Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ଲଭ ଇନ କଲେଜ
ଲଭ ଇନ କଲେଜ
★★★★★

© Manoj Kumar Panda

Romance

8 Minutes   473    17


Content Ranking

ସାଧାରଣତଃ ଦଶମ ଶ୍ରେଣୀରେ ସବୁ ପିଲାମାନେ ଭାବିଥାନ୍ତି ଦଶମ ସରିଗଲା ପରେ ଆଉ କୌଣସି ଚିନ୍ତା ନାହିଁ। ସେମାନେ ପୁରା ବିନ୍ଦାସ, କଲେଜ ରେ ପାଠ କମ୍ ମଜା ମସ୍ତି ଅଧିକା କିନ୍ତୁ ବାସ୍ତବ କ୍ଷେତ୍ରରେ ହୁଏ ଠିକ୍ ଏହାର ବିପରୀତ ଜୀବନ ସହଜ ହେବା ବଦଳରେ ହୋଇଥାଏ କଣ୍ଟକିତ। ଆଉ ଜୀବନର ଏଇ ଦୋଛକିରେ ଟିକେ ଭୁଲ୍ ହେଲେ ସମ୍ପୂର୍ଣ୍ଣ ଜୀବନ ହୁଏ ଅସଜଡ଼ା।

ସଂଗ୍ରାମ ଗୋଟେ ଦାୟିତ୍ବହୀନ, ନା ଦାୟିତ୍ବହୀନ କହିବା ଭୁଲ୍ ହେବ ଫୁଲାଫାଙ୍କିଆ ପିଲା। ସଂସାରର ସବୁ ପିଲାଙ୍କ ଚିନ୍ତାଧାରାରୁ ସଂଗ୍ରାମ ବାଦ୍ ଯାଆନ୍ତା କିପରି ସେ ବି କଲେଜ୍ ଜୀବନକୁ ନେଇ ଅନେକ ସ୍ବପ୍ନ ଦେଖିଚି। ପିଲାବେଳୁ ହଷ୍ଟେଲରେ ରହୁଥିବା ସଂଗ୍ରାମ ଆଉ ହଷ୍ଟେଲରେ ରହିବନି ବୋଲି ସ୍ଥିର କରିଛି। ଏଥର ବାପାଙ୍କୁ କହି ନୂଆ ବାଇକ୍ ଟିଏ କିଣିବ ତାଙ୍କ ପୁରୁଣା ସ୍ପ୍ଲେଣ୍ଡର ଧରିବନି।

ସବୁ ବାପା ମା ଚାହିଁଥାନ୍ତି ତାଙ୍କ ପିଲା ଅନ୍ୟମାନଙ୍କ ପିଲାଠାରୁ ଭଲ କଲେଜ୍ ରେ ପଢୁ। ୨ ରେ ପିଲା ବିଜ୍ଞାନ ପଢୁ ବୋଲି ଦୁନିଆର ସବୁ ବାପା ମା ଚାହାଁନ୍ତି, ସେଥିପାଇଁ ପରା ରାଜଧାନୀରେ ଛତୁ ଫୁଟିଲା ଭଳି ଘରୋଇ ବିଜ୍ଞାନ କଲେଜ୍। ସଂଗ୍ରାମ ର ବାପା ମା ଏଥିରୁ ବାଦ୍ ଯାଆନ୍ତେ କେମିତି ତାକୁ ନ ପଚାରି ଭୁବନେଶ୍ୱର ର ବ୍ରହ୍ମପୁତ୍ର ରେସିଡେଣ୍ଟଲ୍ କଲେଜ୍ ରେ ତାର ନାମଲେଖା ହୋଇଗଲା। ସେ ବି ବାପାଙ୍କ ଆଗରେ କିଛି ବି କହିପାରିଲାନାହିଁ, କହିବ ବି କେମିତି ଦୁନିଆରେ ଏଇ ଜଣଙ୍କୁ ତ ସିଏ ଭୟ କରେ।

କଲେଜ୍ ଲାଇଫ୍ କୁ ନେଇ ପିଲାମାନଙ୍କ ଭିତରେ ଗୋଟେ କ୍ରେଜ୍ ଥାଏ। କଲେଜ ହଷ୍ଟେଲରେ ନୂଆ ପିଲା ନୂଆ ମାହୋଲ୍ କୁ ନେଇ ଯେତିକି ଉତ୍ସାହ ଥିଲା ତାଠୁ ବେଶୀ ଭୟ ସୃଷ୍ଟି ହୋଇଥିଲା ହଷ୍ଟେଲରେ ସିନିୟର୍ ମାନଙ୍କ ରାଗିଂ କଥା ଭାବି।

ଭୟ ଆଉ ଉତ୍ସାହ ଭରାମନରେ ହଷ୍ଟେଲରେ ପାଦ ଦେଲା ସଂଗ୍ରାମ। ସଂଗ୍ରାମର ହଷ୍ଟେଲ ରେ ପ୍ରଥମଦିନ..........

