ଆମ ପର୍ଯ୍ୟଟକ ଆମର ଅତିଥି
ଆମ ପର୍ଯ୍ୟଟକ ଆମର ଅତିଥି
ଆମ ପର୍ଯ୍ୟଟକ ଆମର ଅତିଥି
ପର୍ଶୁରାମ ବିଶ୍ୱାଳ
ଆମ ପର୍ଯ୍ୟଟକ ଆମର ଅତିଥି ଆମ ପାଇଁ ଭଗବାନ,
ତାଙ୍କ ସେବା ମନେ ରହୁ ସଭିଙ୍କର ସୁରକ୍ଷା ଆତ୍ମସମ୍ମାନ,
ଏ ଭାବନା ଗୋଟି ଭରିଦେ ସବୁଠି
ହେ ପ୍ରଭୁ ଚକାନୟନ !
କାହିଁ ପର୍ଯ୍ୟଟନ ସ୍ଥଳୀ ବେଳାଭୂଇଁ ଗୋଟି ଆବର୍ଜନାଭରା,
ଜାଣିଶୁଣି ଆମେ କରୁଚୁ ସେପରି, ନାହିଁ ସେ ସଫାସୁତରା,
କି ଭାବିବେ ସେଇ ବିଦେଶୀ ମଣିଷ
ସେଥିକି ନାହିଁ କା’ ଧ୍ୟାନ ।
ଜାଣିକି ନଜାଣି କେ’ ବିଦେଶୀ ଯେବେ ଯାଏ ତୋର ଶ୍ରୀମନ୍ଦିର,
ନିର୍ଯାତନା ତାକୁ ମିଳୁଚି ଦେଖୁଚୁ, ଇଏ କି ତୋର ବିଚାର,
ଛୁଆଁଛୁତ କଥା ନାହିଁ ଯହିଁ ପ୍ରଭୁ
ଏ କି ମଣିଷତା ଧର୍ମ ?
ବିଦେଶୀ ବୋଲିକି କେତେ ଠକୁଚନ୍ତି, ବିକି ନିଜ ଚିଜଟିଏ,
ଭାବୁନାହାନ୍ତି ସେ ଦେଶର ଇଜ୍ଜତ ବିକିବାଠୁ ବଳି ଇଏ,
ତା ଘର ଅତିଥି ପକେଟରୁ ଟଙ୍କା
ଚୋରି ନୁହେଁ କି ସମାନ ?
ଆମ କଳା ଆମ ସ୍ଥାପତ୍ୟ ସଂସ୍କୃତି ବିଦେଶେ ହେବ ଆଦର,
ଭଲ ଦି’ ପଇସା ରୋଜଗାର ହବ, ଉନ୍ନତି ଦେଶ-ରାଜ୍ୟର,
ଅତିଥି ଆମର ଦେବତୁଲ୍ୟ ପ୍ରଭୁ
ଏକଥା ବୁଝା ମୋ ଧନ ।
ଗ୍ରା.-ମିତ୍ରସେନପୁର, ପୋ.ଅ.-ଗମୁଁ
ଭା.-ଇନ୍ଦୁପୁର, ଜି.-ଯାଜପୁର, ପିନ୍-୭୫୪୨୧୪
ଫୋନ୍-୯୮୫୩୭୫୯୭୦୦
*****