Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ସେହି ଅଭୁଲା ମୁହୂର୍ତ୍ତ
ସେହି ଅଭୁଲା ମୁହୂର୍ତ୍ତ
★★★★★

© Manoj Kumar Panda

Inspirational Others

22 Minutes   360    20


Content Ranking

କେହି ଜଣେ କ‌ହିଛନ୍ତି, Good Friends are hard to find, Harder to leave and Impossible to forget.”

ସେହିଭଳି କୌଣସି ଗୋଟିଏ ଜାଗାରେ କିଛି ଦିନ ରହିବା ପରେ ଏମିତି ଏକ ଭାବପ୍ରବଣତା ଯୋଡ଼ି ହୋଇଯାଏ ଯେ, ସେହି ସ୍ଥାନ‌କୁ ଛାଡ଼ି ଯିବାକୁ ଇଚ୍ଛା ହିଁ ହୁଏନି । ଏମିତି ସାଙ୍ଗମାନେ ଯେଉଁମାନଙ୍କ ସ‌ହ ବ‌ହୁତ ଝଗଡ଼ା କରୁଥିଲୁ, ପ୍ରତି କଥାରେ ମତାନ୍ତର ହେଉଥିଲା, ସେ ବି ଦିନେ ନିଜର ସବୁଠୁ ଭଲ ସାଙ୍ଗଟିଏ ହୋଇଯାଏ । ହେଲେ ଆମେ ଯାହାକୁ ଯେତେ ଭଲ ପାଇବା, ସେତେ ଶୀଘ୍ର ସେ ଆମଠାରୁ ଦୂରେଇ ଯିବ ।

ଆଜିକୁ ୪ ବର୍ଷ ତଳେ, ଅଗଷ୍ଟ ୧୯ ମଧ୍ୟରାତ୍ରରୁ ଭଦ୍ରକରୁ ଭବାନୀପାଟଣା ଅଭିମୁଖେ ମୁଁ ବାହାରିଥିଲି । ୨୦ ତାରିଖ ଅପରାହ୍ନ ୩ଟା ପାଖାପାଖି ଭବାନୀପାଟଣାରେ ପ‌ହ‌ଞ୍ଚି, ଜଣେ ବନ୍ଧୁ ସ‌ହାୟତାରେ ରହିବା ପାଇଁ ଘରଟିଏ ଠିକ କଲି । ସନ୍ଧ୍ୟାରେ ଭବାନୀପାଟଣା ସ‌ହରକୁ ଟିକେ ବୁଲିଦେଖିଲି ଆଉ କିଛି ଜିନିଷ କିଣିଲି । ପରଦିନ ସକାଳୁ ଉଠି ଇଞ୍ଜିନିୟରିଂର ପ୍ରଥମଦିନର କ୍ଲାସ ପାଇଁ ବାହାରିଲି । ସକାଳ ୭ଟା ୩୦ରେ ବସ୍, ସେଥିପାଇଁ ମୁଁ ବାହାରିଗଲି ପାଖରେ ଥିବା ବାଲାଜୀମନ୍ଦିର ପାଖ ଷ୍ଟାଣ୍ଡକୁ । ଆମର ରୁମରେ ଅନ୍ୟପିଲାମାନେ ରହୁଥିଲେ ମଧ୍ୟ ମୁଁ ଜଣେ ଭାଇଙ୍କୁ ଛାଡ଼ି କାହାକୁ ଚିହ୍ନି ନଥିଲି, ସେଥିପାଇଁ ଏକା ଏକା ବାହାରିଗଲି । ନୂଆ ଜାଗା, ନୂଆ ଲୋକ, ଏଠାକାର ଭାଷା ମଧ୍ୟ ଆମ ଭାଷାଠାରୁ ବ‌ହୁତ ଅଲଗା । କଲେଜ ବସକୁ ଜାଣିପାରିଲିନି ଓ ଯାଇପାରିଲିନି, ଶେଷରେ ବାପାଙ୍କୁ ଫୋନ କରିକି ଡାକିଲି, ସେ ଭାଇକୁ ଧରି ଆସି ପ‌ହ‌ଞ୍ଚିଲେ ଓ ମୋତେ କଲେଜକୁ ନେଇକି ଗଲେ, ସେଠାରେ କଲେଜ ବସ ଦେଖିକି ଭଲରେ ଚିହ୍ନିଲି । ଟିକେ ଡର ବି ଲାଗୁଥାଏ । କଲେଜରେ ପ‌ହ‌ଞ୍ଚିଲା ପରେ ପ୍ରଥମ ବର୍ଷ କମ୍ପୁଟର ବିଜ୍ଞାନର କ୍ଲା ୧୭ ନଂ ରୁମରେ ହେଉଛି ବୋଲି ଜଣେ ଦାଦା କ‌ହିଲେ । ହଁ ଆଉ ଗୋଟେ କ‌ଥା କ‌ହିବାକୁ ଭୂଲିଗଲି, ଆମର କଲେଜରେ କ୍ଲାସ ଅଗଷ୍ଟ ୧୬ରୁ ଆରମ୍ଭ ହୋଇଥିଲା, ମୁଁ ୨୧ରେ ପ୍ରଥମ କ୍ଲାସ କରିବାକୁ ଯାଇଥିଲି । ମୁଁ ପ‌ହ‌ଞ୍ଚିବା ଆଗରୁ ସବୁ ପିଲାମାନେ ପ୍ରାୟ ପ‌ହ‌ଞ୍ଚିସାରିଥିଲେ । ଏମିତିକୁ ସେଠାରେ ସବୁ ଥିବା ବେଞ୍ଚରେ ଦୁଇଜଣ ଲେଖାଏଁ ବସିସାରିଥିଲେ, ମୋ ପାଇଁ ଆଉ ଜାଗା ନାହିଁ, ସେଥିପାଇଁ ଦୁଇଟି ପତଳା ପିଲା ବସିଥିବା ଏକ ବେଞ୍ଚ ଦେଖି ମୁଁ ବସିଲି । ମୋ ସ‌ହ ମିଶିଥିବା ପ୍ରଥମ ସାଙ୍ଗ ହେଲେ ସେମାନେ, ଦେବାଶିଷ ତ୍ରିପାଠୀ ଓ ଭରତ ପାତ୍ର । ୮ଟା ୧୦ରେ ଜଣେ ସାର ଆସିଲେ ତାଙ୍କ ନାଁ ମୁଁ ଜାଣେନା, ସେ ଆସିକି ତାଙ୍କର ୩ୟ କ୍ଲାସ ନେଲେ, ସେଥିପାଇଁ ମୋତେ କିଛି ବି ବୁଝାପଡ଼ିଲାନି । ସେ କ୍ଲାସ ସରିବା ପରେ ଆଉ ଜଣେ ସାର ଆସିଲେ, ସେ କିଛି ପଢ଼େଇଲେନି, ଖାଲି ଆମର ପରିଚୟ ଜାଣିଲେ ଓ ଉପସ୍ଥାନ ନେଇ ପଳାଇଲେ । ପରେ ପରେ ଆଉ ଜଣେ ସାର ଆସିଲେ “Programming in C” ପଢ଼େଇବାକୁ । ତାଙ୍କର କ୍ଲାସ ୧୧ଟାରେ ସରିବା ପରେ ହଠାତ କିଛି ପିଲା ଆମ କ୍ଲାସରୁମ ଭିତରକୁ ପଶିଆସିଲେ, ତାଙ୍କୁ ଦେଖି ସବୁ ପିଲା ଠିଆ ହେଲେ ତେଣୁ ମୁଁ ବି ଠିଆ ହୋଇଗଲି । ସେମାନେ ଦେଖିଲେ ଯେଉଁମାନେ ସାଧାରଣ ପୋଷାକ ପିନ୍ଧିନାହାନ୍ତି, ସେମାନଙ୍କୁ ଆଗକୁ ନେଇ ନିଜର ସମ୍ପୂର୍ଣ ପରିଚୟ ଓଡ଼ିଆରେ ଦେବାକୁ କ‌ହୁଥିଲେ । ଯେହେତୁ ମୁଁ ସାଧାରଣ ପୋଷକ ପିନ୍ଧିଥିଲି, ମୋତେ କେହି କିଛି କ‌ହିଲେନି କି ପଚାରିଲନି । ପରେ ଜାଣିଲି ସେମାନେ ଆମ ଉପରକ୍ଲାସର ପିଲାମାନେ । ସେମାନଙ୍କର ସାର ଆସିବାରୁ ସେମାନେ ଆମକୁ ବାହାରକୁ ଯିବାକୁ କ‌ହିଲେ ଓ ଆମେ ବାହାରକୁ ଆସିବା ପରେ ଆମର “C Programming”ର ପ୍ରକ୍ଟିକାଲ ଅଛି ବୋଲି ଜାଣିଲି । ତା ପରେ ଆମେ କମ୍ପୁଟର ଲ୍ୟାବ-୧ରେ ସମସ୍ତେ ବସିଲୁ, ଯେଉଁ ସାର କ୍ଲାସ ନେଇଥିଲେ, ସେ ପୁଣି ଆସିଲେ, ସେ ହେଉଛନ୍ତି ଆମର ଗୋପଳ ସାର । ପ୍ରଥମଦିନ ଲ୍ୟାବରେ “C Programming” ଲେଖିବା ବିଷୟରେ କ‌ହିଲେ ଓ ଗୋଟିଏ ପ୍ରୋଗ୍ରାମ ଲେଖିବାକୁ ଦେଲେ । ସରିବା ପରେ ଆମେ ୧ଟାରେ ବାହାରକୁ ଆସିଲୁ ଓ ମୁଁ ଦେଖିଲି ବାପା ଆସିଥିଲେ, ସେଥିପାଇଁ ମୁଁ ଗାଡ଼ିରେ ପଳାଇଆସିଲି । ଆସିବା ପରେ ଆମ ରୁମରେ ର‌ହୁଥିବା ଦୁଇଟି ପିଲାଙ୍କ ବିଷୟରେ ଜାଣିବାକୁ ପାଇଲି, ସେମାନେ ବି ୧ମ ବର୍ଷର ଆଉ ଜଣେ ବି ଆମ ବ୍ରାଞ୍ଚର(ନିକାଶ) । ତା’ ପରେ ବାପାମାଆ ପଳାଇଲେ ଓ ମୁଁ ଏକା ରହିଗଲି ଭବାନୀପାଟଣାରେ । ପରେ ରୁମର ଅନ୍ୟପିଲାଙ୍କ ସ‌ହ ମିଶିଲି । ସେମାନଙ୍କ ସ‌ହ ବାହାରକୁ ଯାଏ, ଖାଇବାକୁ ସାଙ୍ଗରେ “ପ୍ରଧାନ ହୋଟେଲ”କୁ ଯାଏ । ଧିରେ ଧିରେ ସେହି ଜାଗା ସ‌ହ ମିଶିଲୁ । ପର ସପ୍ତାହରେ ମାନେ ଅଗଷ୍ଟ ୨୭ରେ ଆମ କଲେଜରେ “AICTE”ର ଅନୁମୋଦନ ପାଇଁ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଆନ୍ଦୋଳନ ଆରମ୍ଭ ହେଇଗଲା । ସେହିଦିନରୁ ଆମର କ୍ଲାସ ବନ୍ଦ, ଖାଲି ବାହାରେ ବୁଲିବା କ‌ଥା ଆଉ ସିନିୟରମାନେ ଦେଖିଲେ ରେଗିଙ୍ଗ କରୁଥିଲେ, କିନ୍ତୁ ମୋତେ କେହି କିଛି ବି ପଚାରିନଥିଲି କି କ‌ହିନଥିଲେ । ସେହିଦିନ ରାତିରେ ଆମର ରୁମ ପିଲା, ନବିନ, ନିକାଶ ଓ ସୁରେନ୍ଦ୍ର ଘରକୁ ପଳାଇଲେ । ପରଦିନଠାରୁ ମୁଁ ଏକା କଲେଜ ଗଲି । ଆମର ଏହି ଆନ୍ଦୋଳନ ସୋମ‌ବାରରୁ ଶୁକ୍ରବାର ଯାଏ ଚାଲିଲା । ଶୁକ୍ରବାରଦିନ ଅଧକ୍ଷ ମହୋଦୟ ଆସିଲେ ଓ କ‌ହିଲେ କି ଆମ କଲେଜକୁ “AICTE”ର ଅନୁମୋଦନ ମିଳିଗଲା । ତା’ ପରେ ଅନ୍ଦୋଳନ ବନ୍ଦ କରାଗଲା । ପରଦିନ ଆମର ସିନିୟରମାନେ କେହି କଲେଜ ଆସିଲେନି, ମାତ୍ର ଆମେ ୧ମ ବର୍ଷର ପିଲାମାନେ ଯାଇଥିଲୁ ।