ସଂଗ୍ରାମ ର ହଷ୍ଟେଲରେ ପ୍ରଥମ ଦିନ ନା ହଷ୍ଟେଲରେ ତ ସେ ଆଗରୁ ରହିଛି କଲେଜ୍ ର ପ୍ରଥମ ଦିନ। ରବିବାର ଦିନ ତା ବାପା ଆଣି ହଷ୍ଟେଲରେ ଛାଡ଼ିଦେଲେ। ୨ ଜଣ ପିଲା ରହୁଥିବା ରୁମ୍ ରେ ସଂଗ୍ରାମ ସହ ରହିଥିଲା ସୌମ୍ୟ, ଦୁହେଁ ଦୁହିଁଙ୍କ ପାଇଁ ଥିଲେ ଅଜଣା କିନ୍ତୁ ପାରିବାରିକ ସମ୍ପର୍କ ପାଇଁ ଦୁହିଙ୍କୁ ଗୋଟିଏ ରୁମ୍ ରେ ରଖାଯାଇଥିଲା।

ଉଭୟେ ତା ପରଦିନ ସାଙ୍ଗ ହୋଇ କଲେଜ୍ ଯାଇଥିଲେ। କାହାର ବି ୟୁନିଫର୍ମ ନଥିଲା ସମସ୍ତେ ଅଲଗା ଅଲଗା ପୋଷାକରେ ଥିଲେ। ନିଜକୁ ଅପ୍ରସ୍ତୁତ ମନେକରି ଦୁହେଁ ପଛରେ ବସିଲେ।ସମସ୍ତେ ପରସ୍ପର ଭିତରେ ଗପିଚାଲିଥିଲେ। କ୍ଲାସ୍ ରୁମ୍ ପୁରା କୋଳାହଳ ରେ ଭର୍ତ୍ତି। ନାୟକ ସାର୍ କ୍ଲାସ୍ କୁ ଆସିସାରିଥିଲେ ମଧ୍ୟ ପିଲାମାନଙ୍କର ପାଟି ବନ୍ଦହେଉନଥିଲା। ସାର୍ ପିଲାଙ୍କର ଇଁଟରୁଦକ୍ସନ୍ ନେଉଥାନ୍ତି। ଗୋଟିଏ ଝିଅ ତାର ଇନ୍ତ୍ରୁଦକ୍ସନ୍ ଦେଉଥିବା ସମୟରେ ହଠାତ୍ ସୌମ୍ୟ ଆଉ ସଂଗ୍ରାମଙ୍କ ଉପରକୁ ଚକ୍ ପକାଇ ସଂଗ୍ରାମକୁ କହିଲେ "ଏଇ ଝିଅଟିର ନେମ୍ କଣ?"

ପରସ୍ପର ଗପୁଥିବା ରୁ ନାଁ ଟି କହିପାରିଲାନାହିଁ, ସାର୍ କିନ୍ତୁ କିଛି ନ କହି ପାଟି ବନ୍ଦକରି ଶୁଣିବାକୁ କହିଲେ। କ୍ଲାସ୍ ସାରି ଦୁହେଁ ରୁମ୍ କୁ ଫେରିଲେ।

ରାତିରେ ସଂଗ୍ରାମ ରୁମ୍ ରେ ସୌମ୍ୟ କୁ ବ୍ଲୁ ଚୁଡିଦାର ପିନ୍ଧିଥିବା ଝିଅଟିର ନାଁ ପଚାରିଲା। ସୌମ୍ୟ କିନ୍ତୁ ଜାଣିପାରିଲାନି ପଚାରିଲା କଉ ଝିଅ, ସଂଗ୍ରାମ କ୍ଲାସ୍ ରେ ପଚରାଯାଇଥିବା ଝିଅ ର ନାଁ ବୋଲି କହିଲା। ସୌମ୍ୟ ଥଟାରେ କହିଲା "ଡ୍ରେସ୍ ରଙ୍ଗ ମନେ ରଖିଦେଇଛୁ ପ୍ରେମ ରଙ୍ଗ ଲାଗିଗଲା କିରେ!"

