Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Parshuram Biswal

Others

3  

Parshuram Biswal

Others

ସଂସ୍କାରିତ ଗୋଟେ ସମାଜ ତୁ ଗଢ଼ି

ସଂସ୍କାରିତ ଗୋଟେ ସମାଜ ତୁ ଗଢ଼ି

1 min
13.3K


ସଂସ୍କାରିତ ଗୋଟେ ସମାଜ ତୁ ଗଢ଼ି

 

ପର୍ଶୁରାମ ବିଶ୍ୱାଳ

 

ସଂସ୍କାରିତ ଗୋଟେ ସମାଜ ତୁ ଗଢ଼ି ଦେବୁ କିରେ ନନ୍ଦଲାଲା

ତୋର ନାମ ଗାଇ, କାନ୍ଧରେ ସେ ବହିଥିବ ତୋ ଭକତି ଝୁଲା

ଗରିବ ପାଇଁକି କାନ୍ଦୁଥିବ ପ୍ରାଣ

କୁସଂସ୍କାର ଘରେ ତାଲା ।

 

ସାରା ଦୁନିଆରେ ବହୁଥବ ଜଗା ମଣିଷପଣିଆ ନଈ

ରହି ନଥିବେ ସେ କୋଉ ବାପାମାଆ ଜରା ନିବାସରେ ଯାଇ

ସବୁଠି ସେନେହ ମମତା ଶିକୁଳି

ହିସାବ କେ’ ମଲାଗଲା ।

 

ଅନ୍ଧବିଶ୍ୱାସର ଅନ୍ଧାରୀ ଗଳିରେ କେ’ ନକରୁ ଯେହ୍ନେ ଘର

ଡାଆଣୀ ସନ୍ଦେହ ମରଣ ନହେଉ, ପିଲା ବଳି ହେଉ ଦୂର

କରମେ ବିଶ୍ୱାସ କରୁ ଏ ମଣିଷ

ହୃଦ-ବହି ହେଉ ଖୋଲା ।

 

ଘିରିଘିରି ହେଇ ଗଡ଼ିଚାଲୁ ପ୍ରଭୁ ଏ ଦେଶ ପ୍ରଗତି ରଥ

ଦେଶପ୍ରୀତି, ଦେଶଭକତି ହେଉରେ ଆମର ସେ ମୂଳମନ୍ତ୍ର

ଜାତୀୟତା ସ୍ରୋତେ ପହଁରି ପହଁରି

ନିଜ ସ୍ୱାର୍ଥ ହେଉ ଢିଲା ।

 

ରୋଗିଣା ହେଲାଣି ଆଜି ସମାଜରେ ସାମାଜିକ ମୂଲ୍ୟବୋଧ

ଅର୍ଥନୀତି ହେଉ ଅବା ରାଜନୀତି, କେହି ପଡୁନାହିଁ ବାଦ

ଖୋଜୁଚୁ ସମାଜ ସଂସ୍କାରଟି ଆଜି

ତୋ ଦୟା ଭଣ୍ଡାର ମେଲା ।

 

ଗ୍ରା.-ମିତ୍ରସେନପୁର, ପୋ.ଅ.-ଗମୁଁ

ଭା.-ଇନ୍ଦୁପୁର, ଜି.-ଯାଜପୁର, ପିନ୍-୭୫୪୨୧୪

ଫୋନ୍-୯୮୫୩୭୫୯୭୦୦

*****


Rate this content
Log in