ଏମିତି ଧିରେ ଧିରେ ସମୟ ଗଡ଼ିଚାଲିଲା, ଗଣେଶପୂଜା ଓ ନୂଆଖାଇ ସମୟରେ ୪ଦିନ ଛୁଟିଥିବାରୁ ଘରକୁ ଯିବାକୁ ବାହାରିଲୁ । ଆମ ରୁମରେ ଅରବିନ୍ଦ ଭାଇ ବୋଲି ଜଣେ ଥିଲେ, ତାଙ୍କର ବସ କଣ୍ଡକ୍ଟର ଚିହ୍ନା ଥିବାରୁ ସେ ଫୋନ କରିକି ଟିକେଟ କରିଦେଇଥିଲେ । ସେହିଦିନ ମୁଁ ସେହି କଣ୍ଡକ୍ଟରଙ୍କୁ ଚିହ୍ନିଲି, ତାଙ୍କ ନାଁ ସର୍ବେଶ୍ୱର(ସର୍ବେଦା) । ପରେ ପରେ ଯେତେଥର ଭବାନୀପାଟଣା-ଭୂବନେଶ୍ୱର ଯିବା ଆସିବା କରିଛି, ତାଙ୍କ ସ‌ହ ହିଁ ଯୋଗାଯୋଗ କରେ । ସେଦିନ ଘରକୁ ଗଲି, ଏତେ ରାସ୍ତା ପୁଣି ରାତିରେ ଏକା ଏକା ପ୍ରଥମ ଥର ପାଇଁ ଯାଉଥିଲି । ଗଲାବେଳେ ବାଟରେ ମଙ୍ଗୁଳି ଛକରେ ଓହ୍ଲାଇପଡ଼ିଲି ଓ ସେଠାରୁ ଭଦ୍ରକ ବସ ଧରକି ଗଲି, ବାରିକପୁରରୁ ବାପାଙ୍କ ସଙ୍ଗେ ଗଲି । ପ୍ରଥମ ଥର ଘରକୁ ଯିବା ପରେ ଆଉ କିଛି ଅସୁବିଧା ହେଲାନି, ସବୁବେଳେ ନିଜେ ନିଜେ ଯିବା ଆସିବା କଲି । ତା ପରେ ପରେ ଆମେ ଭବାନୀପାଟଣାରେ ଅନେକ ମଜା କରିଛୁ, ଏକାଠି ବୁଲିଛୁ, ଅନେକ କିଛି । ଡିସେମ୍ବରରେ ଆମର କଲେଜର “TECHFEST” ହେଲେ, କିନ୍ତୁ ମୁଁ ଯାଇପାରିଲିନି । “TECHFEST” ସରିବା ପରେ ନିକାଶ ରୁମ ବଦଳେଇ ଦେଇ ସମ୍ବିତ ଭାଇ ଓ ସୌରଭ ସ‌ହିତ ରହିଲା ।

ସମୟକ୍ରମେ ଅନେକ ସାଙ୍ଗମାନଙ୍କ ସ‌ହ ମୋର ଚିହ୍ନାହେଲା । ତ‌ଥାପି କିଛି ଜଣଙ୍କୁ ଜାଣିନଥିଲି । ସେମାନଙ୍କ ଭିତରେ ଜଣେ ଥିଲା, ସନତ । ସେ ଆମ ରୁମ ପାଖରେ ଅନ୍ୟ ଏକ ରୁମରେ ଜାନୁଆରୀ ମାସରୁ ଆସିକି ରହିଲା । ମୋତେ ଯେଉଁ ପିଲାମାନେ ଜାଣିନଥିଲେ, ସେମାନଙ୍କୁ ସେ ମୋ କଥା କ‌ହି କ‌ହି ଚିହ୍ନେଇଦେଲା । ଏମିତି ଚାଲୁଚାଲୁ ସମୟ ଆସିଗଲା ପ୍ରଥମ ସେମିଷ୍ଟରର । ପ୍ରଥମ ସେମିଷ୍ଟର ଫେବୃଆରୀ ୧୧ରୁ ୨୨ ଯାଏ ଚାଲିଲା । ସେତେବେଳକୁ ଆମର ସବୁ “VIVA” ସରିଯାଇଥାଏ, ସେଥିପାଇଁ ପରୀକ୍ଷା ସରିବା ପରେ ସବୁ ଘରକୁ ପଳାଇଲେ, ହେଲେ ମୁଁ ଗଲିନି, ଏକ ରୁମରେ ରହିଲି । ସବୁବେଳେ ଫିଲ୍ମ ଦେଖିଲି । ତା’ ପରେ ପିଲାମାନେ ଆସିବା ପରେ ପୁଣିଥରେ ମାର୍ଚ୍ଚ ୭ରୁ କ୍ଲାସ ଆରମ୍ଭ ହେଲା । ମୋର ରୁମ ପିଲା ଆସିନଥିବାରୁ ମୁଁ କଲେଜ ଗଲିନି, ୧୧ ତାରିଖରେ ଗଲି । ପ୍ରଥମ ଦିନରେ ହିଁ ଇତିଶ୍ରୀ ମ୍ୟାମ ମୋତେ ପ୍ରଶ୍ନ କଲେ ଓ ଗାଳି କଲେ, ପରଦିନ ମଧ୍ୟ ପୁଣି ଖୋଜିକି ପଚାରିଲେ ଓ ଗାଳି କଲେ । ଏମିତିରେ ଆଗକୁ ଚାଲିଲା । ତା’ ଭିତରେ କଲେଜରେ ଖେଳ ହେଲା । ସବୁଦିନ ଆମେ ୮ଟାରୁ ଯାଉ, କ୍ଲାସ ୧୧ଟାରେ ହୁଏ । ଥରେ ସୁଶାନ୍ତ ସାର(Math) ଆମ ସମସ୍ତଙ୍କୁ ବେଞ୍ଚ ଉପରେ ଛିଡ଼ା କରେଇଦେଲେ, କାରଣ ଆମେମାନେ ତାଙ୍କର ପୂର୍ବ କ୍ଲାସରେ କେହି ଆସିନଥିଲୁ, “Business Communication” ଲ୍ୟାବରେ ରହିଯାଇଥିଲୁ । ୟା ପରଠାରୁ ମୁଁ ଆଉ କଲେଜରେ ୨ୟ ସେମିଷ୍ଟାର ପାଇଁ କ୍ଲାସ କଲିନି ।

Math- ୪ଟା କ୍ଲାସ କରିଛି ।

BE- ୪ଟା କ୍ଲାସ କରିଛି ।

Physics- ଗୋଟାଏ କ୍ଲାସ କରିଛି ।

TD- ୨ଟା କ୍ଲାସ କରିଛି ।

Data Structure- ଗୋଟିଏ ବି କ୍ଲାସ କରିନି ।

Comm. English- ୮ଟା ଲ୍ୟାବ କରଛି ।

ପରେ ପରେ ଗରମ ବେଶି ହେବାରୁ ପ୍ରଥମ ଇଣ୍ଟରନାଲ ପରେ ମୁଁ ଅପ୍ରେଲ ୧୩ରେ ଘରକୁ ପଳାଇଲି । ସେହି ସମୟରେ ଅପ୍ରେଲ ୧୯ରେ ଆମର ସିନୟରମାନେ ଆମକୁ ସ୍ୱାଗତସଭାର ଆୟୋଜନ କଲେ, ମୁଁ ଘରେ ଥିବାକୁ ଆସିପାରିଲିନି । ଘରୁ ଆସିଲା ଦିନ ହିଁ ଆମ କଲେଜରେ ବାର୍ଷିକ ଉତ୍ସବ ଥିଲା, ହେଲେ ମୁଁ ଯାଇପାରିଲିନି । ପରଦିନ ମଧ୍ୟ ଯିବାକୁ ବାହାରିଥିଲି, ହେଲେ କଲେଜରେ ଝଗଡ଼ା ହୋଇକି ସବୁକିଛି ବନ୍ଦ ହୋଇଗଲା । ଏଇଥର ମଇ ୨୫ରୁ ଆମର ସେମିଷ୍ଟାର ପରୀକ୍ଷା ଆରମ୍ଭ ହୋଇଗଲା । ଆମେ ମାତ୍ର ୧୫ଦିନ ହିଁ ପଢ଼ିଛୁ, ସେଥିରେ ବି କ୍ଲାସ ଯାଇନୁ । ଯହା ହେଉ ସନତ ଆସିକି ମୋତେ କିଛି କିଛି ପଢ଼େଇଲା ଓ “Data Structure” ମୋତେ ସବୁ ପଢ଼େଇଲା । ତା ପରେ ପରୀକ୍ଷା ସରିବା ପରେ VIVA ଦେଇକି ଆମେ ଜୁନ ୧୦ରେ ଘରକୁ ଗଲୁ । ଜୁନ ୯ରୁ କଲେଜରେ ଛୁଟି ହୋଇଗଲା, ହେଲେ ଜୁନ ୧୦ରେ ଆମର Data Structureର Viva ଥିଲା । ବସ୍ ତ ଆଉ ଗଲାନି, ଆମେ ସମସ୍ତେ ବ‌ହୁତ କଷ୍ଟରେ ଅଟୋରେ ଗଲୁ ଆଉ ଆସିଲାବେଳେ ଅନେକ ପିଲା ଟ୍ରାକ୍ଟର ଉପରେ ମଧ୍ୟ ବସିକି ଆସିଲ, କିଛି ଜଣ ତ ଟ୍ରକ ଉପରେ ଆସିଲେ । ଏହି ସମୟରେ ମାନେ ମଇ ୬ରେ ପାଖରେ ଜଣଙ୍କର ଝିଅ ବାହାଘର ହେଲା ଆଉ ଆମକୁ ଭବାନୀପାଟଣାର ପ୍ରଥମ ନିମନ୍ତ୍ରଣ ମିଳିଥିଲା ।