ସଂଗ୍ରାମ ମନରେ ସେମିତି କିଛି ଭାବନା ନଥିବାରୁ ସଂଗ୍ରାମ ବି ସେ କଥାକୁ ଏଡାଇ ଦେଇଥିଲା।

କିଛି ଦିନ ପରେ ଇଚ୍ଛାଧୀନ କ୍ଲାସ୍ ଷ୍ଟାର୍ଟ ହୋଇଛି ଆଉ ଇଲେକ୍ଟ୍ରୋନିକ୍ସ ବ୍ରାଞ୍ଚ ରେ ସଂଗ୍ରାମ ର ଦେଖାଯାଇଛି ସେଇ ବ୍ଲୁ ଚୁଡିଦାର ପିନ୍ଧା ଝିଅ ଲକ୍ଷ୍ମୀ ସହ ।

ସଂଗ୍ରାମର ଦେଖାହୋଇଛି ସେ ବ୍ଲୁ ଚୁଡିଦାର୍ ପିନ୍ଧା ଝିଅ ଲକ୍ଷ୍ମୀ ସହ, ସଂଗ୍ରାମ କୁ ଦେଖି ସେ ହସିଦେଇ ଚାଲିଯାଇଛି। କ୍ଲାସରୁ ଫେରି ସଂଗ୍ରାମ ସୌମ୍ୟ କୁ ଆଉ କିଛି ଜଣାଇଲା ନାହିଁ।ରାତିରେ ନିଷ୍ପତ୍ତି ନେଲା ଯେମିତି ହେଲେ ଲକ୍ଷ୍ମୀ ସହ କଥାହେବ। ଛୋଟବେଳୁ ବଏଜ୍ ସ୍କୁଲ୍ ରେ ପଢିଆସିଥିବା ସଂଗ୍ରାମ ପାଇଁ ଏସବୁ କେବଳ ନୂଆ ନଥିଲା ଏକ ଯୁଦ୍ଧ ପରି ଥିଲା ଆଉ ସେ ଏଥିରେ ଯେମିତି ହେଲେ ବିଜୟୀ ହେବ ବୋଲି ନିଷ୍ପତ୍ତି ନେଲା।

ତା ପରଦିନ କ୍ଲାସରେ ସାର୍ ଟିକେ ଆସିବାରେ ଲେଟ୍ କଲେ,ଏହି ସମୟରେ ସଂଗ୍ରାମ ଲକ୍ଷ୍ମୀ ବେଞ୍ଚ୍ ପାଖକୁ ଗଲା,କିଛି ନ କହିପାରି ଥତମତ ହେଲା। ସଂଗ୍ରାମ କିଛି କହିବା ପୂର୍ବରୁ ଲକ୍ଷ୍ମୀ କଣ ହେଲା ବୋଲି ପଚାରିଲା। ହଠାତ୍ ତା ସ୍ୱର ଶୁଣି ସଂଗ୍ରାମ କଣ କହିବ ଜାଣି ନ ପାରି ତାର କେମେଷ୍ଟ୍ରୀ ନୋଟ୍ ମାଗିଲା ଆଉ ସେ ବି କିଛି ନ ଭାବି ଖାତା ଦେଲା।

ସଂଗ୍ରାମ ତା ନୋଟ୍ ଆଣିବା ଦେଖି ସୌମ୍ୟ ତାକୁ ଲକ୍ଷ୍ମୀ ନାଁ ରେ ପୁଣି ଚିଡାଇବାକୁ ଲାଗିଲା ଓ ହଷ୍ଟେଲ ର ସମସ୍ତଙ୍କୁ କହିଲା। ତା କଥାକୁ କେହି ଏତେ ଧ୍ୟାନ ଦେଲେନି ଏଇ ସାଧାରଣ କଥାକୁ ନେଇ ଏମିତି ମିଛ କଥା ପ୍ରଚାର କରନା ବୋଲି କହିଲେ।

ଆସ୍ତେ ଆସ୍ତେ କିଛିଦିନ ଭିତରେ ଲକ୍ଷ୍ମୀ ସହିତ ସଂଗ୍ରାମ ର ଏକ ପ୍ରକାର ବନ୍ଧୁତା ସୃଷ୍ଟି ହୋଇଗଲା। ଏହି ବନ୍ଧୁତାକୁ ସୌମ୍ୟ ଓ ଅନ୍ୟ ସାଙ୍ଗମାନେ ସହଜରେ ଗ୍ରହଣ କରିପାରିନଥିଲେ,ସେମାନେ ଧୀରେ ଧୀରେ ସୌମ୍ୟ ର କଥାକୁ ବିଶ୍ୱାସ କରିଯାଇଥିଲେ। ସଂଗ୍ରାମ ନାଁ ସହିତ ଲକ୍ଷ୍ମୀ ନାଁ କୁ ଯୋଡି ଅନେକ କଥା କୁହାକୁହି ହେଲେ। ଏଇ ଯେମିତି ଦୁହିଁଙ୍କ ଭିତରେ କିଛି ଚାଲିଛି।ଯଦିଓ ସଂଗ୍ରାମ କେବେ ତାକୁ ସେ ନଜର ରେ ଦେଖିନଥିଲା କାରଣ କଲେଜ୍ ର କଡ଼ା ଅନୁଶାସନ ଯୋଗୁ ତା ସହ ସେ ସେତେ ଭଲଭାବେ ମିଶିବାର ସୁଯୋଗ ପାଇନଥିଲି।

