Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Parshuram Biswal

Others

3  

Parshuram Biswal

Others

କେମିତି କହ ଯାଇଥାନ୍ତି ମୁଁ

କେମିତି କହ ଯାଇଥାନ୍ତି ମୁଁ

1 min
6.6K


କେମିତି କହ ଯାଇଥାନ୍ତି ମୁଁ

 

ପର୍ଶୁରାମ ବିଶ୍ୱାଳ

 

ମେଘରେ ! ମୋର ଖବର ନେଇ ଯିବୁ ତୁ ନୀଳାଚଳ

କହିବୁ ତାକୁ ବୁଝେଇ ମୋର ଅଣ୍ଟିଲା ନାହିଁ ବେଳ

କେମିତି କହ ଯାଇଥାନ୍ତି ମୁଁ ଛାଡ଼ି ମୋର ଜଞ୍ଜାଳ ?

 

ପୁଅ ମୋ ହେଲା ଆଇ.ଏଫ୍.ଏସ୍., ଝିଅଟି ଇଞ୍ଜିନିୟର୍

ବିଦେଶ ବଜାରୁ କିଣିଲିରେ ଜଗା ସାତସାତଟା କାର୍

ଗାଆଁ-ସହର ମିଶେଇଦେଲେ ସତର କୋଠା ମୋର

ସୁଇଜରଲ୍ୟାଣ୍ଡରେ ଫ୍ଲାଟ୍ ଗୋଟିଏ, ବିଦେଶରେ ବେପାର

ମୁଁ ସିନା ଏଠି ନିମିତ୍ତ ମାତର, ସବୁ ତାହାରି ଖେଳ

ତା’ର କରୁଣା ଅଜାଡ଼ିଦେଲା କଣା କରି ମୋ ଚାଳ ।

 

ପୁଅ ମୋ ନାହିଁ, ବୋହୂଟି ନାହିଁ, ଝିଅ ଗଲା ବାହାହେଇ

ବୁଢ଼ା ବଅସେ ରୋଗଶେଯରେ ପଡ଼ିଛି ଏକା ମୁହିଁ

ଜୀବନସାରା ଖଟିଖଟି ମୁଁ ପାଇଚି ସବୁ ଚିଜ

ପାଇନି ଖାଲି ଶାନ୍ତି ଟିକିଏ, କହିବାକୁ ତ ଲାଜ

ମନ ହେଉଚି ଯିବି ମୁଁ ପୁରୀ, ଯିବାକୁ ନାହିଁ ବଳ

ଏଇଠି ଥାଇ ମୁଣ୍ଡିଆ ମାରେ, ହେଲାଣି ମୋର ବେଳ ।

 

ଗ୍ରା.-ମିତ୍ରସେନପୁର, ପୋ.ଅ.-ଗମୁଁ

ଭା.-ଇନ୍ଦୁପୁର, ଜି.-ଯାଜପୁର, ପିନ୍-୭୫୪୨୧୪

ଫୋନ୍-୯୮୫୩୭୫୯୭୦୦

*****


Rate this content
Log in