ପୁଣି ଜୁଲାଇ ୧ରୁ ଆମର ୩ୟ ସେମିଷ୍ଟରର ରେଜିଷ୍ଟେସନ ଆରମ୍ଭ ହେଲା ଓ ଅଳ୍ପଦିନ ମଧ୍ୟରେ ଆମର କ୍ଲାସ ମଧ୍ୟ ଆରମ୍ଭ ହେଲ । ଆରମ୍ଭରୁ ସବୁ କ୍ଲାସ କରୁଥିଲି । ଅଗଷ୍ଟ ୯ରେ ଆମର ବର୍ଷ ପୂରାଣୀରେ ଆମେ ଏକ ଉତ୍ସବର ଆୟୋଜନ କରିଥିଲୁ । ଠିକ ତା’ ପୂର୍ବଦିନ ରାତିରେ ଆମର ପ୍ରଥମ ସେମିଷ୍ଟରର ରେଜଲ୍ଟ ବାହାରିଲା, ମୋର ୨ଟା ବିଷୟରେ(Mechanics & BEE)ରେ ଫେଲ । ଅନେକ ପିଲାଙ୍କର Mechanicsରେ ବ୍ୟାକ ଲାଗିଥିଲା । ସେଥିପାଇଁ ଆମେ ଆଉ Rechecking ପକାଇଲୁନି । ତାର କିଛି ଦିନ ପରେ ୨ୟ ସେମିଷ୍ଟରର ରେଜଲ୍ଟ ବାହାରିଲା ପୁଣି ୩ଟା ବ୍ୟାକ(TD, Physics & Math-2) । ତା ପରେ ଆମେ ବ୍ୟାକ ପରୀକ୍ଷା ଦେବା ପାଇଁ ଲାଗିଗଲୁ, ସେହି ସମୟରେ ମୁଁ ଆଉ କଲେଜ ଗଲିନି । ଦୁର୍ଗାପୂଜା ଆମେ ଏଇଠି ଭବାନୀପାଟଣାରେ ଥିଲୁ । ଫାଇଲିନ ପାଇଁ ଆମର ୩ୟ ସେମିଷ୍ଟର ପରୀକ୍ଷା ଘୁଞ୍ଚିଗଲା । ୨ଥର ପରୀକ୍ଷା ଘୁଞ୍ଚିଲା ପରେ ପରୀକ୍ଷା ହେଲା । ପରୀକ୍ଷା ସରିଲା ପରେ ଆମେ ଘରକୁ ଗଲୁ । ୪ର୍ଥ ସେମିଷ୍ଟାରରେ ମୁଁ ସବୁବେଳେ କ୍ଲାସ ଗଲି । ସେହିସମୟରେ ୩ୟ ସେମିଷ୍ଟରର ରେଜଲ୍ଟ ବାହାରିଲା ଓ ୪ଟା ବ୍ୟାକ(Math-3, AEC, NT & PSCD) ଲାଗିଥିଲା । ସବୁ ବ୍ୟାକ‌କୁ ମିଶେଇକି ମୋର ୯ ହୋଇଗଲା । ଯାହା ହେଉ ୪ର୍ଥ ସେମିଷ୍ଟରରେ ନିକାଶ ପୁଣି ଆମ ରୁମକୁ ଆସିଗଲା । ୪ର୍ଥ ସେମିଷ୍ଟର ପରୀକ୍ଷା ବ‌ହୁତ ଭଲ ହେଲା ଓ ଆମର ଅପ୍ରେଲ ୨୫ରୁ ଛୁଟି ହୋଇଗଲା ।

ପରେ ପରେ ୫ମ ସେମିଷ୍ଟର ଆରମ୍ଭରେ ଆମର କ୍ଲାସ ଠିକରେ ହେଲାନି, ଅଧ୍ୟପକଙ୍କର ଅଭାବ । ଏଇ ଭିତରେ ଆମର ୪ର୍ଥ ସେମିଷ୍ଟରର ରେଜଲ୍ଟ ବାହାରିଲା ଆଉ ପୁଣିଥରେ Discrete Mathରେ ବ୍ୟାକ ଲାଗିଗଲା । ପରେ ରୁମରେ ୱାଇଫାଇ ବ୍ୟବ‌ହାର ପାଇଁ ଯୋଗାଯୋଗ କରିକି ଲଗାଇଲି । ଦୁର୍ଗାପୂଜାରେ ଆମେ ନିକାଶ ଓ ମୁଁ ଘରକୁ ଯାଇନଥିଲୁ । ସେହି ସମୟରେ ମୁଁ ଓ ସାଗର ସବୁଦିନେ ରାତିରେ ମେଳା ବୁଲୁଥିଲୁ ଆଉ ଫେସବୁକରେ Chatting କରୁଥିଲୁ । ଦୁର୍ଗାପୂଜା ଛୁଟି ପରେ କଲେଜରେ ନୂଆ ନୂଅ ଅଧ୍ୟପକମାନେ ଆସିଲେ ଓ ଆମର ପଢ଼ା ଆରମ୍ଭ ହେଲା । ଆଉ ସମୟ ନାହିଁ, ସେଥିପାଇଁ ଆମେ ସକାଳ ୮ଟାରୁ ସନ୍ଧ୍ୟା ୫ଟା ଯାଏ କିଛି ନ ଖାଇକି ମଧ୍ୟ କ୍ଲାସ କଲୁ । କିଛି ଦିନ ପରେ ସେମିଷ୍ଟର ଆସିଲା ଆଉ ସେମିଷ୍ଟର ପରୀକ୍ଷା ଭଲ ହେଲା । ପରେ ପରେ ରେଜାଲ୍ଟ ବାହାରିଲା ଆଉ ଏଇଥରେ ସବୁଥିରେ ପାସ ହୋଇଯାଇଛି । ୬ଷ୍ଠ ସେମିଷ୍ଟାର ମଧ୍ୟ ଭଲରେ ଗଲା ଆଉ ସେମିଷ୍ଟାର ପରୀକ୍ଷାରେ କେବଳ Communication Engineeringଟା ଟିକେ ଖରାପ ହେଲା ଆଉ ସେଇଟା ବି ବ୍ୟାକ ଲାଗିଗଲା । ବ୍ୟାକ ପରୀକ୍ଷା ପାଇଁ ମୁଁ ଖରାରେ ମଇ ୧୪ରୁ ଜୁନ ୧୩ ଯାଏ କଲେଜରେ ଥିଲି । ଏଇ ସେମିଷ୍ଟରରେ ହୋଇଥିବା TechFestରେ ମୁଁ “Code Sense” ରେ coordinator ଥିଲି । ପ୍ରଥମ କରି କଲେଜରେ କିଛି କାମରେ ମୁଁଁ ଭାଗ ନେଇଥିଲି ।

ପରେ ୭ମ ସେମିଷ୍ଟରର ଆରମ୍ଭ ହେଲା । ଆଉ ରେଜିଷ୍ଟେସନ ସମୟରେ ମୁଁ ଆସି ନ ପାରିବାରୁ ମୋ ଉପରେ ୧୦୦୦ଟଙ୍କାର ଜୋରିମାନା ଲାଗିଗଲା । ଯାହାହେଉ ୭ମ ସେମିଷ୍ଟରର ପରୀକ୍ଷାରେ ମଧ୍ୟ ବ‌ହୁତ ଭଲ ହେଲା । ହେଲେ ରେଜଲ୍ଟ ବାହାରିଲା ବେଳକୁ ପୁଣି ଗୋଟେ ଭଲ ହୋଇଥିବା ପରୀକ୍ଷାରେ ବ୍ୟାକ ଲାଗିଗଲା । ଏଇଥର ସବୁଯାକୁ Rechecking ପକାଇଲି । ଧିରେ ଧିରେ ଆମର ଆନ୍ତିମ ସେମିଷ୍ଟର ଆସି ଉପନୀତ ହୋଇଗଲା ।

୮ମ ସେମିଷ୍ଟରରେ ମଧ୍ୟ ମୁଁ ବିଳମ୍ବରେ ଘରୁ ଆସିଲି । ଆସିଲାବେଳକୁ କଲେଜରେ ଖେଳ ଆରମ୍ଭ ହୋଇଯାଇଥିଲା । କଲେଜ ପତ୍ରିକା ପାଇଁ ମୁଁ ଓଡ଼ିଆ ସମ୍ପାଦକ ଭାବରେ ଯୋଗଦେଲି । ଏଇଥରେ ଇ-ପତ୍ରିକା କରିବାର ଯୋଜନା ହେଲା । ସେଥିପାଇଁ ସବୁଯାକ କାମ ଆମକୁ ହିଁ କରିବାକୁ ହେବ । ଯାହାହେଉ ଦୀର୍ଘ ୧୭ଦିନରେ କାମ ପରେ ସବୁକାମ ସରିଲା କେବଳ ଫଟୋ ଯୋଡ଼ିବା ବାକିରହିଗଲା । କଲେଜର ପତ୍ରିକା କାମ କରୁ କରୁ, ମୋର ଅନେକ ପିଲାଙ୍କ ସ‌ହ ମଧ୍ୟ ଚିହ୍ନା ହେଲା । ସାର ଓ ମ୍ୟାମମାନେ ମଧ୍ୟ ଟିକେ ଭଲରେ ଚିହ୍ନିଲେ । ଜୁନିଅର ପିଲାଙ୍କ ସ‌ହ ମଧ୍ୟ ଚିହ୍ନା ହେଲା । ଏଇ ଭିତରେ ମାର୍ଚ୍ଚ ୧୯-୨୦ରେ “TechFest” ହେଲା । ମୁଁ Speed Typing ରେ ୨ୟ ହେଲି ଏବଂ ଗୋଟେ ଇଭେଣ୍ଟ(The Journalist)ର ଅୟୋଜନ ମଧ୍ୟ କରିଥିଲି । ଏଥିରେ ମୋ ସ‌ହ ଥିଲା ରୋଶ୍ନୀ । ପରେ କଲେଜର ବାର୍ଷିକ ଉତ୍ସବ ମାର୍ଚ୍ଚ ୨୭-୨୮ରେ ହେଲା ଏବଂ ପ୍ରଥମ ଦିନରେ ଇ-ପତ୍ରିକାର ଉନ୍ମୋଚନ ହେଲା । ଅପ୍ରେଲ ୧୦ରେ ଆମର ଜୁନିଅରମାନେ ଆମକୁ ବିଦାୟ ଦେବା ପାଇଁ ସଭାର ଆୟୋଜନ କଲେ । ବ‌ହୁତ ମଜା ହେଲା । ଅନେକ ପିଲାଙ୍କ ସ‌ହ ମିଶିଲି । ତା ପରେ ଆମର ସେମିଷ୍ଟାର ପରୀକ୍ଷା ମଇ ୧୦ରୁ ୧୯ ଭିତରେ ହେଲା । ବ୍ୟାକ ପରୀକ୍ଷା ମଧ୍ୟ ଏହି ଭିତରେ ହେଲା ।