ତା ସହ ଅଧିକ ସମୟ ବିତାଇବା ପାଇଁ ସୁଯୋଗ ମିଳିଥିଲା ଆମ ସିନିୟର୍ ମାନଙ୍କ ଫେୟର ୱେଲ୍ ପ୍ରସ୍ତୁତି ସମୟରେ ।

ଲକ୍ଷ୍ମୀ ସହ ଅଧିକ ସମୟ ବିତାଇବା ପାଇଁ ସୁଯୋଗ ମିଳିଥିଲା ସିନିୟର୍ ମାନଙ୍କ ଫେୟାରୱ୍ଵେଲ୍ ପ୍ରସ୍ତୁତି ସମୟରେ, ଯେହେତୁ ଦୁହିଁଙ୍କୁ ଏକାଠି ପରଫର୍ମ କରିବାର ଥିଲା। ପରଫରମଂସ୍ ପାଇଁ ଦୁହେଁ ପରସ୍ପର ସହ ଅଧିକ ସମୟ ବିତାଇଥିଲେ। କଲେଜ୍ ର ଏଇ ୭-୮ ମାସ ଭିତରେ ସଂଗ୍ରାମ ଅନେକ ଝିଅଙ୍କ ସହ ମିଶିଥିଲେ ମଧ୍ୟ କାହା ପ୍ରତି କେବେ ଆକର୍ଷିତ ହୋଇନଥିଲା ଯାହା ଲକ୍ଷ୍ମୀ ପ୍ରତି ହୋଇଥିଲା।

ଲକ୍ଷ୍ମୀ ପ୍ରତି ଆକର୍ଷିତ ହେବାର କାରଣ ବି ସେମିତି ଥିଲା।କଲେଜ୍ ରେ ଏତେ ପୁଅ ଥିଲେ ବି ଲକ୍ଷ୍ମୀ ସଂଗ୍ରାମକୁ ନିଜର ଭାବି ଅନେକ କଥା କହୁଥିଲା। ସଂଗ୍ରାମର ଛୋଟ ଛୋଟ ଥଟା ରେ ରଗିଯାଉନଥିଲା। ସଂଗ୍ରାମର ଛୋଟ ଛୋଟ ଭୁଲରେ ନିଜର ଭାବି ଆକଟ କରୁଥିଲା।ଫେୟାରୱେଲ୍ ବି ସରିଯାଇଥିଲା ଆଉ ଆସ୍ତେ ଆସ୍ତେ ଦିନ ବି ଗଡ଼ିଚାଲିଥିଲା କିନ୍ତୁ ଲକ୍ଷ୍ମୀ ପ୍ରତି ଥିବା ଭାବନା ଏକ ଆକର୍ଷଣ ନାଁ ପ୍ରେମ ବୁଝିପାରୁନଥିଲା।

ଏହି ସ୍ଥିତିରେ ସଂଗ୍ରାମ ସୈାମ୍ୟର ସହଯୋଗ ଲୋଡିଲା ଯେହେତୁ ଝିଅ ମାମଲା ରେ ସୌମ୍ୟ ସବୁବେଳେ ଆଗୁଆ ହେଲେ ଆଜିଯାଏଁ କୌଣସି ଗୋଟିଏ ବି ଝିଅ କୁ ନିଜର କରିପାରିନି।ସଂଗ୍ରାମର ଏପରି କଥା ଶୁଣି ସୌମ୍ୟ ଏସବୁ ଆକର୍ଷଣ ନୁହେଁ ପ୍ରେମ ବୋଲି କହିଲା। ପ୍ରେମ ରେ ପଡ଼ିଥିବା ପ୍ରତ୍ୟେକ ମଣିଷ ଜୀବନରେ ଜଣେ ପ୍ରେମଗୁରୁ ଥିବେ ଯିଏକି ତାକୁ ମାର୍ଗଦର୍ଶନ ଦେଉଥିବେ ଆଉ ସଂଗ୍ରାମର ଏହି ପ୍ରେମ ରେ ମାର୍ଗଦର୍ଶକ ସାଜିଥିଲା ସୌମ୍ୟ।

