ସିପୁ ର ମୁହଁ ରେ ହାତ ଦେଇ କହିଲା- କିଏ ଦେଖିଦେବ ।ମତେ ଲାଜ ଲାଗୁଛି। ଏବେ ଏମିତି କରିବା ଠିକ ନୁହେ।

ସିପୁ- ଠିକ ନୁହଁ ମାନେ ।ମୁଁ ତୁମକୁ ଭଲପାଏ।

ପୂଜା- ହଁ ଜେ ହେଲେ ବାହାଘର ପୂର୍ବରୁ ଠିକ ନୁହେ।

ସିପୁ- ତା ମାନେ ତୁମେ କହୁଛ ତୁମ ଉପରେ ଏବେ ମୋର କିଛି ଅଧିକାର ନାହିଁ ।

ସିପୁ ରାଗିକି ଚାଲିଯାଉଥାଏ । ପଛ ରୁ ପୂଜା ସିପୁ ର ହାତ ଧରି କହିଲା

ପୂଜା- ଶୁଣ ଟିକେ ।ପ୍ଲିଜ଼ ରାଗନି ।ମୋ ଧନ ଟା ପରା।ମୋ ଉପରେ ତୁମର ସବୁ ଅଧିକାର ଅଛି।ଯାହା କରିବ ସବୁ ବିବାହ ପରେ ସିପୁ - ତମ ମୁଣ୍ଡ ଖରାପ ହେଇଛି ନା କଣ ।ମୁଁ ତୁମକୁ ବାହା ହେବି ?

Continue।।।part-2

ମନୋଜ କୁମାର ପଣ୍ଡା

ଅଡା,ବାଲେଶ୍ବର

ଧୋକା ଟିଉସନ ଦୁଃଖ

Rate the content


Originality
Flow
Language
Cover design

Comments

Post

Some text some message..