ଶେଷରେ କଲେଜରେ Major Projectଦେବାର ଶେଷଦିନ ମଧ୍ୟ ଆସିଗଲା । ମଇ ୨୫ରେ କଲେଜରେ ସବୁକଛି କାମ ସରିଗଲା । ଆମେ ଶେଷଦିନରେ ହିଁ ଆମର ପ୍ରୋଜେକ୍ଟ ଦେଲୁ । ବସନ୍ତ ସାର ଟିକେ ଗାଳି କଲେ, ହେଲେ ମୋତେ କିଛି ବି କ‌ହିଲେନି । ସେଦିନ ଆସିଲାବେଳକୁ ବ‌ହୁତ ପିଲା କାନ୍ଦୁଥିଲେ । ଶେଷରେ ସଭିଙ୍କଠାରୁ ବିଦାୟ ନେବାର ସମୟ ଆସିଗଲା । କଲେଜରେ ବ୍ରାଞ୍ଚ ତରଫରୁ ବିଦାୟ ଦେବା ପାଇଁ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା ଶନିବାର ମଇ ୨୮ରେ । ଶେଷରେ ଭବାନୀପାଟଣାକୁ ସବୁଦିନ ପାଇଁ ବିଦାୟ ଦେବାର ସମୟ ଆସିଗଲା ।

ଜଣାପଡ଼ିଲାନି ଏଇ ୪ ବର୍ଷ କେମିତି କଟିଗଲା । ଜାଣିନି ଏଇ ପିଲାମାନଙ୍କ ସ‌ହ ପୁଣି କେବେ ଦେଖାହେବ । ସମୟ ତ ତା’ ବାଟରେ ଚାଲିଯିବ, ରହିଯିବ ଖାଲି ସ୍ମୃତି । ଅନେକଦିନ ପରେ ଯେବେ ଏହି ସବୁ କଥାକୁ ଦେଖିବାକୁ ପୁରୁଣା ଡାଏରୀଟିଏ ଖୋଲିବି ମନେ ପଡ଼ିବେ ଏଇ ସାଙ୍ଗମାନେ, ଏଇ ପିଲାମାନେ, ଏଇ ଜାଗା, ଏଠାକାର ଲୋକ, ଏଠିକାର ଭାଷା, ଏଠିକାର ଲୋକଙ୍କର କିଛି ପର୍ବପର୍ବାଣୀ । ଯେବେ ଦୂର୍ଗାପୂଜା ହେବା ବେଶି ବେଶି ମନେ ପଡ଼ିବ ଏଇ ଭବାନୀପାଟଣାର ଛତର ଯାତ୍ରା । ନୂଆ ନୂଆ ଯେତେ ଅଡ଼ୁଆ ଲାଗୁଥିଲା ସେତେ ଅଜବ ମଧ୍ୟ ଲାଗୁଥିଲା ଏଇ ସ‌ହର, ମାତ୍ର ୪ ବର୍ଷରେ କେତେ ନିଜର ହୋଇଗଲା ଏହା ଆମର ।

ଇଏ ତ ଥିଲା ସବୁ ମୋ କଥା, ଏବେ ମୋ ସାଙ୍ଗମାନେ ଯାହାଙ୍କୁ ମୁଁ କେବେ ଭୁଲିପାରିବିନି ।

ପ୍ରଥମେ ମୋ ରୁମମେଟ “ନବୀନ”-

ଭାଇ ଆସିବା ଦିନରୁ ତୁ ସବୁବେଳେ ମୋ ସାଙ୍ଗରେ ଯାଉ । ବଜାର ଗଲେ କି ଖାଇବାକୁ ଗଲେ ତୁ ହିଁ ସବୁବେଳେ ମୋ ସାଙ୍ଗରେ ଥାଉ । ଏମିତିକି ତୁ ନ ଗଲେ ମୁଁ ଆଗରୁ ବଜାରରେ ରାସ୍ତା ପାଏନି । ସବୁଥର ଘରକୁ ଗଲାବେଳେ ତୁ ହିଁ ସବୁବେଳେ ମୋତେ ଛାଡ଼ିବାକୁ ଯାଉ । କେବେ କେବେ ଝଗଡ଼ା ବି କରିଛି ହେଲେ କେବେ କିଏ ମୋ ଫଟୋ ଉଠାଇଲେ ତୋ କଥା ବେଶି ମନେପଡ଼ିବ ।

ସୋମ୍ୟ-

ତୋ ବିଷୟରେ କ’ଣ କ‌ହିବି, ତୁ ତ ବ‌ହୁତ ଦିନ ପରେ ଆସିଲୁ ଆଉ ଏତେ ଧିରେ ସବୁ କାମ କରୁ ଯେ, ମୁଁ ତ ସବୁବେଳେ ତୋ ଉପରେ ରାଗେ । ଖାଇବାକୁ ସବୁବେଳେ ବାଧ୍ୟ କରେ । କେବେ କାହାକୁ ଏମିତି ଖାଇବାକୁ କ‌ହିଲେ ତୋ କଥା ବେଶି ବେଶି ମନେ ପଡ଼ିବ ।

ସଚିନ-

ତମେ ତ ରୁମକୁ ଆସୁ ଆସୁ ଦୁର୍ଘଟଣାର ଶୀକାର ହୋଇଗଲ ପରେ ପରେ ଆସିଲା ପରେ ଏତେ ଜ୍ଞାନ ଦିଅ ଯେ, କେବେ କେବେ ବେଶି ରାଗିଯାଏ । TD କିଛି ନ ପଢ଼ିକି ବି ତମ କଥାରେ ପାସ କରିଥିଲି, ସେଇଟା କେବେ ଭୁଲି ପାରିବିନି ।

ସାଗର-

ତୁ ଆମ ସାଙ୍ଗ ହେଲେ ବି ଜୁନିଅର ହୋଇଗଲୁ, ହେଲେ କେବେ ତୋତେ ଜୁନିଅର ବୋଲି ଭାବିନି । ତୁ ସବୁବେଳେ ମୋ ସାଙ୍ଗ ଭଳି । କେବେ କୋଉ ଝିଅକୁ ଦେଖିଲେ କି କୋଉ ଅଜଣା ଝିଅ ସ‌ହ ଚାଟ କଲାବେଳେ ତୋ କଥା ମନେ ପଡ଼ିବ ।

ନିକାଶ-

ପ୍ରଥମେ ତୋତେ ଦେଖିବା ପୂର୍ବରୁ ତୋ ବାପା କ‌ହିଥିଲେ କି, “ତମେ ତ ହଷ୍ଟେଲରେ ରହିଛ, ସେ କେବେ କୁଆଡ଼େ ରହିନି । ତା’ର ଟିକେ ଧ୍ୟାନ ରଖିବ ।” ତୋ ସ‌ହ ମିଶିଲା ପରେ ପ୍ରଥମ ରବିବାରରେ ତୋର କପଡ଼ା ସଫା କରିବା ଦେଖିକି ମୁଁ ସବୁ ବୁଝିଯାଇଥିଲି । ପରେ ପରେ ତୁ ତ ପୂରା ବଦଳିଯାଇଛୁ । ପ୍ରତ୍ୟେକ ପରୀକ୍ଷାରେ ତୁ ହିଁ ଥାଉ ମୋ ପଛରେ । ୩ଟା ସେମିଷ୍ଟର ତୁ ଆମ ରୁମରେ ରହିଲୁନି ଯେ ମୋର ତ ୫୦% ବ୍ୟାକ ହୋଇଗଲା । ପରେ ପରେ ସବୁବେଳେ ପଢ଼େଇଛୁ, ବୁଝେଇଛୁ । ଆଉ ଶେଷରେ ତୋର ଏଇ ସବୁ ପରିବର୍ତ୍ତନ ଦେଖିକି ମୋତେ ବି ବ‌ହୁତ ମଜା ଲାଗିଲା । ଆଉ ତୋ ହସ କେବେ ଭୁଲିପାରିବିନି । ମୋନାଲିସାର ହସକୁ ସଭିଏଁ ମନେ ରଖିଛନ୍ତି ହେଲେ ମୁଁ ମୋନାଲିସାର ନୁହେଁ ତୋର ହସକୁ ସବୁବେଳେ ମନେ ରଖିବି । ଆଉ ମୁଁ କମ୍ପୁଟର ଗେମ ବିଷୟରେ କିଛି ଜାଣି ନଥିଲି, ତୁ ହିଁ ମୋତେ ସବୁ ଗେମ ଖେଳିବା ଶିଖେଇଛୁ । କେବେ ତୋତେ NFSରେ ହରେଇପାରିଲିନି ଆଉ କେବେ ବି ହରେଇ ପାରିବିନି । ଗେମ ଖେଳିଲେ କି କିଛି କମେଡ଼ି ଦେଖିଲେ ତୋ କଥା ବେଶି ମନେ ପଡ଼ିବ । ଆଉ ତୋର ସେଇ Experiment ବାଲା ରୋଷେଇ କେହି ଭୁଲିବେନି ।

ସନତ-

ଆରେ ଭାଇ ତୋତେ ତ କେବେ ଭୁଲିପାରିବିନି । ମୋତେ ତ କଲେଜରେ କେହି ଜାଣି ବି ନଥିଲେ । ତୁଁ ସମସ୍ତଙ୍କୁ ମୋ ବିଷୟରେ କ‌ହି କ‌ହି କି ଚିହ୍ନେଇଦେଲୁ । ଗପୁ ବୋଲି କେହି ବି ଜାଣି ନଥିଲେ, ତୁ ସମସ୍ତଙ୍କୁ ମୋ ନାଆଁ ଗପୁ ବୋଲି କ‌ହିକି ଜଣେଇଲୁ । ଏମିତିକି ଅନେକ ବିଷୟରେ ମୁଁ ପାସ କରିପାରିନଥାନ୍ତି, ତୁ ମୋତେ ପଢ଼େଇ ପଢ଼େଇକି ପାସ କରେଇଚୁ । ଆଉ ରୁମରେ କେବେ ରୋଷେଇ କଥା ହେଲେ, ତୁ ତ ସବୁବେଳେ ଥାଉ । କେବେ ମାଉସୀ ନ ଆସିଲେ ସବୁବେଳେ ରୋଷେଇ କରିବାକୁ କ‌ହୁ । ତୋ ପାଇଁ ମୁଁ ବି ରୋଷେଇ ପୂରା ଶିଖିଗଲି । ଆଉ କେବେ କୋଉ ଝିଅକୁ ଲାଇନ ମାରିବା କଥା ହେଲେ ତୋ କଥା ବେଶି ମନେ ପଡ଼ିବ । ସୁରିଆ ସ‌ହ ତୋ ଯୋଡ଼ି ସବୁବେଳେ ସେମିତି ଥାଉ । ଆଉ ତୁ ତ ମୋ ପାଇଁ ୭ଦିନ ହିଁ ଛୁଟି ନେବୁ ।

ସୁରିଆ-

ତୋତେ ତ ପ୍ରଥମଦିନରେ ଆମେ ହିଁ ରେଗିଙ୍ଗ କରିଦେଇଥିଲୁ । ରୁମରେ ପ୍ରଥମେ ଯେବେ ରୋଷେଇ ହୋଇଥିଲା, ତୁ ହିଁ ରୋଷେଇ କରିଥିଲୁ । ଆଉ ତୋ ଜିମ ଯିବା କେବେ କେହି ବି ଭୁଲିବେନି । ଆଉ ତୋର ସେଇ କଥା ବି କେହି ଭୁଲି ପାରିବେନି ।