ସଂଗ୍ରାମ ର ପ୍ରେମ ହଷ୍ଟେଲ ର ପିଲାଙ୍କଠୁ ଆରମ୍ଭ କରି ୱାର୍ଦେନ୍ ପର୍ଯ୍ୟନ୍ତ ସମସ୍ତଙ୍କ ପାଖରେ ଖବର ପହଞ୍ଚିଯାଇଥିଲା, ପହଞ୍ଚିବନି କେମିତି ସୌମ୍ୟ କୁ ସିଏ ମାର୍ଗଦର୍ଶକ ଯେତେବେଳେ ବାଛିଛି। ଏହି ସବୁ ଭିତରେ ସଂଗ୍ରାମ ତାର ପାଠଶାଠ ଭୁଲି ସବୁବେଳେ ଖାଲି ଲକ୍ଷ୍ମୀ ର ଚିନ୍ତାରେ ବୁଡିରହିଛି ହଷ୍ଟେଲରୁ ସବୁବେଳେ ଛୁଟି ଖୋଜୁଥିବା ସଂଗ୍ରାମ କିନ୍ତୁ ଏଥର ଖରା ଛୁଟି ହେଉ ବୋଲି ଚାହୁଁନଥିଲା। ଲକ୍ଷ୍ମୀ ଠାରୁ ୫୦ ଦିନରୁ ଅଧିକ ଦିନର ଦୂରତା ସେ କେମିତି ରହିବ ଖାଲି ସେଇ କଥା ଭାବୁଥିଲା। ଲକ୍ଷ୍ମୀ ସହ ଯୋଗାଯୋଗ କରିବା ପାଇଁ ମଧ୍ୟ କିଛି ସୁବିଧା ନଥିଲା।ଛୁଟିପରେ ହଷ୍ଟେଲକୁ ଡେରି ରେ ଫେରୁଥିବା ସଂଗ୍ରାମ କିନ୍ତୁ ଏଥର ପ୍ରଥମ ଦିନ ଆସି ପହଞ୍ଚିଥିଲା।

ଦିନ ପରେ ଦିନ ଗଡ଼ିଚାଲିଛି। କଲେଜରେ ଭଲ ନମ୍ବର ରଖୁଥିବା ସଂଗ୍ରାମ କିନ୍ତୁ ପଢ଼ାରେ ଦିନକୁ ଦିନ ଖରାପ କରିବାରେ ଲାଗିଛି।ପ୍ରେମରେ ପଡ଼ିଥିବା ବ୍ୟକ୍ତିକୁ ପ୍ରେମ ଛଡ଼ା ଆଉ କିଛି ଦିଶେନା,ସଂଗ୍ରାମ କ୍ଷେତ୍ରରେ ବି ସେମିତି ହେଉଛି। ସୌମ୍ୟ କଥା କଥାରେ ତାକୁ ଭରସା ଦେଇସାରିଛି ଯେ ଲକ୍ଷ୍ମୀ ତାକୁ ଭଲ ପାଉଛି ବୋଲି, ଖାତା ପଛରେ ଲଭ୍ ଗେମ୍ କରି କହିଦେଇଛନ୍ତି ୯୮% ଲଭ୍ ଉଭୟଙ୍କର। ସଂଗ୍ରାମ ବି ଖାତା ବହି ସବୁଥିରେ ତା ନାଁ ସହିତ ନିଜ ନାଁ କୁ ଯୋଡ଼ି ଲେଖିଛି।ତାକୁ ଚିଡାଉଥିବା ପିଲାଙ୍କୁ ଉପରେ ଗାଳି ଦେଲେବି ମନେ ମନେ ବହୁତ ଖୁସି ହୁଏ।

ଏତେ ସବୁ କଥା ହେଲା ପରେ ବି ଲକ୍ଷ୍ମୀ ତରଫରୁ କୌଣସି ପ୍ରତିକ୍ରିୟା ନ ମିଳିବାରୁ ସଂଗ୍ରାମ ସୌମ୍ୟ ଆଗରେ ବ୍ୟସ୍ତତା ପ୍ରକାଶ କରିଛି। ସୌମ୍ୟ ବୁଝାଇଦେଇଛି ଝିଅ ପିଲାମାନେ କେବେ କୌଣସି କଥା ଆଗେ କୁହନ୍ତିନି ତେଣୁ ପୁଅ ପିଲା ହିସାବରେ ସଂଗ୍ରାମ କୁ ଆଗେ କହିବାକୁ ପଡ଼ିବ। ଖାଲି ଖାଲି ନ କହି ସାଙ୍ଗରେ କିଛି ଚକୋଲେଟ୍ ଆଉ ଗିଫ୍ଟ୍ ବି ଦେବାକୁ ପଡ଼ିବ।

ସଂଗ୍ରାମ ତଥାପି ସାହସ ସଞ୍ଚୟ କରି ଲକ୍ଷ୍ମୀ ଆଗରେ କିଛି କହିପାରିନି। ଶେଷରେ ସ୍ଥିର କରିଛି ଯାହା ବି ହେଇଯାଉ ଆଗକୁ ଟେଷ୍ଟ୍ ପରୀକ୍ଷା ଅଛି,ପରୀକ୍ଷା ଟା ସରିଗଲା ପରେ ନିଶ୍ଚୟ କହିବ। କଲେଜ୍ ସାରା ପିଲା ଯେତେବେଳେ ନିଜର ପାଠପଢା କୁ ନେଇ ବ୍ୟସ୍ତ ବୋଧହୁଏ ସଂଗ୍ରାମ ଏକମାତ୍ର ପିଲା ଯିଏ ପାଠ ଛାଡ଼ି ଲକ୍ଷ୍ମୀ କୁ କଣ ଗିଫ୍ଟ ଦେବ, ଲକ୍ଷ୍ମୀ ଖରାପ ଭାବିବନି ତ ଏମିତି ଅନେକ ଚିନ୍ତାରେ ବୁଡିରହୁଥିଲା।

