Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Parshuram Biswal

Others

3  

Parshuram Biswal

Others

ବୁଝେଇ କୁହ ସେ ବିଜ୍ଞ ବୈଜ୍ଞାନିକ

ବୁଝେଇ କୁହ ସେ ବିଜ୍ଞ ବୈଜ୍ଞାନିକ

1 min
6.8K


ବୁଝେଇ କୁହ ସେ ବିଜ୍ଞ ବୈଜ୍ଞାନିକ

 

ପର୍ଶୁରାମ ବିଶ୍ୱାଳ

 

ହେ ପ୍ରଧାନମନ୍ତ୍ରୀ ଦେଶଦେଶ ବୁଲି ଦିଅ ମୋର ଏ ବାରତା

ଏ ବସୁଧା ଗୋଟି ଏକ ପରିବାର, ଯାଅନା ଭୁଲି ଏକଥା

କହୁଚି ଦେଶର ମୁଖିଆକୁ ଡାକି

ଜଗନ୍ନାଥ ଜଗତକର୍ତ୍ତା ।

 

କେତେ କେତେ ଦେଶ କରୁଚ ଭ୍ରମଣ, ଦେଉଚ ଭାଷଣ ବୁଲି

କୁହ ପରମାଣୁ ଶକତି ଲଗାନ୍ତୁ ସମାଜକଲ୍ୟାଣେ ଖାଲି

ହିରୋସୀମା, ନାଗାସାକି ବିଭୀଷିକା

ମନେ ପକେଇ ସର୍ବଥା ।

 

ବୁଝେଇପାରିଲେ ବଡ଼ ବଡ଼ ଶକ୍ତି ଯେ ଅଛି ଏଇ ଦୁନିଆ

ତୃତୀୟ ସେ ବିଶ୍ୱଯୁଦ୍ଧ ହେବନାହିଁ, ଲାଗିବ ନାହିଁରେ ନିଆଁ

ଛାଡ଼ିବେ ତାଙ୍କର ଗରବ ଦମ୍ଭଟି

ଏକଥା ନୁହେଁ ଅନ୍ୟଥା ।

 

ଡିଜେଲ, ପେଟ୍ରୋଲ, କୋଇଲା ଯେ ଅଭ୍ର ଯେତେ ସେ ଖଣିଜ ଚିଜ

ସରି ସରି ଯାଏ, କି କରିବ ଆଜି ଏଇ ମଣିଷ ସମାଜ

ପରମାଣୁ କାମ କରୁ ତା ଜାଗାରେ

ବଳଦିଯାଉ ବ୍ୟବସ୍ଥା ।

 

ବୁଝେଇ କୁହ ସେ ବିଜ୍ଞ ବୈଜ୍ଞାନିକ କରି ତମେ ସମ୍ବୋଧନ

ଆଗେଇ ଆସନ୍ତୁ ଜନସେବା ପାଇଁ, ଯା’ର ପରମାଣୁ ଜ୍ଞାନ

ଖୁସିରେ ରହିବ ବିଶ୍ୱ ପରିବାର

ନଥିବ ଯୁଦ୍ଧ ଆଶଙ୍କା ।

 

ଗ୍ରା.-ମିତ୍ରସେନପୁର, ପୋ.ଅ.-ଗମୁଁ

ଭା.-ଇନ୍ଦୁପୁର, ଜି.-ଯାଜପୁର, ପିନ୍-୭୫୪୨୧୪

ଫୋନ୍-୯୮୫୩୭୫୯୭୦୦

*****


Rate this content
Log in