ଅଂଶୁମାନ-

ଆରେ ଭାଇ ତୁ ତ ପଳେଇଗଲୁ, ମୋତେ କେବେ ପାର୍ଟି ଦେବୁ? କେବେ କିଏ ପଢ଼ୁଥିବା ପିଲା ଦେଖିଲେ ମୋତେ ତୋର ସେଇ ୨୦ଦିନର GATE Preparation କଥା ବେଶି ମନେ ପଡ଼ିବ ।

ଉତ୍ତମ-

ଆରେ ଭାଇ ତୁ ତ ସବୁଥିରେ ମାହିର । ଖେଳରେ ପୁଣି ନାଚର ତା’ ସ‌ହ ପଢ଼ାରେ । ଏତେ ସବୁ କେମିତି ରହିଲା ତୋ ଭିତରେ? ସେ ଯାହା ବି ହେଉ ତୋର ଆଉ ପ୍ରତୀକର ଯୋଡ଼ି କେବେ କେହି ଭୁଲିବେନି । ଛୋଟୁ ଭାଇ ତୁ ସବୁବେଳେ ଆମ ସ‌ହ ଅଛୁ ।

ନିତେଶ-

ଆରେ ମାର୍‌ୱାଡ଼ି ତୋ ବିଷୟରେ ଯେତେ କ‌ହିଲେ ବି ସରିବନି । କେବେ କିଛି ୱେବସାଇଟ କଲେ ତୋ ପାଖକୁ ନିଶ୍ଚୟ ଆସିବାକୁ ହେବେ । କେଲେଜର ଟେକଫେଷ୍ଟରେ ତୁ ତ ଏମିତି ୱେବସାଇଟ ବନେଇଲୁ ଯେ ସାର୍‌ମାନେ ବି ଫିଦା ହୋଇଗଲେ । ଆଉ ତମର ସେଇ ଆଧ୍ୟାତ୍ମିକ ଜ୍ଞାନ ବିଷୟରେ ଯେବେ ମୁଁ ଜାଣିଲି, ମୁଁ ବି ଫିଦା ହୋଇଗଲି ।

ଦିଲୀପ-

ଆରେ ଭାଇ ତୋର English ଆଉ Hindi କ‌ହିବା କେବେ କେହି ବି ଭୁଲିବେନି । କିଛି ବି ହେଉ ତୁ ସବୁବେଳେ ସମସ୍ତଙ୍କୁ ହସାଉଥାଉ । I know you are from the center of Puri.

ଅରୁଣ-

ଆରେ ଭାଇ ତୁ କ’ଣ ଗୀତ ଗାଉରେ । କେବେ ବି ତୋ ଗୀତ ଆଉ ଶୁଣୀବାକୁ ମିଳିବନି । ଆଉ ତୋର Programming କେବେ କେହି ବି ଭୁଲିବେନି । ଏକାଥରେ ୯ଟା ବ୍ୟାକ Clear କରିବା ହିଁ ମୁଁ ତୋତେ ଦେଖିଲି । ଗୋଟିଏ ସେମିଷ୍ଟରେ ମୁଁ ୫ଟା ଶେଷ କରିପାରୁନି ହେଲେ ତୁ ତ ୧୫ଟା ଶେଷ କରିଦେଲୁ ।

ଯତୀନ-

ଆରେ ଭାଇ ମୋର ଇଚ୍ଛାଥିଲା ତୋ ଠାରୁ ଆହୁରି ଟିକେ ଡେଙ୍ଗା ହେବାକୁ । ଆଉ ଚିନୁର ତୋର ସାଙ୍ଗ ହୋଇ ପଢ଼ିବା, ପରୀକ୍ଷାରେ ଲେଖିବା କେବେ ଭୁଲିବିନି । ତୁ ଯଦି IAS ହେଉ ମୋତେ କେବେ ବି ଭୁଲିବୁନି ।

ଗ‌ଗନ-

ଆରେ ଭାଇ ତୋର ଚିକେନ ରୋଷେଇ ଆଉ ଥରେ ଖାଇବାକୁ ତମ ଘରକୁ ଯିବି । ତୋ ବିଷୟରେ ତ ଯାହା ଜାଣିଥିଲି ହେଲେ ଶେଷରେ ଯାହା ଜାଣିଲି ମୁଁ ବିଶ୍ୱାସ ବି କଲିନି । ଏତେ କାନ୍ଦ! ଆରେ ଝିଅ ବାହା ହୋଇକି ଗଲେ ବି ତୋ ଭଳି ଏତେ କାନ୍ଦିବନି ।

ଶୁଭେନ୍ଦୁ-

ଆରେ ଭାଇ ତୋ କ‌ଥା କ’ଣ କ‌ହିବି । କୌଣସି ପାଠ ନାହିଁ ଯୋଉଟା ତୁ କରିପାରିବୁନି । ଟିମୋ ହୋଇକି ସବୁବେଳେ ରହିଥା ।

ସମ୍ବିତ-

ଆରେ ମୂଷା ତୁ ତ ଆମର Lover Boy । ଗ‌ଗନ ଆଉ ତୋର ସେହି ବାଥରୁମ କବାଟ ବାଡ଼େଇବା କଥା ମନେ ପଡ଼ିଲେ ବ‌ହୁତ ହସ ଲାଗେ । ତୋ ପାଇଁ ଆମର ବ୍ରାଞ୍ଚର ଟି-ସାର୍ଟ ବି ଆସିଗଲା ।

ବ୍ୟୋମକେଶ-

ଆରେ ଭାଇ ତୁ ଏତେ କାନ୍ଦିଲୁ ଯେ, ବସନ୍ତ ସାରଙ୍କୁ ବି କନ୍ଦେଇଦେଲୁ । ପୁରୀ, ତୁ ତ ସବୁବେଳେ ଗେମ ଖେଳିବାକୁ ଭଲ ପାଉ । ଆଉ ତୋର ସେହି ଫଟୋ ଉଠା ସବୁବେଳେ ମନେ ପଡ଼ିବ ।

ଦୁର୍ଗା-

ପ୍ରଥମେ ଯେବେ ଆସିଥିଲି ଦୁର୍ଗା ଆଉ ସାଗରକୁ ସବୁବେଳେ ଦେଖି ସାଙ୍ଗରେ ବସନ୍ତି ଆଉ ତାଙ୍କ ଯୋଡ଼ି କେବେ ବି ଭାଙ୍ଗିନି ୧ମ ବର୍ଷରେ । Counter Strike କ‌ହିଲେ ଦୁର୍ଗାର ଟିମ । କିଛି ବି ଗେମ ନାହିଁ ଯାହାକି ତମେ ଖେଳି ନ ଥିବ । ଆଉ ତମ ବିଷୟରେ କ’ଣ କ‌ହିବି, ନିକାଶ ତ ତମ ପାଇଁ ଆଜି କେତେ ବଦଳିଯାଇଛି ।

ସାଗର-

ଆଉ ସାଗର ତମେ ତ ଆମର Talented ପିଲା । ତମର ସେଇ ପେନସିଲରେ ଲେଖିବା କେବେ ଭୁଲିବୁନି ଆମେ । ଆଉ ତମର ଡ୍ୟାନ୍ସ ବି କେବେ କେହି ଭୁଲିବେନି ।

ଉତ୍ସବ-

ଆରେ ଭାଇ କୁନାଲ ମୋତେ ଗୋଟେ କଥା ଆଶ୍ଚର୍ଯ୍ୟ ଲାଗେ, ତମେ ଓଡ଼ିଆ ପଢ଼ିପାର ହେଲେ କ‌ହିପାରନି । ଆଉ ଗୋପାଳ ସାରଙ୍କ ସ‌ହ ତମର କଥା ଓ ଝଗଡ଼ା ସବୁବେଳେ ମନେ ପଡ଼ିବ । ଆଉ କ୍ରିକେଟରେ ଏତେ ଜୋରରେ ବଲ ଫିଙ୍ଗ ଯେ ଦେଖିଲା ଲୋକ‌କୁ ବି ଡର ଲାଗିବ ।

ମଳୟ-

ମଳୁ ତୁ ତ ମୋ ଭାଇଟା । ତୋ ଠାରୁ ଫିଲ୍ମ ଆଣିବା କଥା ସବୁବେଳେ ମନେ ପଡ଼ିବ । ଆଉ ତୋର ସେଇ ଲୁଙ୍ଗି ଡ୍ୟାନ୍ସ ବି କେବେ ଭୁଲି ପାରିବିନି । ଆଉ ଜାଭା ପଛରେ ପଡ଼ିବା, ହେଲେ କିଛି ନ କ‌ହିପାରିବା । ଆଉ ମିଶିକି ଫଟୋ ଉଠେଇବାକୁ ବି ଡରିବା କେବେ ଭୁଲି ହେବନି ରେ ।

ପ୍ରତୀକ-

ତୁ ବି ଉତ୍ତମ ଠାରୁ କିଛି କମ ନୁହେଁ । କାହାର କିଛି କାମ ପଡ଼ିଲେ ତୁ କେବେ ମନା କରୁନା । ଉତ୍ତମର ତୋର ଡ୍ୟାନ୍ସ, ଆଉ ମନ୍ଦିର ଯିବା କେହି ଭୁଲିବେନି । ଗଲାବେଳେ ସେ କାନ୍ଦ ଆଉ ଶେଷ ପାର୍ଟିରେ ସେଇ କାନ୍ଦ କେହି ଭୁଲିବେନି । ତୁ ବେଶି କାନ୍ଦିବୁନି ନ ହେଲେ ଆମ ଅମୂଲୁ ବେଶି କାନ୍ଦିବ ।

ଦେବାଶିଷ-

ପୋଗୋ, ତୋତେ ଦେଖିଲେ ତୋ ବିଷୟରେ କିଛି ବି ଜଣା ପଡ଼େନି । ମନେ ଅଛି ନା ପ୍ରଥମ ଦିନରେ ମୁଁ ତୋ ସ‌ହ ହିଁ ବସିଥିଲି । କେବେ କୌଣସି ଜିନିଷ ଓଲଟା ଦେଖିଲେ ତୋ ହାତ ଚୁପ ରହେନି, ତାକୁ ସଜାଡ଼ିବାରେ ଲାଗିଯାଉ ।

ଦୀପକ-

ଆରେ ଭାଇ ତୋ ନାଁ ଦୀପକ ବଦଳରେ ଆଲୋକ ହେବା କଥା । ପ୍ରକାଶ ଆଉ ତୋ କଥା ମନେ ପଡ଼ିଲେ ମୋତେ ବ‌ହୁତ ହସ ଲାଗେ । ଆଉ କ୍ରିକେଟ କଥା ମନେ ପଡ଼ିଲେ ହସ ଲାଗେ । ସିନିଅର ମାନେ କ‌ହୁଥିଲେ କି ତୁ ବ‌ହୁତ ଭଲ ଖେଳୁ ହେଲେ କେବେ ଜିତେଇପାରୁନା ।

ଭରତ-

ତମେ ବି ମୋର ପ୍ରଥମ ବେଞ୍ଚ ସାଥୀ । ତମେ ତ ଓଡ଼ିଆ ପଢ଼ିପାରନି, ସେଥିପାଇଁ ତମ ପାଇଁ କିଛି ହିନ୍ଦୀ ରେ । आपको हमे भुला नहीं सकते । आपका ओ डांस हम कभी नेही भूलेङ्गे । और Last Annual Function की ग्रुप डांस मे आप तो SOLO नाच रहे थे । ଆରେ ଭାଇ ବ‌ହୁତ ହୋଇଗଲା ଆଉ ହିନ୍ଦୀ ଜାଣାନାହିଁ ।