ପରୀକ୍ଷା ସରିଛି ଆଉ ସଂଗ୍ରାମ ପାଖରେ ଥିବା ପଇସା ମଧ୍ୟ ସରିଛି। ଗିଫ୍ଟ ଆଉ ଚକୋଲେଟ୍ ପାଇଁ ପାଖରେ ପଇସା ବି ନାହିଁ।ତଥାପି ସାଙ୍ଗସାଥୀ ମାନଙ୍କ ଠାରୁ ଧାର କରଜ୍ କରି ପଇସା ଆଣିଚି ଆଉ ମାସ ଆରମ୍ଭରେ ତା ବାପା ପଇସା ଦେଲେ ଦେଇଦେବ ବୋଲି କହିଛି।

ସଂଗ୍ରାମ ସେ ପଇସାରେଗିଫ୍ଟ ଆଉ ଚକୋଲେଟ୍ କିଣିଛି ଆଉ ତାକୁ ସାଙ୍ଗରେ ନେଇ କଲେଜକୁ ଯାଇଛି। କ୍ଲାସ୍ ସରିବା ପରେ ସଂଗ୍ରାମ ଲକ୍ଷ୍ମୀ କୁ ଡାକିଛି। ତା ସାଙ୍ଗରେ ଥିବା ବେବି କୁ ସୌମ୍ୟ ମ୍ୟାମ୍ ଡାକୁଛନ୍ତି କହି ପଠେଇଦେଇଛି।

ଏବେ କ୍ଲାସରେ ଖାଲି ସଂଗ୍ରାମ ଆଉ ଲକ୍ଷ୍ମୀ। ସଂଗ୍ରାମ କିଛି କହିବା ଆଗରୁ ଲକ୍ଷ୍ମୀ କହିଲା ଏମିତି କଣ ଗୁପ୍ତ କନଥା କହିବାର ଅଛି ଯେ ଏକୁଟିଆ ଡାକିଛି।ସଂଗ୍ରାମ ଲକ୍ଷ୍ମୀ ର କଥାଶୁଣି ପୁରା ନର୍ଭସ୍ ହୋଇଯାଇଛି।କେମିତି କହିବ କଣ କହିବ ଭାବିପାରୁନି।

କିଛି ସମୟ ପରେ ନୀରବତା ଭାଙ୍ଗି ସଂଗ୍ରାମ କହିଛି ତାକୁ ରାତିରେ ନିଦ ହେଉନି, କଣ କରିବ କିଛି ଜାଣିପାରୁନି, ତାକୁ କିଛି ବି ଭଲ ଲାଗୁନି।

ଲକ୍ଷ୍ମୀ କହିଛି ଯାହା କହିବାର ଅଛି ନ କହି ଏମିତି କଣ କହୁଛୁ।

ସଂଗ୍ରାମ କହିଛି ସେ ଲକ୍ଷ୍ମୀ କୁ ପସନ୍ଦ କରେ ବୋଲି ଲକ୍ଷ୍ମୀ ବି କହିଛି ଏଥିରେ ନୂଆ କଥା କଣ ସେ ବି ସଂଗ୍ରାମ କୁ ପସନ୍ଦ କରେ।

ସଂଗ୍ରାମ କହିଛି ସେ ପସନ୍ଦ ନୁହେଁ କେମିତି କହିବ କିଛି ବି କହିପାରୁନି। ଲକ୍ଷ୍ମୀ ହସି ହସି କହିଛି ସଂଗ୍ରାମ ପ୍ରପୋଜ୍ କଲା ବେଳେ ବି କିଏ ଏତେ ଲାଜ କରୁନଥିବେ।

ସଂଗ୍ରାମ ସଙ୍ଗେ ସଙ୍ଗେ କହିଛି ହଁ ପ୍ରପୋଜ୍, "I love you,I really love you, I can't live without you."

