ଇମିତି ଘରେ ମୁଁ କିମିତି ରହିବି
ଇମିତି ଘରେ ମୁଁ କିମିତି ରହିବି
ଇମିତି ଘରେ ମୁଁ କିମିତି ରହିବି
ପର୍ଶୁରାମ ବିଶ୍ୱାଳ
ଉଜୁଡ଼ିଗଲା ମୋ ସୁନାର ସଂସାର, ସଜାଡ଼ିପାରିଲି ନାହିଁ
କିମିତି ଏ ସାରା ବ୍ରହ୍ମାଣ୍ଡର କଥା ବୁଝୁଚୁ କହ କହ୍ନେଇ
କାହାକୁ କହିବି ଏ ଦୁଃଖ ମୋହର
ଯାଏ ମୁଁ ବାଇଆ ହେଇ ।
ପୁଆ ବାହାହେଲା, ପଚାରିଲା ନାହିଁ ବାପ ବୋଲି ମତେ ଥରେ
ଝିଅଟି ମୋହର ବୁଲୁଅଛି କାହିଁ, ଦେଖୁନାହିଁ ତାକୁ ଘରେ
କହିଲେ କହୁଚି କାହିଁକି ପଚାର
ମୁଁ ଛୋଟ ହେଇ ନାହିଁ ।
ଭାରିଜା କଥା ମୁଁ କି କହିବି ଜଗା, ମୁହଁରେ ଜବାବ ତା’ର
ରୁଷିଗଲେ ଥରେ ଉଠିବ ନାହିଁ ସେ, ଭାସିଗଲେ ଘରଦ୍ୱାର
ସହିବାର ସୀମା ଟପିଲାଣି ମୋର
ହନ୍ତସନ୍ତ ହୁଏ ମୁହିଁ ।
ଦୁଃଖେ ଯେ ଭାଇକି ମଣିଷ କଲି ମୁଁ, ଭାବିଲାନି ଆଗପଛ
ଭାରିଜା କଥାରେ ବାଡ଼ ଦେଲା ଘରେ, ମୁଁ ହେଲି ସିନା ପଛ
ଇମିତି ଘରେ ମୁଁ କେମିତି ରହିବି
ଯିବିରେ ବାବାଜି ହେଇ ।
ଗ୍ରା.-ମିତ୍ରସେନପୁର, ପୋ.ଅ.-ଗମୁଁ
ଭା.-ଇନ୍ଦୁପୁର, ଜି.-ଯାଜପୁର, ପିନ୍-୭୫୪୨୧୪
ଫୋନ୍-୯୮୫୩୭୫୯୭୦୦
*****