ଆଶୁତୋଷ-

ଆରେ ଭାଇ ତୋ ବିଷୟରେ ବେଶି ଜାଣି ନ ଥିଲି, ହେଲେ ତୋ ପ୍ରେମକାହାଣୀ ଶୁଣିଲା ପରେ ମୋତେ ଏତେ ଭାଲ ଲାଗିଲା ଯେ ସେ କଥା କ‌ହିହେବନି । ଆଉ ଏତ ସ୍ପିଡ଼ରେ ଟାଇପ କେମିତି କରୁଛୁ? ମୁଁ ଯେତେ ଚେଷ୍ଟା କଲେ ବି ପାଖ ବି ପ‌ହଞ୍ଚିପାରୁନି ।

ପିଣ୍ଟୁ-

ଆରେ ପିଣ୍ଟୁ ତମର କେମିତି ଆଉ ଫଟୋ ଉଠେଇବି, ଯହା ଉଠେଇଲେ ବି ତମେ କ‌ହିବ କି, “ଆରେ ମୁଁ କଲା ହେଇଗଲି ନା ।” ପିଣ୍ଟୁ ଆଉ ପିଙ୍କି, ଦିନେଶ ସାରେ ତ ତମ ନାମକୁ ଯୋଡ଼ିକି ରଖିଥିଲେ । ଭଲ ହେବ ଯେବେ ତମେ ତାକୁ ଏଇ କଥା କ‌ହିବ ।

ରାମଶଙ୍କର-

ଆରେ ଭାଇ ତୁ ସବୁ ଝିଅଙ୍କର ଭାଇ । ତୋତେ କେହି କିଛି କ‌ହିଲେ ଟେନସନ ନେବୁନି, ସିଧା ତୀର ମାରିଦେବୁ । ତୀର ମାରିବା ତ ତୋର କାମ ।

ରମାଶଙ୍କର-

ଲୋକ ଭୋଟ ପାଇକି ଗଲା ପରେ କେବେ କେବେ ମନ୍ତ୍ରୀ ହୁଅନ୍ତି, ହେଲେ ତୁ ତ ଆମର ଜନ୍ମରୁ ମନ୍ତ୍ରୀ । ଆରେ ଭାଇ ତୁ ତ ଜମା ବି ଜଣା ପଡ଼ୁନା । ଚାକିରୀ ହୋଇଗଲା, ହେଲେ ସଳା ପାର୍ଟି ଦେଲୁନି । ଚିରଞ୍ଜିବ ସ‌ହ ତୋ ଯୋଡ଼ି ଆରମ୍ଭରୁ ଥିଲା ଆଉ ରହିଥିବା ମଧ୍ୟ ।

ଚିରଞ୍ଜିବ-

ଆରେ ଭାଇ ମନ୍ତ୍ରୀ ସ‌ହ ତୁ ହେଲୁ ଚିରଞ୍ଜିବ,

ତମ ବନ୍ଧୁତ୍ୱ ରହିଥାଉ ସଦା ଚିର ସବୁଜ ।।

ସମ୍ବିତ ଭାଇ-

ଆରେ ଟପ ୧୦ ଭାଇ । ତମେ ତ ସବୁବେଳେ ହିଁ ଟପ ୧୦ରେ ରହିଛ ଆଉ ରହିବ । ଟପ ୧୦ରୁ ଟପ ୩ଯାଏ ଆସିଲେ ବି ତମେ ଟପ ୧୦ ।

ସୌରଭ-

ଆରେ ଭାଇ ମ୍ୟାଗି । ମ୍ୟାଗି ନ ଚାଲିଲେ ବି ତୁ ଚାଲୁଥିବୁ । ଆଉ କେବେ ତୋର କଥାଯାକ ମୋତେ ବେଶି ମନେ ପଡ଼ିବ । ଧିରେ ଧିରେ ବୁଝେଇକି କ‌ହିବ ଯେ, ସାମ୍ନା ପିଲା ରଗିଥିଲେ ବି ଚୁପ ହୋଇଯିବ ।

ଦନ୍‌ସନ୍-

ତୁ ତ ପୂରା ଛୁପାରୁସ୍ତମ । କେବେ କିଛି କ‌ହିବାର ନାହିଁ, ହେଲେ ଭିତରେ ପୂରା ତେନ୍ଦୁଲକର ।

ଅଭିଶେକ ବିଶି-

ଆରେ ଭାଇ ତୁ ଏତେ ଡେଙ୍ଗା କେମିତି ହେଲୁ କ‌ହ ତ । ଅମିତାଭ ବଚନ ବି ତୋ ଆଗରେ ଛୋଟ ଲାଗିବେ । କେବେ ଖାଇବା ବନ୍ଦ କରୁଦେବୁ ପଛେ ପେପର ପଢ଼ିବା ବନ୍ଦ ହେବନି ।

ଅଭିଶେକ ପଣ୍ଡା-

ପଣ୍ଡା ତୁ, ତ ଆମର Dancing ପାଣ୍ଡା । କେବେ ବି ମୋ ନାଆଁକୁ ଠିକରେ ଡାକୁନା । ସବୁବେଳେ ଗପୁକୁ ଗାପୁ କରିଦେଉ । ଆଉ କେବେ କିଛି ବି ହେଲେ ସବୁବେଳେ ଡ୍ୟାନ୍ସ କରୁଥାଉ, ଏମିତିକି ଚାଲିଲାବେଳେ ବି ଡ୍ୟାନ୍ସ କରୁଥାଉ ।

ମୋହିତ-

ଆରେ ଭାଇ ମୋହିତ ତୋର ଆଉ ପଣ୍ଡାର ଯୋଡି ସବୁବେଳେ ଥାଉ । ବସନ୍ତ ସାରଙ୍କ ସଙ୍ଗେ ତମର ସେହି ଭାବ ସାର କେବେ ଭୁଲିବେନି ଆଉ ଆମେ କେବେ ଭୁଲିବୁନି । ପଣ୍ଡା ସ‌ହ ଡ୍ୟାନ୍ସଠାରୁ ନେଇକି ବୁଲିଲାବେଳେ ସବୁବେଳେ ତମେ ହିଁ ତମେ ଥାଏ ।

ଅଭିଳାଶ-

ଆରେ ଭାଇ ଖୀଲାଡ଼ିର ଜବରା ଫ୍ୟାନ । ୧ମ ବର୍ଷରୁ ଶେଷଯାଏ ତୋର ସବୁକିଛିର ପରିବର୍ତ୍ତନ ଆଉ ବସନ୍ତ ସାରଙ୍କ ସ‌ହ ଭାବର ଆଦାନ ପ୍ରଦାନ ସଦାବେଳେ ମନେ ରହିବ ।

ଶୁଭମ-

ଆରେ ଭାଇ ଆରଥରକୁ ତୁ ଯେମିତି MBA ପାଇଁ ଗୋଟେ ଭଲ କଲେଜରେ Join କରିବୁ ।

ରାକେଶ-

ରାକେଶ ତମର ସେ ଷ୍ଟଣ୍ଟ ସବୁବେଳେ ମନେ ରଖମି ନା । Physics Back ପେପରରେ ତମର ସାହାଯ୍ୟ କେବେ ଭୂଲି ନାହିଁ ହେବ ହୋ ।

ସୁମନ-

ସୁମନ ତମେ ତ ପୂରା Silent ଲୋକ । ଏତେ ଧିର ଆଉ ନମ୍ରତାର ସ‌ହ କଥା ହେବେ କେବେ ଭୂଲିବି ନାହିଁ ନା ।

ସତିଶ-

ଆରେ ଭାଇ ତୋର ମନରେ କିଛି ବି ନ ଥାଏ । ସବୁବେଳେ ଖାଲି ହସୁଥାଉ ଆଉ ସମସ୍ତଙ୍କୁ ହାସାଉଥାଉ । ସାରମାନଙ୍କୁ ପ୍ରଶ୍ନ ପଚାରିବା ଆଉ ତୋର ଉତ୍ତର ଦେବା ସଦାବେଳେ ମନେ ପଡ଼ବି ରେ । ସବୁଠୁ ବେଶି ମଜା ଲାଗେ କି ତୁ ଯଦି କାହା ପଛରେ ପଡ଼ିଥାଉ ତାକୁ ଜମା ଛାଡ଼ୁନା ।

ଗଣେଶ-

ତୁ ତ ଆମର DUKE ବାଲା । ଭଗବାନ ଗଣେଶଙ୍କର ବାହାନ ଥିଲେ ମୂଷା ଆଉ ତୋର DUKE । ଦିଲୀପ ସାର ତୋତେ ସବୁବେଳେ ଖୋଜୁଥିଲେ ଆଉ ବସନ୍ତ ସାର ତ ତୋତେ କେବେ ଭୁଲିପାରିବେନି ଆଉ ଆମେ ତୋର ବ୍ୟାଡମିଣ୍ଟନ ଖେଳ କେବେ ଭୁଲିପାରିବୁନି । ସବୁଠାରୁ ମଜା ହୋଇଥିଲା ଯେଉଁଦିନ ତୁଁ ୧ମ କ୍ଲାସ ଆସିଥିଲୁ ଆଉ ଆମେ ସାର ଭାବିକି ସବୁ ଠିଆ ହୋଇଥିଲୁ ।

ଭାବ୍ୟା-

କ୍ଷମା କରିବ, ତମ ନାଁ ଟା ଓଡ଼ିଆରେ ଠିକରେ ଲେଖିହେଉନି । ମୁଁ ତ ଆଗରୁ କାହା ସ‌ହ ମିଶୁ ନ ଥିଲି, ତମେ ହିଁ ମୋ ସ‌ହ ପ୍ରଥମେ ମିଶିଲ ଆଉ ସଭିଙ୍କ ସ‌ହ ମିଶିବା ଶିଖେଇଲ । ଆଉ ସବୁଠାରୁ ବଡ଼ ଖୁସିର କଥା ହେଲା କି ଆମ ଦୁଇଜଣଙ୍କର ଜନ୍ମଦିନ ଗୋଟିଏ ଦିନରେ ଆଉ ଆମେ ବି ଗୋଟିଏ ଜାଗାରୁ । କାହାକୁ ଆଉ ସମ୍ବିତ ଭାଇ କଥା କ‌ହିକି ଚିଡ଼େଇବି, କାହା ସ‌ହ ଅଧା ଅଧା ହିନ୍ଦୀରେ କଥା ହେବି । କୌଣସି ପାର୍ଟି ହେଲେ କିଏ ସବୁବେଳେ କ୍ୟାମେରା ନେବେ କଥା ଫୋନ କରିକି ମନେ ପକାଇବ ।

ରୁବିକା-

ତୋ ପାଇଁ ତ ମୁଁ ବ‌ହୁତ ସାରା ପେପରରେ ପାସ କରିଛି । ସବୁ ପରୀକ୍ଷାରେ ତୁ ହିଁ ଥିଲୁ ମୋର ସାହା ଭରଷା । କେତେଥର ମୋ ପାଇଁ ତୁ ବି ସାରମାନଙ୍କ ଠାରୁ ଗାଳି ଶୁଣିଛୁ । ତୋ ସ‌ହ ଲାଗିବାକୁ ତ ସବୁବେଳେ ମଜା ଲାଗେ । ଆଉ ପ୍ରତ୍ୟେକ ପରୀକ୍ଷାରେ ତୋ କଥା ବେଶି ବେଶି ମନେ ପଡ଼ିବ ।