ସଂଗ୍ରାମ କଥା ଶୁଣି ଲକ୍ଷ୍ମୀ ଆଶ୍ଚର୍ଯୟଚକିତ ହୋଇଯାଇଛି। ସେ କହିଛି ସେ କେବେ ସଂଗ୍ରାମକୁ କେବେ ସାଙ୍ଗଠୁ ଅଧିକ ଭାବିନି।ଏ ପ୍ରେମ ଭଲପାଇବା ଉପରେ ସେ ବିଶ୍ୱାସ କରେନା।ସେ ପଢିବାକୁ ଆସିଛି ତାର ସ୍ବପ୍ନ ଅଲଗା ଅଛି।ଏତିକି କହି ଲକ୍ଷ୍ମୀ ଚାଲିଯାଇଛି।

ସଂଗ୍ରାମ ପୁରା ଭାଙ୍ଗିପଡ଼ିଚି,କଣ କରିବ କିଛି ବି ବୁଝିପାରୁନଥିଲା।ଯାହା ପଛରେ ସେ ୨ ବର୍ଷ ବିତାଇଦେଲା ସେ ଆଜି ତାକୁ ମନା କରିଦେଇ ଚାଲିଗଲା। ସଂଗ୍ରାମ ରୁମ୍ ରେ ଆସି ଖାଲି କାନ୍ଦିଛି, ସୌମ୍ୟ ତାକୁ ବୁଝାଇବାକୁ ଲାଗିଛି।ସାଙ୍ଗ ଛାଡ଼ ଝିଅ ମାନେ ସେମିତି,ଗୋଟେ ଗଲେ ଆଉ ଗୋଟେ ଆସିବ।

ଦୁନିଆର ସବୁ ଝିଅ ତାଙ୍କ ଜୀବନରେ ଏମିତି ଘଟିଲେ ପ୍ରଥମେ ତାଙ୍କ ବେଷ୍ଟି କୁ ଜଣେଇ ଥାଆନ୍ତି, ଲକ୍ଷ୍ମୀ ସେଥିରୁ ବାଦ୍ ଯାଆନ୍ତା କିପରି!

ଝିଅ ପିଲାଙ୍କ ପେଟରେ କିଛି ବି କଥା ରୁହେନା ଆଉ ତୁଣ୍ଡ ବାଇଦ ସହସ୍ର କୋଶ ତେଣୁ ସଂଗ୍ରାମ ଆଉ ଲକ୍ଷ୍ମୀ ର ପ୍ରପୋଜ୍ କଥା ପଡ଼ିଲା ଗାର୍ଲ୍ସ ହଷ୍ଟେଲ ସୁପରିଟେଁଦେଣ୍ଟ୍ ଶାନ୍ତି ମ୍ୟାଡ଼ାମ୍ ଙ୍କ କାନରେ(କ୍ରମଶଃ)

