STORYMIRROR

Suhasini Pattanayak

Others

4  

Suhasini Pattanayak

Others

ସାନ୍ତାଳୀ ପରିସ୍ ଜାତିର କଥା

ସାନ୍ତାଳୀ ପରିସ୍ ଜାତିର କଥା

1 min
339

ସାନ୍ତାଳୀ ପରିସ୍(ଜାତି) ର କିଛି ନୂଆ ଆଉ ଅଦ୍ୱିତୀୟ କଥା ଲେଖିବାକୁ ଯାଉଚି ଯାହାକି ମୁଁ ବାଲେଶ୍ଵର ରେ ରହୁଥିବା ସାନ୍ତାଳି ଜନ ଜାତି ର ବନ୍ଧୁ ଙ୍କ ପାଖରୁ ଜାଣିବାକୁ ପାଇଛି।

ପ୍ରଥମତଃ ତାଙ୍କ ସହିତ କଥା ହେବାରେ କିଛି ନୂଆ ମଜା ଥାଏ ଆମ ମାନଙ୍କ ଠାରୁ ଟିକେ ଭିନ୍ନ କଥା କହିବାର ଶୈଳୀ ସେମାନଙ୍କର ନିଶ୍ଚୟ, ତେଣୁ ବୋହୁତ୍ ଖୁସି ଲଗିଲା ଏସବୁ ବିଷୟରେ ଆଲୋଚନା କରିବା ବେଳେ, କିଛି କଥା ଏଇଠି ବାଣ୍ଟୁଛି। ପ୍ରତ୍ୟେକ ବର୍ଷ ର ଶେଷରେ ଯେବେ ଗଛ ଫଳ ଫୁଲ ଧରେ, ତାଙ୍କ ନିକଟତର ଜଙ୍ଗଲରୁ ଯେମିତି କି ଲାଖ, ମହୁଲ, ସାଳ, ଓ ନୂଆ ନୂଆ ଫୁଲ ଫଳ ଓ ଧନ ମଧ୍ଯ ର ବାର୍ଷିକ ପୁରିଗଲେ, ସେମାନେ ଗୋଟେ ବାର୍ଷିକ ଉତ୍ସବ ପାଳନ କରନ୍ତି।

ପ୍ରତ୍ୟେକ ବର୍ଷ ତ ପାଳନ ହୁଏ କିନ୍ତୁ, ପ୍ରତି ପାଞ୍ଚ ବର୍ଷ ରେ ଥରେ ପୁରା ଧୁମ୍ ଧାମ୍ ରେ ସେମାନେ ପାଳି ଥାନ୍ତି, ନୂଆ ଲୁଗା ହୁଏ, ଆଉ ଘରକୁ ବନ୍ଧୁ ବାସୀ ଆସନ୍ତି, ଆଉ ସେମାନେ ସାନ୍ତାଳି ନାଚ କରନ୍ତି ବୋହୁତ୍ ବଡ ପର୍ବ ଭାବରେ ପାଳନ କରନ୍ତି। ଆଉ ସବୁ ଠାରୁ ମୁଖ୍ୟ କଥା ହେଲା ସେମାନେ ତାଙ୍କ ଦେବୀ ଆଉ ଦେବତା ଙ୍କୁ ପୂଜା କରନ୍ତି, ସେମାନଙ୍କ ପାଇଁ ତାଙ୍କ ଦେବତା ଙ୍କର ନାମ "ମାରାମଗୁରୁ" ଓ ତାଙ୍କ ଦେବୀ ହେଲେ "ଜାହାର ଆୟ" ଦେବୀ। ଆଉ ସେହି ଦିନ ର ମୁଖ୍ୟ ଭାବରେ ରହୁଥିବା ଜାତି ତାଙ୍କ ମଧ୍ୟରେ ବି ଥାନ୍ତି ସେମାନେ ହେଲେ, ମାଝୀ, ଗଡେତ୍, ପାରାଇନ୍, ଆଉ ସେମାନଙ୍କର ପୋଷାକ ର ନୂତନ ନାମ ବି ଥାଏ। ପୁରୁଷ ମାନେ ପିନ୍ଧିଥାନ୍ତି, "କାଛା ଧୋତି", ଆଉ ନାରୀ ମାନେ "ପେଣେ ଶାଢ଼ି", ଏମିତି ଭବରେ ସେମାନଙ୍କର ଏହି ପର୍ବ ଟି ପାଳନ ହେଇଥାଏ।

ସେମାଙ୍କର ପାଇଁ ମକରସଂକ୍ରାନ୍ତି ଗୋଟିଏ ସପ୍ତାହ ପାଳନ କରାଯାଏ ଆଉ ତାହାକୁ "ସାକ୍ରା" ବୋଲି କୁହଯାଏ। ଆଉ କାଳୀ ପୂଜା କୁ, "ସହରାୟ" ବୋଲି କୁହଯାଏ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