ସାସ୍ୱତି-

ତୁ ତ ଆମର ଆରମ୍ଭରୁ CR ଅଛୁ । ତୋର ସେଇ ବଢ଼ିଆ English, ଯାହାକି ମୋତେ କେବେ କିଛି ବି ବୁଝାପଡ଼େନି । ତାକୁ ସବୁବେଳେ ମନେପକାଇବି । ଆଉ ତୋର ସବୁ ଫଟୋରେ ସେହି ବଙ୍କା ହୋଇକି ଛିଡ଼ାହେବେକୁ କେବେ ବି ଭୁଲିବିନି । ଯାହାହେଉ ତୁ ବି ଆମ ଭଦ୍ରକରୁ, ହେଲେ ବ‌ହୁତ ବିଳମ୍ବରେ ମୁଁ ଏ କଥା ଜାଣିଲି ।

ରଚିତା-

୪ବର୍ଷର ଇଞ୍ଜିନିୟରିଂ ସରିଗଲା ଆଉ ମୁଁ ଜାଣିପାରିନଥିଲି କି ତୋ ଘର ବି ଭଦ୍ରକ ବୋଲି । କଲେଜରେ କିଛି ବି ହେଲେ ସବୁବେଳେ ତୁ ହିଁ ରଙ୍ଗୋଲୀ ବନାଉଥିଲୁ ଆଉ ସେଇ ରଙ୍ଗୋଲୀକୁ ଆମେ ସବୁଠୁ ବେଶି ମନେ ପକାଉଥିବୁ । ଟିକେ ଭଲରେ ଖିଆପିଆ କରେ । ବସନ୍ତ ସାର କ‌ହିଲା ଭଳିଆ କେତେବେଳେ ପବନରେ ଉଡ଼ିଯାଇପାରୁ ।

ରଶ୍ମିରେଖା-

ଆରେ ତୁ ତ ଆମ କଲେଜର ପ୍ରଥମ ଝିଅ ଥିଲୁ, ଯାହା ସ‌ହ ମୁଁ ଫେସବୁକରେ କଥା ହୋଇଥିଲି ଆଉ Data Structure Viva ପୂର୍ବରୁ କ’ଣ ପ୍ରୋଗ୍ରାମ ଲେଖିବି ବୋଲି ମୁଁ ଜାଣି ନଥିଲି, ହେଲେ ତୁ ମୋତେ ବ‌ହୁତ ସାହାଯ୍ୟ କରିଛୁ ।

ଦିପ୍ତି-

ତୁ ତ ଆମ ରୁମ ପାଖର ପିଲା । ଲୋକାଲ କୁଇନ । ମ୍ୟାଥର ସବୁକିଛି କରିପାରୁ ଆଉ ମୁଁ ମ୍ୟାଥ ଦେଖିଲେ ଶୋଇପଡ଼ୁଛି । କ‌ହୁଥିଲୁ ନା ପାର୍ଟିରେ ମୋ କ୍ୟାମେରା କଥା ମନେପଡ଼ିବ, ହେଲେ ମୁଁ ତ କ୍ୟାମେରା ଧରିଲେ ତମ ମାନଙ୍କ କଥା ମନେ ପଡ଼ୁଛିରେ ।

ନିବେଦିତା-

ଆରେ ସବୁ ତୋତେ ତ ମୋଟି କୁହ‌ନ୍ତି । ହେଲେ ମୁଁ କେବେ କ‌ହିବିନି କାରଣ ତୁ ତ ମୋ ଠାରୁ ପତଳା ଅଛୁ । କେବେ ଆଉ ବସରେ ଯିବୁନି । ଓମ ସାଇ ରାମ ।।

ଲୋପା-

ଲୋପା କେବେ କୌଣସି ପାର୍ଟିକୁ ଗଲେ ତୋର ଡ୍ୟାନ୍ସ କଥା ସବୁବେଳେ ମନେ ପଡ଼ିବ ଆଉ ତୋର ସମ୍ବଲପୁରୀ କଥା ବ‌ହତୁ ମନେ ପଡ଼ିବ । ହେଲେ ମୁଁଇ ସମ୍ବଲପୁରୀ ଶିଖି ନାଇ ପାରଲି ନା ।

ଅନ୍ମୋଲ-

ଆରେ ଅମୂଲୁ ତୋର ହସଟା ବ‌ହୁତ ବଢ଼ିଆ ଆଉ ତୁ କାନ୍ଦିଲେ କେମିତି ଲାଗୁ ସେଇଟା ତ ମୁଁ ତୋତେ ଦେଖେଇକି କ‌ହିଥିଲି । କେବେ କାନ୍ଦିବୁନି ସେମିତି ସବୁବେଳେ ହସୁଥିବୁ ନା । ସବୁବେଳେ ୯ ପଏଣ୍ଟ ଆଣୁଥିଲୁ ଆଉ ଜୀବନର ସବୁଥିରେ ୧୦ ପଏଣ୍ଟ ଆଣେ ।

ଚିନ୍ମୟୀ-

ତୋ ଉପରେ ତ ମୁଁ ପ୍ରଥମେ ଏତେ ରାଗିଥିଲି କ‌ହିବାକୁ ନାହିଁ ହେଲେ ଧିରେ ଧିରେ ସେଇ ରାଗ ସବୁ ଏମିତି କମିଗଲା ଯେ ଜଣା ପଡ଼ିଲାନି । ତୋତେ ଛାଡ଼ିବାକୁ ମୁଁ ଯାଇପାରିଲିନି, ସେଇଟା ଅବଶୋଷ ରହିଗଲା । ଗୀତୁ ସ‌ହ ତୋ ଯୋଡ଼ି ଦେଖିଲେ ନା ମୋତେ ବି କେବେ କେବେ ଇର୍ଷା ହୁଏ, ମୋତେ ଏମିତି କାହିଁକି କେହି ସାଙ୍ଗ ମିଳୁନାହାନ୍ତି ବୋଲି ଭାବେ । ତମ ଯୋଡ଼ି ସବୁବେଳେ ଏମିତି ଥାଉ ।

ପିଙ୍କି-

ତୁ ତ ସ୍କୁଲ ବଦଳରେ କଲେଜକୁ ଆସିଗଲା ପରି ଲାଗୁଥିଲା । ସବୁବେଳେ ସମସ୍ତଙ୍କୁ କମେଣ୍ଟ ମାରିବା ପାଇଁ ତୁ କିନ୍ତୁ ରେଡି ହୋଇକି ଥାଉ ।

ସ୍ୱାଗତିକା-

କ୍ରିକେଟ ଖେଳ କଥା ଶୁଣିକି ମୁଁ ଭାବିଥିଲି କି, ତୁ ବ୍ୟାଟକୁ ଧରୁ ନା ବ୍ୟାଟ ତୋତେ? ଯାହା ବି ହେଉ ତୋ ସ‌ହ ସାଙ୍ଗ ହେବାର ୪ ବର୍ଷ ପୂରିଗଲା ଆଉ ତୁ ଜାଭାର ଦ୍ୱିତୀୟ ଅବତାର ମିନି ଜାଭା ।

କବିତା-

ତୋର ତ କେଶ ସଜେଇବା କଥା ସଭିଙ୍କୁ ମନେ ରହିଥିବ । ଶେଷ ସମୟରେ ତୋର ହାତ ଲେଖା ମୋ ପାଖରେ ରହିପାରିଲାନି, ସେଥିପାଇଁ ମନ ଟିକେ ଦୁଃଖ ହୁଏ ।

ସୁଜାନୋ-

ତୋ ନାଆଁ ଟା ମୋତେ ପ୍ରଥମେ ଟିକେ ଅଡ଼ୁଆ ଲାଗୁଥିଲା, ତା ସାଙ୍ଗରେ ପୁଣି ସାଙ୍ଗିଆ ବି ନାହିଁ । ମୁଁ ଭାବୁଥିଲି କି ୟେ କ’ଣ ବାହାର ଦେଶରୁ ଆସିଛି କି? ହେଲେ ପରେ ଜାଣିଲି କି ତୁ ପୂରା ଓଡ଼ିଆ ବୋଲି । ଆଉ ତୋର ଏଇ ନାଁ ଟା ବି ବଢ଼ିଆ ହୋଇଛି ସୁଜାମି(Suzami) ।

ପଙ୍କଜିନି-

ତୁ ବି ଆମ ଭଦ୍ରକରୁ । ତୁ ବସନ୍ତ ସାରଙ୍କୁ ବେଶି ମିସ୍ କରିବୁ ଆଉ ସମସ୍ତେ ତୋତେ ମାଆ ।

ରାଜଶ୍ରୀ-

ସ୍ମାଇଲି, ତୁ ତ ସବୁବେଳେ ହସୁଥାଉ । ନିକାଶର ଶୁଖିଲା ହସ ଦେଖିକି ତୋତେ ଲାଗିଲା କି ସେ କିଛି ଫନି ଭିଡ଼ିଓ ଦେଖିକି ହସୁଛି ଆଉ ସେଇଟା ମନେ ପଡ଼ିଲେ ମୋତେ ବି ନିକାଶ ପରି ହସ ଲାଗେ ।

ସ୍ମୃତି-

ତୁ ବି ଟିକେ ଖିଆ ପିଆ କରେ, ନ ହେଲେ କେତେ ବେଳେ କାଳବୈଶାଖି ତୋତେ ଉଡ଼େଇନେବ ।

ସ୍ୱପ୍ନା-

ମିସ ଟିଭି । ତୋର ସେଇ ବସିକି ଟିଭି ଦେଖିବା କଥା ମନେ ପଡ଼ିଲେ ନା ଏତେ ହସ ଲାଗେ କ‌ହିବାର ନାହିଁ ।

ଦୀପ୍ତିମୟୀ-

ମେକଅପ୍ ପାଇଁ ତ ତୁ ବେଶି ପ୍ରସିଦ୍ଧଃ । ଚାଲିଗଲାପରେ କେବେ କେବେ ମେକଅପ୍‌ର ଫର୍ମୂଲା ବି ଆମମାନଙ୍କୁ ପାଖକୁ ପଠେଇବୁ ।

ରାଜେଶ-

ତମେ ତ ଭାଇ ଲୋକାଲ ପିଲା । ତମ ବିଷୟରେ କିଛି କ‌ହିହେବନି । ମୋତେ ପୁଣି ବ‌ହୁତ ଥର ଭବାନୀପାଟଣା ଆସିବାର ଅଛି ନା । ଯେବେ ଆସିବି ତମେ ଥିଲେ ନିଶ୍ଚୟ ଦେଖା ହେବା ।

ଐଶ୍ୱର୍ଯା-

ଆରେ ପାଢ଼ୀ ତୁ ତ ଆଗେ ଆମକୁ ଛାଡ଼ିକି ଯିବାର ପ୍ଲାନ କରିଦେଲୁ । ନିଜର ବାହାଘର ତାରିଖ ବି ଧାର୍ଯ୍ୟ କରିଦେଲୁ । ଯାହା ହେଉ ଖୁସିରେ ରହିଥା ।