ବୋର୍ଡ ପରୀକ୍ଷା ର ଶେଷ ପରୀକ୍ଷା ହିନ୍ଦୀ/ସଂସ୍କୃତ ଥିଲା। ସଂଗ୍ରାମ ହିନ୍ଦୀ ଛାତ୍ର ଆଉ ଲକ୍ଷ୍ମୀ ସଂସ୍କୃତ ଛାତ୍ରୀ। ପରୀକ୍ଷା ପୂର୍ବରୁ ପ୍ରାୟ ୭ ଦିନ ଛୁଟି ଥିଲେ ବି ଏଇ ସାତ ଦିନ ସଂଗ୍ରାମ ପାଠ ଅପେକ୍ଷା ଲକ୍ଷ୍ମୀ କଥା ଅଧିକ ଭାବୁଥିଲା।ହଷ୍ଟେଲ ପ୍ରାୟ ଖାଲି ହୋଇସାରିଥିଲା ଅର୍ଦ୍ଧାଧିକ ପିଲା ଘରକୁ ଯାଇସାରିଥିଲେ କେବଳ ହିନ୍ଦୀ ସଂସ୍କୃତ ପିଲାଙ୍କୁ ଛାଡ଼ି,ତେଣୁ ପରୀକ୍ଷା ଦେବାପାଇଁ ଆଜି ପୁଅ ଝିଅ ସବୁ ଗୋଟିଏ ବସରେ ଯାଇଛନ୍ତି। ପରୀକ୍ଷା ରୁ ବାହାରିଲା ପରେ ସଂଗ୍ରାମ ଲକ୍ଷ୍ମୀ କୁ ସାମ୍ନା କରିବା ପାଇଁ ନିଜକୁ ପ୍ରସ୍ତୁତ କରୁଥାଏ ,ଆଜି ତ ଗୋଟିଏ ବସ୍ ରେ ଯାଉଛନ୍ତି ବସ୍ ରେ ଆଜି ପଚାରିଦେବ କିନ୍ତୁ ଶାନ୍ତି ମ୍ୟାମ୍ ଙ୍କ ଉପସ୍ଥିତି ତାର ସବୁ ପ୍ରସ୍ତୁତି ନଷ୍ଟ କରିଦେଲା।ସମସ୍ତେ ପରୀକ୍ଷା ର ପ୍ରଶ୍ନ କାହାର କେମିତି ହେଇଚି କଥା ହେବା ବେଳେ ଲକ୍ଷ୍ମୀ ଠୁ ଉତ୍ତର କଣ ହେବ ଭାବି ନୀରବ ରହିଛି ସଂଗ୍ରାମ।ବସ୍ ରୁ ଓହ୍ଲେଇବାପରେ ଲକ୍ଷ୍ମୀ ଆଡ଼କୁ ସଂଗ୍ରାମ ଆଗେଇବା ବେଳେ ଅମିତ୍ ସତ୍ୟ ଜ୍ୟୋତି ଡେଜି ରଙ୍ଗ ଖେଳ ଆରମ୍ଭ କରିଦେଲେ। ପରୀକ୍ଷା ଶେଷ ତଥା କଲେଜ୍ ର ଶେଷ ଦିନ ହୋଇଥିବାରୁ କେହି ବିରୋଧ କରିନଥିଲେ ଧୀରେ ଧୀରେ ଅଦିନିଆ ହୋଲି ରେ ମସଗୁଲ୍ ହୋଇଯାଇଥିଲେ ସମସ୍ତେ,ଆଉ ରଙ୍ଗଖେଳ ରୁ ନିଜକୁ ଦୂରେଇ ନେଉଥିଲା ରଙ୍ଗକୁ ଭଲ ସଂଗ୍ରାମ। ହାତରେ ରଙ୍ଗ ଆଉ ଗୋଟେ ହାତରେ ବହି ଧରି ସଂଗ୍ରାମ ଆଡ଼କୁ ମାଡିଆସିଲା ଲକ୍ଷ୍ମୀ ତା ଗାଲରେ ରଙ୍ଗ ବୋଳିଦେଇ କହିଲା ତତେ ତ ରଙ୍ଗ ପସନ୍ଦ ନୁହେଁ ମୋ ବହିଟା ଟିକେ ଧରିଥିବୁ।ସଂଗ୍ରାମ କିଛି କହିବା ଆଗରୁ ପୁଣି ରଙ୍ଗ ଖେଳ ମଝିକୁ ଚାଲିଗଲା ଲକ୍ଷ୍ମୀ।ସଂଗ୍ରାମ ଗାଲରେ ରଙ୍ଗ ଦେଖି ସମସ୍ତେ ତା ଦେହରେ ରଙ୍ଗ ଲଗେଇବାକୁ ଆସିବାରୁ ସେ ରୁମ୍ ଭିତରକୁ ଚାଲିଗଲା।

କିଛି ସମୟ ପରେ ରଙ୍ଗ ଖେଳ ସରିଯାଇଥିଲା ଆଉ ପିଲା ନିଜ ନିଜ ଘରକୁ ଯାଉଛନ୍ତି। ସୌମ୍ୟ ଦଉଡ଼ି ଦଉଡ଼ି ଆସି କହିଛି ଆରେ ଲକ୍ଷ୍ମୀ ତା ବାପାଙ୍କ ସହ ଚାଲିଗଲା। ସଂଗ୍ରାମ ଗାର୍ଲ୍ସ ହଷ୍ଟେଲ ଆଡ଼କୁ ଦଉଡ଼ି ଗଲାବେଳକୁ କଲେଜ୍ ଗେଟ୍ ପାଖରେ ଲକ୍ଷ୍ମୀ କୁ ଯିବାର ଦେଖିଲା। ନିଜକୁ ନିଜେ ବହୁତ୍ ଗାଳି କଲା ଆଉ ଲକ୍ଷ୍ମୀ ତାକୁ କହିବ ବୋଲି କହିଥିଲା କିନ୍ତୁ କିଛି କହିଲାନି ଝିଅ ମାନେ ଏମିତି ଭାବି ରୁମକୁ ଆସିଲା ବେଳକୁ ଲକ୍ଷ୍ମୀର ବହି ଦେଖି ଦୁଃଖ ମିଶା ରାଗରେ ବହିକୁ ଫିଙ୍ଗିବା ବେଳକୁ ସେଥିରୁ ଖସିପଡିଲା ଗୋଟିଏ ଛୋଟିଆ କାଗଜ ଯେଉଁଥିରେ ଲେଖାଥିଲା

"I love you too

77******88

ଘର ନମ୍ବର ବେଶୀ ଫୋନ୍ କରିବନି"

ମୋର ଏହି ନିଛକ ସତ୍ୟ କାହାଣୀ ଟିକୁ ପଢି ନିଜର ମତ ଦେବେ।

ମନୋଜ କୁମାର ପଣ୍ଡା

*ଅଡା,ବାଲେଶ୍ଵର*

ଫୁଲାଫାଙ୍କିଆ ସଂଗ୍ରାମ କଲେଜ୍

Rate the content


Originality
Flow
Language
Cover design

Comments

Post

Some text some message..