ସ୍ୱପ୍ନ
ସ୍ୱପ୍ନ
1 min
6.9K
ସ୍ୱପ୍ନ କେବେ ବଞ୍ଚିବାର ସାହାରା ଟିଏ ସାଜେ ତ
ଆଉ କେବେ ଛଳନାର ପ୍ରତିରୂପ
କେବେ ମରୁଭୂମିର ମରୀଚିକା ତ
ଆଉ କେବେ ବୈଶାଖର ତପ୍ତ ମରୁତ
କେବେ ପୁଣି ନିଆଁ ଲାଗିଥିବା ଏଇ ହୃଦୟର ଶୀତଳ ପରସ ।
ସତରେ ତା'ର ତ ଅନେକ ଗୁଡିଏ ରୂପ
ସବୁବେଳେ ଦିଏ କେତେ କଷ୍ଟ
ତଥାପି ତ ସିଏ ନିଜର
କାହିଁକିନା କେବେ ମୋତେ କରିନି ସେ ପର
ନିଜଠୁ ବି ଆହୁରି ନିଜର ।