ବାନା-

ଆମ ବ୍ରାଞ୍ଚର ସବୁଠାରୁ ବେଶି ଚିନ୍ତା କରୁଥିବା ପିଲା ହୋ ତମେ । ଏତେ କଥା ଚିନ୍ତା କରନି, ପୁଣି ସବୁ ଯାକ ଝଡ଼ିଯିବ ।

ଲକ୍ଷ୍ମୀଧର-

ବେଣୁଭାଇ, ତମେ ତ ଆମର ପଢ଼ାପିଲା । ଗିରିଶ ସାରଙ୍କର ବେଶି ପସନ୍ଦ ତୁ । ଆହୁରି ଆଗକୁ ଆଗକୁ ଯା ।

ବିଚିତ୍ର-

ବିଚିତ୍ର ତୋ ନାଁ ପରି ତୁ ବି ବିଚିତ୍ର । ଯେଉଁଠି ବି ତୁ ଲ୍ୟାପଟପ ଖୋଲୁ, ସେଠାରେ କିଛି ନା କିଛି ଦେବା ନେବା ବେପାର ଆରମ୍ଭ କରିଦେଇଥାଉ ।

କମଲେଶ-

ତମେ ତ ଆମର ବେବି ହଲ୍କ । ତମ ବିଷୟରେ କିଛି ବି କ‌ହି ହେବନି ।

ବାଗେ-

ବାଗେ ଭାଇ ତମର ସେଇ ଡ୍ୟାନ୍ସ ଆଲବମ ମୁଁ ଏବେଯାଏ ଦେଖିପାରିଲିନି ନା । ତମର ରାଜଶ୍ରୀ ସ‌ହ ଡ୍ୟାନ୍ସକୁ ସମସ୍ତେ ମିସ କରିବେ ।

ଆଉ ଆମର ସାର ମାନଙ୍କ ବିଷୟରେ କିଛି ନ କ‌ହିଲେ ଭଲ ଲାଗିବ ନି ।

ଦିଲୀପ ସାର-

ସାର ତ ସବୁବେଳେ କ୍ଲାସକୁ ଆସିକି କ‌ହିବେ କି ତମର କେବେ ବି ଚାକିରି ହେବନି । ଆଉ ସାରଙ୍କ ପାଠ ପଢ଼ା ଆମେ କେବେ ପଢ଼ୁନା, କାରଣ ସାର ତ କ‌ହିଥାନ୍ତି କି, “ଇଏ ଆମର ଦରକାର ନାହିଁ, ଆଉ କାହାକୁ ୟେ ପାଠ ବି ଜଣା ନାହିଁ । ଯିଏ ପ୍ରଶ୍ନ ତିଆରି କରିଛି, ସେ ବି ଜାଣିନି, ତମେ ଲେଖିବ, ତମେ ମାନେ ବି ଜାଣିନ ଆଉ ଯିଏ ଖାତା ଦେଖିବ, ତାକୁ କିଛି ଜଣା ନ ଥିବ । ବାସ କିଛି ନା କିଛି ଲେଖିବ ।” ଆଉ ଗୋଟିଏ କଥା ହେଲା କି ସାରଙ୍କୁ ଆଣ୍ଟିରେଗିଙ୍ଗ କମିଟିର ହେଡ କରିଦିଆଗଲା । ସାର କ‌ହିଲେ କି, *“ଆଗରୁ ଜୁନିଅର ମାନେ ସିନିୟରମାନଙ୍କ ଆଗରୁ ମୁଣ୍ଡ ତଳକୁ କରିକି ଯାଉଥିଲେ ଆଉ ଏବେ ସିନିୟରମାନେ ଜୁନିଅରଙ୍କ ସାମ୍ନାରେ ମୁଣ୍ଡ ତଳକୁ କରିକି ଯିବ ।”* ସାରଙ୍କୁ କିଛି ବି କ‌ହିଲେ ସେ କେବେ ମନା କରିବେନି ।

ବସନ୍ତ ସାର-

ବସନ୍ତ ସାର ଟିକେ ବେଶି ରାଗି । ହେଲେ ଧିରେ ଧିରେ ତାଙ୍କର ରାଗ ଏମତି କମିଗଲା ଯେ, ଲାଗିଲା କି ସାର ତାଙ୍କ ରାଗକୁ କାଢ଼ିକି ଫ୍ରିଜ୍‌ରେ ରଖିଦେଇକି ଆସନ୍ତି ଆଉ ଗରମ ହେବା ପୂର୍ବରୁ ସାର ସବୁକିଛି କାମ ତୁଲାଇ ଦିଅନ୍ତି । ସାରଙ୍କ ପାଠପଢ଼ାଟା ଏମିତି ଯେ, ସାର ପଢ଼େଇଲା ପରେ ଆଉ ପଢ଼ିବା ଦରକାର ପଡ଼େନା । ଆଉ ସାରଙ୍କ ଭଳି ଇଂଲିଶ କ‌ହିବାଟା ମୋ ଦ୍ୱାରା କେବେ ହୋଇପାରିବନି ବୋଧେ ।

ଗୋପାଳ ସାର-

ପ୍ରଥମ ଦିନ କ୍ଲାସରେ ସାରଙ୍କ ସମୟାନୁବର୍ତ୍ତିତା ଉପରେ ଧାରଣା ହୋଇଯାଇଥିଲା । କବେ ବି ସାରଙ୍କର ଲ୍ୟାବ ମୁଁ ବନ୍ଦ କରିନି । ସେ *C Programming ହେଉ କି Java* ଅଥବା *Software Engineering* ହେଉ । ସାରଙ୍କର ମୁଣ୍ଡ ଏତେ ଟାଣ ଯେ କ‌ହିହେବନି । ଆଉ ସାରଙ୍କର ସେଇ ଫ୍ରେଞ୍ଚ କଟ ବାଲା ଦାଢ଼ୀରେ ସାର ପୂରା ଚୋଖା ଲାଗନ୍ତି ।

ରାଜେନ୍ଦ୍ର ସାର-

ସାର ଆପଣ ତ ମୋର ସବୁଠୁ ବେଶୀ ପସନ୍ଦ । *DCCN Viva*ରେ ମୁଁ ସବୁଥିରେ ଉତ୍ତର ଦେଇକି E ପାଇଥିଲି ଆଉ ଆପଣଙ୍କ ପାଖରେ ଅଭିଯୋଗ କଲାରୁ ଆପଣ କ‌ହିଥିଲେ ଆରଥରକୁ O ଦେଇଦେବା ଆଉ *Operating System Viva*ରେ ମୁଁ କିଛି କ‌ହିପାରିନଥିଲି ତ‌ଥାପି *O-gragde* ପାଇଥିଲି । ଆପଣଙ୍କ କଥା ଶୁଣିବାକୁ ବ‌ହୁତ ଭଲ ଲାଗେ ।

କାମାକ୍ଷ୍ୟା ସାର-

ସାର ଆପଣ ତ ସବୁଠୁ ବେଶି ସୁନ୍ଦର । ଆଉ ପ୍ରଥମ ଦିନରେ ଆମ କଲେଜରେ ବି କିଛ ଝିଅ ଆପଣଙ୍କୁ ଲାଇନ ମାରୁଥିବାର ଆମେ ଦେଖିଛୁ । ଆପଣଙ୍କ କଥା ତ ସମସ୍ତଙ୍କୁ ଜଣା । ଆପଣଙ୍କୁ ବୁଲେଟରେ ବସିକି କିଛି ଫଟୋ ବି ଲୁଚେଇକି ଉଠେଇନେଇଛି ।

ଅଶୋକ ସାର-

ସାର ଆପଣ ତ ପରୀକ୍ଷା ସମୟରେ କିଛି ବି କୁହ‌ନ୍ତିନି । *Physics* ବ୍ୟାକ ପେପରେ ତ ଆପଣଙ୍କ ପାଇଁ ହିଁ ମୋର B ଆସିଛି ।

ସୋମ୍ୟା ମ୍ୟାମ-

ଆପଣ ତ ଆମକୁ *Computer Organizations* ଏମିତି ପଢ଼େଇଥିଲେ କି ୧୫ ଦିନରେ ଆମର ସବୁକିଛି ସରିଗଲା । ଆମର ପ୍ରୋଜେକ୍ଟର ଆପଣ ଗାଇଡ଼ ବି ଥିଲେ ଆଉ ଆମେ ଥରେ ବି ଦେଖା କରିନୁ ହେଲେ ଶେଷ ସମୟରେ ଆପଣ ହିଁ ଆମକୁ ବ‌ହୁତ ସାହାଯ୍ୟ କରିଛନ୍ତି ।

DSC_6700

ଆଉ କିଛି ଅନ୍ୟସାଙ୍ଗଙ୍କ ବିଷୟରେ:

ରୋଶ୍ନୀ-

ତୋ ସ‌ହ ତ ମୁଁ ମିଶିଲି ଶେଷ ୩ ମାସରେ । ସେଥିରେ ତୋ ବିଷୟରେ ଜାଣିଲି କି, ଏମିତି କିଛି କାମ ନାହିଁ ଯାହା ତୁ କରିପାରିବୁନି । ସବୁ କାମ ପୁଣି ବିନା ଆଶାରେ କରିଥାଉ । ଖେଳଠାରୁ ଆରମ୍ଭ କରି ପଢ଼ା ପର୍ଯ୍ୟନ୍ତ ସବୁଥିରେ ତୁ ହିଁ ତୁ । ଓଡ଼ିଆ, ହିନ୍ଦୀ ଆଉ ଇଂରାଜୀରେ ତୋର ଜ୍ଞାନ ଦେଖିକି ମୁ ତ ତୋର ପ୍ରଶଂସା ନ କରି ରହିପାରିଲିନି । ସବୁବେଳେ କ‌ହୁଥିଲୁ ନା, ମୋତେ କାହିଁକି ଅସୁବିଧା ହେଉଥିଲା ତୋର ଅଧିକ ଲେଖା ରହିଲେ । ତା’ର କାରଣ ହେଲା ଏତେ ସବୁ କିଛି ଦେଖିକି ନା ମୋତେ ଇର୍ଷା ହେଉଥିଲା କି ଇଏ ଏତେ ସବୁ କେମିତି କରିପାରୁଛି ।

ଅଙ୍କିତା-

ଆମ କଲେଜରେ ଏମିତି କେହି ନଥିବେ, ଯିଏକି ତୋତେ ଜାଣିନଥିବେ । ଆଉ ସେଦିନ ଗଲାବେଳେ ଏତେ କାନ୍ଦିଲୁ ଯେ, ବସ ଡ୍ରାଇଭରକୁ କନ୍ଦେଇଦେଲୁ । କ୍ଷମା କରିବୁ, ମୁଁ କଲେଜରୁ ଆସିବା ଲେଟ ହେଇଗଲା ଆଉ ତୋତେ ଦେଖାକରିବାକୁ ଆସିପାରିଲିନି ।

ଆଉ ବାକି ସବୁ ଜୁନିଅରମାନେ, ଯେଉଁମାନେ କଲେଜ ପତ୍ରିକା ପାଇଁ କାମ କରୁଥିଲେ ଆଉ ସାମାଜିକ ସେବା ସଂଘର ସଦସ୍ୟମାନଙ୍କୁ କେବେ ଭୁଲିପାରିବିନି।

ଅଭୂଲା ଭାବପ୍ରବଣତା ଝଗଡ଼ା

Rate the content


Originality
Flow
Language
Cover design

Comments

Post

Some text some message..